Posted inଖେଳ

ଶତକଠାରୁ ପାଦେ ଦୂରରେ କୁଲଦୀପ

କଟକ ଅଫିସ, ୨୨।୧୨- ବାରବାଟୀ ଦିନିକିଆ ମ୍ୟାଚ୍‌ ଭାରତୀୟ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବଙ୍କ ପାଇଁ ସ୍ମରଣୀୟ ହୋଇପାରେ। ବିଶାଖାପାଟଣାରେ ଅନୁଷ୍ଠିତ ମ୍ୟାଚ୍‌ରେ ହ୍ୟାଟ୍ରିକ ଉଇକେଟ୍‌ ଅକ୍ତିଆର କରିଥିବା କୁଲଦୀପ ଦିନିକିଆରେ ବର୍ତ୍ତମାନ ସୁଦ୍ଧା ୫୫ ମ୍ୟାଚ୍‌ରୁ ୯୯ ଉଇକେଟ୍‌ ହାସଲ କରିସାରିଲେଣି। ଯଦି କଟକରେ କୁଲଦୀପ ଆଉ ଗୋଟିଏ ଉଇକେଟ୍‌ ହାସଲ କରନ୍ତି ତେବେ ଦିନିକିଆରେ ସେ ୧୦୦ ଉଇକେଟ୍‌ କ୍ଲବରେ ସାମିଲ ହେବେ। ଏଥିସହ ଦିନିକିଆରେ ୧୦୦ ଉଇକେଟ୍‌ ହାସଲ କରିବାରେ ସେ ଭାରତର ଯୁଗ୍ମ ଦ୍ରୁତତମ ବୋଲର ହେବେ। ପୂର୍ବରୁ ଭାରତ ପକ୍ଷରୁ ମହମ୍ମଦ ସାମିଙ୍କ ନାମରେ ଦ୍ରୁତତମ ଦିନିକିଆ ୧୦୦ ଉଇକେଟ୍‌ ହାସଲ ରେକର୍ଡ ରହିଛି। ସାମି ୫୬ ମ୍ୟାଚ୍‌ ଖେଳି ଏହି ମାଇଲଷ୍ଟୋନ ଛୁଇଁଥିଲେ। ସାମିଙ୍କ ସହ ସମକକ୍ଷ ହେବାକୁ ଏବେ କୁଲଦୀପଙ୍କ ନିକଟରେ ସୁଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଦ୍‌ ପଡ଼ିଲେ ମନିକା

ନୂଆଦିଲ୍ଲୀ,୧୫।୯: ଦୋହାରେ ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ଏସିଆନ୍‌ ଟେବୁଲ ଟେନିସ ଚାମ୍ପିୟନଶିପରୁ ବାଦ୍‌ ପଡ଼ିଛନ୍ତି ଭାରତର ମନିକା ବାତ୍ରା। ରାଷ୍ଟ୍ରୀୟ ଶିବିରରେ ଯୋଗ...

ଏହି ମହିଳାଙ୍କ ପାଇଁ ପ୍ରଥମେ କେକ୍‌ ପ୍ରସ୍ତୁତ କରିଥିଲେ କୋହଲି

କରୋନା ଯୋଗୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଘରେ ସମୟ ବିତାଉଛନ୍ତି। ଲକଡାଉନ ଆରମ୍ଭରୁ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସେ ମୁମ୍ବାଇରେ ଅଛନ୍ତି...

ରାହୁଲଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍‌ ପାଇଁ ନୂତନ ଦଳ ସହିତ ମେଗା ନିଲାମ ପାଇଁ ପ୍ରସ୍ତୁତି ଚାଲିଛି। ଟୁର୍ନାମେଣ୍ଟର ଏକ ଅଂଶ ଭାବରେ...

ଷ୍ଟୋଇନିସଙ୍କ ବିବିଏଲ୍‌ ରେକର୍ଡ

ମେଲବୋର୍ନ, ୧୨।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ...

ଫ୍ରାନ୍ସକୁ ୟୁଫାର ଜରିମାନା

ପ୍ୟାରିସ, ୨୫ା୧୦ (ଏଏଫ୍‌ପି)-ଆଲବାନିଆ ପାଇଁ ତ୍ରୁଟି ଜାତୀୟ ସଂଙ୍ଗୀତ ପରିବେଷଣ କରିଥିବାରୁ ୟୁଫା (ୟୁନିୟନ ଅଫ୍‌ ୟୁରୋପିଆନ୍‌ ଫୁଟ୍‌ବଲ ଆସୋସିଏଶନ୍ସ) ଫ୍ରାନ୍ସକୁ ୨୦,୦୦୦ ୟୁରୋ ଜରିମାନା...

ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍‌: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ଦୁବାଇ, ୧୨।୩(ପି.ଟି.)- ବୁଧବାର ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତର ପଏଣ୍ଟ ୨୬୮ରେ ପହଞ୍ଚତ୍ଥିବାବେଳେ...

ଜାତୀୟ ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୦।୨(କ୍ରୀଡ଼ା ପ୍ରତିନିଧି)-ବେଙ୍ଗାଲୁରୁଠାରେ ଚାଲିଥିବା ୩ୟ ନଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ...

ସିଡ୍‌ନୀ ସିକ୍ସର୍ସକୁ ୨୫ହଜାର ଡଲାର ଜରିମାନା

ସିଡ୍‌ନୀ, ୨୩ା୧୧ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ରବିବାର ମହିଳା ବିଗ୍‌ ବାଶ୍‌‌ ଟିମ୍‌ ସିଡ୍‌ନୀ ସିକ୍ସର୍ସକୁ ୨୫,୦୦୦ ଆମେରିକୀୟ ଡଲାର ଜରିମାନା କରିଛି। ଏହି ଟିମ୍‌...

Advertisement
Archives

Model This Week