ଶତାଧିକ ଅଦିବାସୀଙ୍କ ନାମରେ ବ୍ୟାଙ୍କରୁ ଋଣ ଠକେଇ

ମାଲକାନଗିରି,୩ା୩ (ଡି.ଏନ.ଏ.)
ମାଲକାନଗିରି ଜିଲାରେ ଦିନକୁ ଦିନ ଠକ ଏବଂ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସେମାନେ ଜିଲାର ଆଦିବାସୀଙ୍କୁ ଟର୍ଗେଟ୍‌ କରୁଛନ୍ତି। ନିରୀହ ସରଳ ଆଦିବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କୁ ବିଭିନ୍ନ ଭାବରେ ଠକୁଛନ୍ତି। ସେମାନଙ୍କ ନାମରେ ହୋଇଥିବା ଏପରି ଏକ ବ୍ୟାଙ୍କ ଠକେଇ ଏବେ ପଦାକୁ ଆସିଛି। ସଦର ବ୍ଲକ ଚାଲାଣଗୁଡା ପଞ୍ଚାୟତ ତାଳପଦର, ଟିଟିବେରି, ପାହାଡଗୁଡା, କୋଡେଲ୍‌ପାଲି, ମାସାଗୁଡା, ଆଲୁର୍‌ ଆଦି ଆଦିବାସୀ ଗ୍ରାମରେ ବସବାସ କରୁଥିବା ଶତାଧିକ ଆଦିବାସୀଙ୍କୁ ଏପରି ଶୋଷଣ କରାଯାଇଛି। ତଣ୍ଡାପାଲି ଗ୍ରାମର ଗଙ୍ଗା ମାଡକାମି ସେମାନଙ୍କ ନିକଟରେ ପହଞ୍ଚତ୍ ବର୍ଷାରେ ନଷ୍ଟ ହୋଇଯାଇଥିବା ଧାନ ଏବଂ ଭାଙ୍ଗିରୁଜି ଯାଇଥିବା ଘର ପାଇଁ ସରକାର ଅନୁଦାନ ଦେଉଛନ୍ତି। ସେମାନେ ଏଥିରୁ ଲାଭ ଉଠାଇବା ଉଚିତ୍‌ ବୋଲି ଆଦିବାସୀମାନଙ୍କୁ ପ୍ରବର୍ତ୍ତାଇଥିଲେ। ସେମାନଙ୍କ ପଟ୍ଟା ସଂଗ୍ରହ କରିବା ସହ କେତେକ କାଗଜପତ୍ରରେ ଦସ୍ତଖତ ଓ ଟିପ ଚିହ୍ନ ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ପଟ୍ଟା ଏବଂ ନଥିପତ୍ର କରି ସେମାନଙ୍କ ମଧ୍ୟରୁ କାହାକୁ କେମିତି ୨/୫ ହଜାର ଟଙ୍କା ଦେଇଥିଲେ। ା ଏହା ଜାଣିବା ପରେ ଟିଟି ବେରି ସହ ଅନ୍ୟ ଗ୍ରାମର ଲୋକମାନେ ମଧ୍ୟ ଗଙ୍ଗାଙ୍କୁ ସରକାରଙ୍କ ସହାୟତା ପାଇବା ଆଶାରେ ସେମାନଙ୍କ ଜମିପଟ୍ଟା ଏବଂ କାଗଜପତ୍ରରେ ଦସ୍ତଖତ ଦେଇଥିଲେ। ଗଙ୍ଗା ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ୨/୩ ହଜାର ଲେଖାଏ ଟଙ୍କା ଦେଇ ସେମାନଙ୍କ ପଟ୍ଟା ଫେରାଇଥିଲେ। ମାତ୍ର ୪ ବର୍ଷ ପରେ ମାଲକାନଗିରି ୟୁନିୟନ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ଆଦିବାସୀଙ୍କ ନାମରେ ତୁରନ୍ତ ଋଣ ଶୁଝିବା ପାଇଁ ନୋଟିସ ଆସିଛି। ପ୍ରତ୍ୟେକଙ୍କ ନାମରେ ୩୦/୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଉଠାଯାଇଛି। ଏବେ ଏହା ସୁଧ ସହ ଶୁଝିବାକୁ ବ୍ୟାଙ୍କ କହିଛି। ତେବେ କେତେକଙ୍କ ନାମରେ ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଶୁଝିବାକୁ ନୋଟିସ ଆସିଛି। ଏହି ନୋଟିସ୍‌ ପାଇବା ପରେ ଆମେ ଚାଷ ପାଇଁ କେହି ଋଣ ଆଣି ନ ଥିଲୁ। ବର୍ଷା ଦିନେ ଆମର ଘର ଏବଂ ଧାନ ନଷ୍ଟ ହୋଇଯିବାରୁ ସରକାର ଆମକୁ ସାହାଯ୍ୟ କରିଛନ୍ତି ବୋଲି କହିଛନ୍ତି। ତଣ୍ଡାପାଲି ଗ୍ରାମର ଗଙ୍ଗା ମାଡକାମି ଆମର ପଟ୍ଟା ନେଇ କାହାକୁ ୨ ହଜାର, ୩ ହଜାର ଓ ୪ ହଜାର ଟଙ୍କା ଦେଇଥିଲେ ବୋଲି ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସୋମବାର ପାହାଡଗୁଡା ଗ୍ରାମର ସୁଲା ମାଢି, ଟିଟିବେରିର ଗଙ୍ଗା ପଡିଆମି, ରାମ କାର୍ତ୍ତାମି, ଇର୍ମା ପଡିଆମି, ଜଗା ମାଢି, ଦେବା ମାଢି, ସଞ୍ଜୟ ମାଢି, ଇର୍ମା କରାମିଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଚାଲାଣଗୁଡା ସରପଞ୍ଚ ପୁଷ୍କାରାଣୀ ପଡିଆମିଙ୍କ ନେତୃତ୍ୱରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ମନୀଷ ଅଗ୍ରଓ୍ବାଲ ଅଭିଯୋଗକାରୀଙ୍କଠାରୁ ସମସ୍ତ ଘଟଣା ଶୁଣିବା ପରେ ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅସାନି’ ପ୍ରଭାବ: ଭାସିଗଲା ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଅଣ୍ଡା

