ଶକ୍ତି ଉତ୍ତୋଳନ ପ୍ରତିଯୋଗିତା: ମୟୂରଭଞ୍ଜ ଜିଲାକୁ ୨୪ ପଦକ

ବାରିପଦା ଅଫିସ,୧୫ା୧୨- ଗତ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାକୁ ମିଳିଛି ସଫଳତା । ୧୭ ଜଣ ଖେଳାଳି ଜିଲାରୁ ପ୍ରତିନିଧିତ୍ୱ କରି ୧୪ ଟି ସ୍ବର୍ଣ୍ଣ , ୮ ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ସମେତ ମୋଟ ୨୪ଟି ପଦକ ହାସଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ଦେବୀ ସିଂ ଜୁନିୟର , ସିନିୟର ଓ ଓପନ ବେଞ୍ଚ ପ୍ରେସ ୩ଟି ବିଭାଗରେ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ସୀମାରାଣୀ ସିଂ ସିନିୟରରେ ୧ ରୌପ୍ୟ , ଭାରତୀ ପାତ୍ର ଜୁନିୟର ଓ ସିନିୟର ଉଭୟରେ ସ୍ବର୍ଣ୍ଣ ପଦକ , ପ୍ରଭାତୀ ସିଂ ଜୁନିୟରରେ ସ୍ବର୍ଣ୍ଣ ଓ ସିନିୟରରେ ରୌପ୍ୟ , ଧାନୀମଣି ଟୁଡୁ ଜୁନିୟର ଓ ସିନିୟର ଉଭୟରେ ରୌପ୍ୟ, ଚନ୍ଦ୍ରବଦନୀ ମହାନ୍ତ ଓପନ ବେଞ୍ଚ ପ୍ରେସ୍‌ରେ ସ୍ବର୍ଣ୍ଣ, ପ୍ରବୀର ପୃଷ୍ଟି ଜୁନିୟରରେ ବ୍ରୋଞ୍ଜ ଓ ଓପନ ବେଞ୍ଚ ପ୍ରେସ୍‌ରେ ରୌପ୍ୟ , ସୁଦାମ ସିଂ ଜୁନିୟର ଓ ସିନିୟର ଉଭୟରେ ରୌପ୍ୟ, ବାପୁନ ବେହେରା ଜୁନିୟରରେ ସ୍ବର୍ଣ୍ଣ, ସତ୍ୟବ୍ରତ ବେହେରା ସିନିୟରରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ରାଜେନ୍ଦ୍ର ପରିଡା ମାଷ୍ଟର (୨)ରେ ଜଜ ସ୍ବର୍ଣ୍ଣ, ମନୋଜ କୁମାର ମହାନ୍ତ ସିନିୟରରେ ବ୍ରୋଞ୍ଜ , ଦୁଃଖିରାମ ମାରାଣ୍ଡି ସବ୍‌ ଜୁନିୟରରେ ସ୍ବର୍ଣ୍ଣ , ଶିମନ ପ୍ରଧାନ ଜୁନିୟରରେ ରୌପ୍ୟ, ଟାଟୁନାଥ ହଁାସଦା ସବ୍‌ ଜୁନିୟରରେ ସ୍ବର୍ଣ୍ଣ , ଅଭିିଷେକ ମହାନ୍ତ ଜୁନିୟର ଓ ସିନିୟର ଉଭୟରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ା ଏହି ସମସ୍ତ କୃତୀ ପ୍ରତିଯୋଗୀ ମୟୂରଭଞ୍ଜ ଜିମ୍ନାସିୟମ ଏବଂ ଶକ୍ତିମାନ ଜିମ୍ନାସିୟମରେ ନିୟମିତ କ୍ରୀଡା ଅଭ୍ୟାସ କରୁଥିଲେ। ଏଭଳିି ସଫଳତା ଲାଗି ଜିଲାର ବହୁ କ୍ରୀଡାବିତ ସେମାନଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି। ମୟୂରଭଞ୍ଜ ଜିଲା ଶକ୍ତି ଉତ୍ତୋଳନ ସମ୍ପାଦକ ନବ କୁମାର ସାହୁ , ମୟୂରଭଞ୍ଜ ଜିମ୍ନାସିୟମ ସଭାପତି ଗିରିଶ ଚନ୍ଦ୍ର ଦାସ , ରବୀନ୍ଦ୍ର କୁମାର ମହାନ୍ତି , ପରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟ ମୃତ୍ୟୁ ମାମଲାରୁ ରହସ୍ୟ ହଟୁନି: ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ ଆଦିତ୍ୟ

