Posted inଜାତୀୟ

ଲୋକ ସଭା, ବିଧାନସଭାରେ ସ୍ଥାନ ସଂରକ୍ଷଣ ଅବଧି ୧୦ ବର୍ଷ ବଢ଼ିବ

ନୂଆଦିଲ୍ଲୀ, ୧୩ା୧୨(ଆଇଏଏନ୍‌ଏସ୍‌):ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଏସ୍‌ସି ଏବଂ ଏସ୍‌ଟିଙ୍କ ଲାଗି ସ୍ଥାନ ସଂରକ୍ଷଣ ଅବଧି ଆଉ ୧୦ ବର୍ଷ ବଢ଼ିବ। ଏ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୁରୁବାର ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ୧୦ ତାରିଖରେ ଏହା ଲୋକ ସଭାରେ ଗୃହୀତ ହୋଇଥିଲା। ଲୋକ ସଭା ଓ ବିଧାନସଭାଗୁଡିକରେ ଗତ ୭୦ ବର୍ଷ ହେଲା ଲାଗୁ ହୋଇଥିବା ଏହି ସଂରକ୍ଷଣ ବ୍ୟବସ୍ଥାର କାର୍ଯ୍ୟକାଳ ୨୦୨୦ ଜାନୁୟାରୀ ୨୫ରେ ଶେଷ ହେବାକୁ ଥିଲା। ଏହା କାର୍ଯ୍ୟକାରୀ ହେଲେ ସଂରକ୍ଷଣ ଅବଧି ୨୦୩୦ ଜାନୁୟାରୀ ୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟ ସଭାରେ ଗୁରୁବାର ଜୋର୍‌ଦାର ବିତର୍କ ପରେ ସର୍ବସମ୍ମତି କ୍ରମେ ବିଲ୍‌ ପାସ୍‌ ହୋଇଥିଲା। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉକ୍ତ ବିଲ୍‌କୁ ଉପସ୍ଥାପନ କରିଥିଲେ। ବିଲ୍‌କୁ ନେଇ ପ୍ରସାଦ ଓ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ମଧ୍ୟରେ କଥା କଟାକଟି ପରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ତେବେ ଭୋଟ ଦେବାବେଳକୁ ସେମାନେ ଗୃହକୁ ଫେରିଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଯୌଥ ପରିବାରରେ କମ୍‌ ମାନସିକ ଦୁଶ୍ଚିନ୍ତା: ଲୋକେ ପ୍ରତିଦିନ ବ୍ୟବହାର କରୁଛନ୍ତି ୧୮ ହଜାର ଟିବି ଡାଟା

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଧୀରେଧୀରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ...

ଗାନ୍ଧୀ ପରିବାର- ଜି ୨୩ କନ୍ଦଳ ସଡ଼କରେ ପହଞ୍ଚିଲା

ଶ୍ରୀନଗର ୨।୩: କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ ସଦସ୍ୟ ଜମ୍ମୁ-କଶ୍ମୀରରେ ଶାନ୍ତି ସମ୍ମିଳନୀ କରିଥିଲେ। ଏଥିରେ ଗୁଲାମନବୀ ଆଜାଦ୍‌ଙ୍କ ସମେତ ଅନ୍ୟ ସଦସ୍ୟମାନେ ଗାନ୍ଧୀ ପରିବାରକୁ ଟାଗେର୍ଟ...

ସମସ୍ତ ରାଜ୍ୟ ବୋର୍ଡରେ ସମାନ ମୂଲ୍ୟାଙ୍କନ ପଦ୍ଧତି ନୁହେଁ ସମ୍ଭବ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଛି। ଏନେଇ ସିବିଏସ୍‌ଇ ବୋର୍ଡ ପକ୍ଷରୁ ଆଗତ...

ସିଏଏକୁ ବିରୋଧ: ପପୁ ଯାଦବ ବେଡି ପିନ୍ଧି କଲେ ପ୍ରଦର୍ଶନ

ପାଟନା,୧୯।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ନେଇ ଦେଶବ୍ୟାପି ବିରୋଧ ଜାରି ରହିଛି। ଏନେଇ ବିହାରରେ ଜନ ଅଧିକାରୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ଏମ୍‌ପି ପପୁ...

ଜମ୍ମୁ-କଶ୍ମୀର ଏକ ଖୋଲା ଜେଲ୍‌, ଅନୁଚ୍ଛେଦ ୩୭୦ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ଲଢ଼ିବିନି ନିର୍ବାଚନ: ମେହବୁବା…

ବେଙ୍ଗାଲୁରୁ,୨୧।୫ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ରବିବାର କହିଛନ୍ତି ସମ୍ବିଧାନର ଧାରା ୩୬୦ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ସେ ଜମ୍ମୁ-କଶ୍ମୀର ବିଧାନସଭା...

ହୋମ୍‌ ଡେଲିଭରି ମଦ ବ୍ୟବସ୍ଥା ଉପରେ ବିଚାର କରନ୍ତୁ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୫: ସାରା ବିଶ୍ବରେ ମହାମାରୀ କରୋନା ସଙ୍କଟ ଦେଖାଦେଇଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ତେବେ ଲକ୍‌ଡାଉନ...

ଗ୍ରୀଷ୍ମ ପ୍ରବାହ: ଦେଶର ୯୦ ପ୍ରତିଶତ ଅଞ୍ଚଳ ବିପଦପୂର୍ଣ୍ଣ, ୫୦ ବର୍ଷ ମଧ୍ୟରେ ୧୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୨୦।୪ : ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଗ୍ରୀଷ୍ମ ପ୍ରଭାବ ଦିନକୁ ଦିନ ବିପଜ୍ଜନକ ହୋଇପଡୁଛି। ଦେଶର ୯୦ ପ୍ରତିଶତରୁ ଅଧିକ ଏବଂ ସମଗ୍ର ଦିଲ୍ଲୀ...

ଦି କେରଳ ଷ୍ଟୋରି ଉପରେ ରୋକ ମାମଲା: ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୫ : କେରଳର ଜିହାଦ ଏବଂ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଦି କେରଳ ଷ୍ଟୋରି ଉପରେ...

Advertisement
Archives

Model This Week