ଗଞ୍ଜାମ,୧୧ା୫(ଡି.ଏନ୍‌.ଏ.): ବାତ୍ୟା ଅସାନି ଯୋଗୁ ଅଲିଭ ରିଡ୍‌ଲେ କଇଁଛଙ୍କ ଲକ୍ଷାଧିକ ଅଣ୍ଡା ଭାସିଯାଇଛି। ଗଞ୍ଜମ ଜିଲା ଋଷିକୁଲ୍ୟା ମୁହାଁଣରେ ଛୁଆ ଫୁଟିବାକୁ ଥିବା ଅଣ୍ଡାଗୁଡ଼ିକ ସମୁଦ୍ର...

ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମୃତଦେହ

ନିମାପଡା, ୩୦।୪(ଡି.ଏନ.ଏ.): ଭାରତୀୟ ସେନା ବାହାନୀର ରାଜସ୍ଥାନ ଯୋଧପୁରଠାରେ କାର୍ଯ୍ୟରତ ଓଡ଼ିଆ ଯବାନ ରାଜେଶ କୁମାର ସାହୁ(୨୯)ଙ୍କ ଗୁଳିମାଡରେ ଶନିବାର ମୃତ୍ୟୁ ଘଟିଥିଲା। ତାଙ୍କ ଘର...

ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲଏସ୍‌ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ତେବେ ଚିହ୍ନଟ ହୋଇଥିବା...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚାଷୀଙ୍କ ଜୀବନ ଗଲା

ଭୋଗରାଇ,୨।୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ତାଳସାରୀ ମେରାଇନ୍‌ ଥାନା ଅଧୀନ ବରବରିଆ ଗ୍ରାମର ଜୟରାମ ପ୍ରଧାନ (୩୮) ନାମକ ଚାଷୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି।...

ଆଜିଠୁ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ କୋଭିଡ୍‌-୧୯ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏ ନେଇ ସୋମବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ପ୍ରେମ କରି ଧରିଥିଲେ ହାତ: ତଣ୍ଟି କାଟି ଜୀବନ ନେଲେ ସ୍ବାମୀ

ଖୋର୍ଦ୍ଧା ଅଫିସ,୧୦।୧୦: ଶ୍ୱଶୁର ଘରେ ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଗୁରୁଜଙ୍ଗରେ। ମୃତା ମହିଳା...

CORONAVIRUS UPDATE: ଗଞ୍ଜାମରେ କରୋନା ପଜିଟିଭ୍‌ ୨୧କୁ ବୃଦ୍ଧି, ସମସ୍ତେ ସୁରଟ ଫେରନ୍ତା; ଜିଲାପାଳ

ଛତ୍ରପୁର, ୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଗୁରୁବାର ପୁଣି ୧୭ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୪ଜଣଙ୍କଠାରେ କରୋନା ପଜିଟିଭ୍‌ ମିଳିଥିବା ବେଳେ ବର୍ତ୍ତମାନ ଏହି...

ଏସ୍‌ପି ଅଫିସ ପରିସରରେ ମା’ଙ୍କ ଆତ୍ମାହୁତି ଉଦ୍ୟମ

କେନ୍ଦୁଝର,୧୮।୬(ସ୍ବ.ପ୍ର.): ଅପହୃତ ନାବାଳିକା ଝିଅକୁ ଉଦ୍ଧାର କରିବାରେ ପୋଲିସ ବିଳମ୍ବ କରୁଛି। ଏହାର ପ୍ରତିବାଦରେ ନାବାଳିକାଙ୍କ ମା’ ଶୁକ୍ରବାର ମଧ୍ୟାହ୍ନରେ କେନ୍ଦୁଝର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ...

Advertisement
Archives

Model This Week