Posted inଫୁରସତ

ଶତାବ୍ଦୀ ପୁରୁଣା ବୁକ୍‌ଷ୍ଟୋର

ଟେକ୍ନୋଲୋଜିର ଅଗ୍ରଗତି ଫଳରେ ଆଜିକାଲି ସବୁକିଛି ଡିଜିଟାଲାଇଜ୍‌ ହୋଇଯାଇଛି। ଏମିତି କି ପାଠ୍ୟପୁସ୍ତକର ସ୍ଥାନ ନେଇଯାଇଛି ଇ-ବୁକ୍ସ୍‌। ଆଜିକାଲି ସ୍ମାର୍ଟ ଫୋନ୍‌ ଏବଂ ଟ୍ୟାବ୍‌ ମାଧ୍ୟମରେ ଲୋକମାନେ ହାତପାହାନ୍ତାରେ ସମସ୍ତ ପ୍ରକାର ବହି, ମାଗାଜିନ୍‌ ପଢିବାର ସୁଯୋଗ ପାଇପାରୁଥିବା ବେଳେ ଆଜି ମଧ୍ୟ ପର୍ତ୍ତୁଗାଲର ପର୍ତ୍ତୋ ସହରରେ ଥିବା ଶତାବ୍ଦୀ ପୁରୁଣା ବୁକ୍‌ଷ୍ଟୋର ସେଠାକାର ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। ‘ଲିଭରାରିଆ ଲେଲ୍ଲୋ’ ନାମକ ଏହି ବୁକ୍‌ ଷ୍ଟୋର ମଧ୍ୟକୁ ପ୍ରବେଶ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଥାଏ। ୧୮୮୧ ମସିହାରେ ସ୍ଥାପନ କରାଯାଇଥିବା ଏହି ବୁକ୍‌ଷ୍ଟୋର ମଧ୍ୟକୁ ପ୍ରବେଶ କରିବା ପାଇଁ ଗ୍ରାହକଙ୍କୁ ପ୍ରବେଶ ଶୁଳ୍କ ଦେବାକୁ ପଡିଥାଏ। ଏଠାରେ ଇଂଲିଶ୍‌ ପୁସ୍ତକ ବ୍ୟତୀତ ପର୍ତ୍ତୁଗୀଜ୍‌, ଜର୍ମାନ, ଫ୍ରାନ୍ସିସି, ସ୍ପେନି ଆଦି ଭାଷାର ଅନେକ ପୁସ୍ତକ ଉପଲବ୍ଧ ଅଛି। ଏହି ବୁକ୍‌ଷ୍ଟୋରର ଅନ୍ୟ ଏକ ବିଶେଷତା ହେଉଛି ଏହାର ଆଭ୍ୟନ୍ତରୀଣ ସାଜସଜ୍ଜା। କାଠର କଳାକୃତିରେ ନିର୍ମିତ ସେଲ୍ଫ ତଥା ରଙ୍ଗ ବେରଙ୍ଗର ଛାତ ଏହି ସ୍ଥାନକୁ ଅଧିକ ଆକର୍ଷଣୀୟ କରିଥାଏ। କୁହାଯାଏ ହ୍ୟାରିପୋର୍ଟର ପୁସ୍ତକର ଲେଖିକା ଜେ.କେ. ରୋଲିଙ୍ଗ ଏହି ପୁସ୍ତକାଳୟର ଇଣ୍ଟେରିୟରରୁ ଅନୁପ୍ରାଣିତ ହୋଇ ହ୍ୟାରିପୋର୍ଟର କାହାଣୀରେ ଯାଦୁ ଶିକ୍ଷା ଦିଆଯାଉଥିବା ସ୍କୁଲ ହୋଗଓ୍ବାର୍ଟସ୍‌ର ରଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌...

ଏମିତି ମନ୍ଦିର ଯେଉଁଠି ପୁରୁଷଙ୍କୁ ପ୍ରବେଶ ମନା

ଦେବୀ କନ୍ୟାକୁମାରୀ ମନ୍ଦିର, କନ୍ୟାକୁମାରୀ- ଭାରତର ଦକ୍ଷିଣ ଭାଗରେ ସ୍ଥିତ ଏହି ମନ୍ଦିର ବର୍ଷର କୌଣସି ଦିନ ପୁରୁଷଙ୍କ ପାଇଁ ଖୋଲା ନୁହେଁ। କେବଳ ତପସ୍ବୀ...

ବୟ ଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖିଲେ ଯୁବତୀ

ଲଣ୍ଡନ,୯।୨: ଚାକିରିରେ ପ୍ରୋବେଶନ ନିଯୁକ୍ତି ବ୍ୟବସ୍ଥା ରହିଥାଏ। ତେବେ ବୟଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖାଯିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। କରୋନା ମହାମାରୀ ଲକ୍‌ଡାଉନ ସମୟରେ ଜଣେ...

ପେଣ୍ଟିଂ ମାଛ ଖାଇବା ପାଇଁ ଚେଷ୍ଟା କରି ବିଲେଇ ବିଫଳ, ରାଗିକି ଦେଲା ଏମିତି ପ୍ରତିକ୍ରିୟା; ଭାଇରାଲ ହେଉଛି ଫଟୋ

ଚାଇନାର ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଠି ନିର୍ବୋଧ ବିଲେଇ ମାଛ ଖାଇବାକୁ ଚେଷ୍ଟା କରି ବିଫଳ ହେଉଛି। ଆଉ ତା’ ପରେ ଯେତେବେଳେ...

ଏହି ଦେଶରେ ଶିଶୁ ଜନ୍ମ ହେବା ପରେ ପରିବାରଠାରୁ ଅଲଗା ରହେ ମା’

ଶିଶୁ ଜନ୍ମ ହେବା ପରିବାରରେ ଅତ୍ୟନ୍ତ ଖୁସିର ବିଷୟ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ...

ପାଣିଦେଖି ହାତୀ ହେଉଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୬ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏହି ପତ୍ର

ଘର ସଜେଇବା ପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ଇଣ୍ଡୋର୍‌ ପ୍ଲାଣ୍ଟସ୍‌ ଲଗାନ୍ତି। ନିକଟରେ ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି ୬ ଲକ୍ଷ ଟଙ୍କା କରି...

ଉତ୍ତପ୍ତ ଜଳବାୟୁ ଆତ୍ମହତ୍ୟା ବୃଦ୍ଧିର କାରଣ

ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ କେବଳ ଅର୍ଥନୀତିକୁ ପ୍ରଭାବିତ କରିଛି ତାହା ନୁହେଁ, ଏହା ବି ଆତ୍ମହତ୍ୟା ବୃଦ୍ଧିର ଏକ କାରଣ ବୋଲି ଗବେଷଣାରୁ...

Advertisement
Archives

Model This Week