ଭୁବନେଶ୍ୱର,୨୪।୭ (ବ୍ୟୁରୋ): ସାମାଜିକ କର୍ମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୧୭ଦିନ ବିତିଥିଲେ ମଧ୍ୟ ଏଯାଏ ରହସ୍ୟ ହଟୁନି। ଲିଙ୍ଗରାଜ ରେଳ ଷ୍ଟେଶନ ନିକଟ...

ରୋଡ୍‌ ରୋମିଓଙ୍କ ଦୌରାତ୍ମ୍ୟରେ ଛାତ୍ରୀ ଅତିଷ୍ଠ: ଉପଜିଲାପାଳ, ଥାନାଧିକାରୀଙ୍କୁ ଦାବିପତ୍ର

ଭଞ୍ଜନଗର,୨।୧୧(ଡି.ଏନ.ଏ.)-ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଷ୍ଟ୍ରିଟ ରୋମିଓମାନେ ଘୂରି ବୁଲୁଛନ୍ତି। ଛାତ୍ରୀମାନଙ୍କୁ ଯିବାଆସିବାବେଳେ କମେଣ୍ଟ ମାରୁଛନ୍ତି, ଯାହାକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ...

ନିଲମ୍ବନ ପରେ ଚାକିରିରୁ ବିଦା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ୍‌ ଓ୍ବେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି)ର ନିଲମ୍ବିତ ଡେପୁଟି ମ୍ୟାନେଜର ପ୍ରତାପ...

ଅନ୍‌ଲାଇନ୍‌ରେ ମିଳିବ କୋର୍ଟ କାର୍ଯ୍ୟ ସୁବିଧା

କଟକ ଅଫିସ,୧୬ା୫: ଓଡ଼ିଶା ହାଇକୋର୍ଟ ଓ ଜିଲା କୋର୍ଟ କମ୍ପ୍ଲେକ୍ସଠାରେ ଶୁକ୍ରବାର ଇ-ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌...

ଅସୁରକ୍ଷିତ ବୌଦ୍ଧପୀଠ

ଚଣ୍ଡିଖୋଲ,୫ା୫(ଡି.ଏନ୍‌.ଏ.): ଶୁକ୍ରବାର ଚନ୍ଦନ ପୂର୍ଣ୍ଣିମା। ଏହାକୁ ବୌଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଭଗବାନ ତଥାଗତ ବୁଦ୍ଧ ଏହି ଦିନ ଜନ୍ମଗ୍ରହଣ କରିଥିବାରୁ ଏହାକୁ ବୁଦ୍ଧ ଜୟନ୍ତୀ...

ମନୋଜ ଦାସଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ

ଭୁବନେଶ୍ୱର, ୯ା୨(ବ୍ୟୁରୋ): ମିଷ୍ଟିକ୍‌ କଳିଙ୍ଗ ସାହିତ୍ୟ ମହୋତ୍ସବର ଚତୁର୍ଥ ସଂସ୍କରଣ ଶନିବାର ସ୍ଥାନୀୟ ଏକ ହୋଟେଲରେ ଉଦ୍‌ଘାଟିତ ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଏହି...

ଡିଲରଙ୍କ ଲାଇସେନ୍ସ ଅବଧି ବଢ଼ିଲା

କଟକ ଅଫିସ,୨୫ା୭: ଲାଇସେନ୍ସ ନବୀକରଣ ପ୍ରସଙ୍ଗରେ ରାଜ୍ୟର ପ୍ରାୟ ୨ ହଜାର ୫୯୦ ଜଣ ଡିଲରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ...

ଆଜି ଆଉ ୧୩ ଜୀବନ ନେଲା କରୋନା, ୬୬୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଗୁରୁବାର ରାଜ୍ୟରୁ ଆଉ ୧୩ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୯କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

Advertisement
Archives

Model This Week