ଲୋକ ସଭାରେ ‘ଫନୀ’ ଚର୍ଚ୍ଚା

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ସାମୁଦ୍ରିକ ଝଡ ‘ଫନୀ’ ଦ୍ୱାରା ଉପକୂଳ ଓଡ଼ିଶାର ବହୁତ କ୍ଷତି ହୋଇଛି। ଓଡ଼ିଶାର ଭୌଗୋଳିକ ଅବସ୍ଥିତି ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରୁଛି। ‘ଫନୀ’ ପୁନରୁଦ୍ଧାର ଏବଂ ଭିତ୍ତିଭୂମି ସଜଡା କାର୍ଯ୍ୟ ଜାରି ରହିଥିବାବେଳେ ନିକଟରେ ‘ବୁଲ୍‌ବୁଲ’ ମଧ୍ୟ ଉପକୂଳ ଓଡ଼ିଶାକୁ ପ୍ରଭାବିତ କରିଥିଲା। ତେଣୁ ରାଜ୍ୟ କେନ୍ଦ୍ରୀୟ ସହାୟତା ଏବଂ ଅନୁକମ୍ପାର ହକ୍‌ଦାର ବୋଲି ମଙ୍ଗଳବାର ବିଜେଡି ସଂସଦୀୟ ଦଳ ନେତା(ଲୋକ ସଭା) ପିନାକୀ ମିଶ୍ର ପାର୍ଲାମେଣ୍ଟରେ କହିଛନ୍ତି।
ଲୋକ ସଭାର ପ୍ରଶ୍ନକାଳ ଚାଲିଥିବା ସମୟରେ ଅଂଶଗ୍ରହଣ କରି ପିନାକୀ କହିଥିଲେ ଯେ ଫନୀ ଦ୍ୱାରା ପୁରୀ ଜିଲା ବହୁତ କ୍ଷତିଗ୍ରସ୍ତ ହୋଇଛି। ଏମ୍‌ପି ଜୁଏଲ ଓରାମ ପ୍ରଶ୍ନ କରିଥିବାରୁ ଧନ୍ୟବାଦ, ହେଲେ ସେ ଏଥିରେ ରାଜନୀତି ଭର୍ତ୍ତି କରିଦେଇଛନ୍ତି। ବିଶ୍ୱବ୍ୟାଙ୍କ୍‌, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପୁନରୁଦ୍ଧାର କାର୍ଯ୍ୟ ନେଇ ସମସ୍ତେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା କାରଣରୁ ଏହି ବିପତ୍ତି ସମୟରେ ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ୭ରୁ ୮ ଲୋକଙ୍କ ମୃତ୍ୟୁ ହୋଇଛି। ୨୫ରୁ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏଠାରେ ବସିଛନ୍ତି। ସେ ନିଶ୍ଚିତ ଭାବେ ବୁଝି ପାରିଥିବେ, ଫନୀ କେତେ ଭୟାନକ ଥିଲା । ଝଡ଼ ଯେଉଁ ସ୍ଥାନ ଦେଇ ଅତିକ୍ରମ କରିଥିଲା, ସେହି ସମସ୍ତ ସ୍ଥାନରେ ଗଛ, ବିଦ୍ୟୁତ୍‌ ଖଣ୍ଟ ଏବଂ କଚ୍ଚାଘର ଛିଡା ହୋଇ ପାରି ନ ଥିଲା। ପ୍ରତିବର୍ଷ ଓଡ଼ିଶାକୁ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି, ଅନ୍ୟ କୌଣସି ରାଜ୍ୟକୁ ଏପରି ଦୁର୍ଦ୍ଦଶାର ସାମ୍‌ନା କରିବାକୁ ପଡୁନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବ ସ୍ବତନ୍ତ୍ର ଅନୁଦାନ ଏବଂ ସ୍ବତନ୍ତ୍ର ଧ୍ୟାନକୈନ୍ଦ୍ରିକ ସହାୟତା ପ୍ରଦାନ କରାଯାଉ ବୋଲି ପିନାକୀ କହିଥିଲେ। ଓଡ଼ିଶା ଯେପରି ନିଜସ୍ବ ସମ୍ବଳ ବୃଦ୍ଧି କରିପାରିବ, ସେ ଦିଗରେ କେନ୍ଦ୍ର ପଦକ୍ଷେପ ନେଉ। କୋଇଲା, ଲୁହାପଥର ଏବଂ ମାଙ୍ଗାନିଜ ଆଦିର ରୟାଲ୍‌ଟି ସଂଶୋଧନ କରାଯାଉ। ଏହା ଦ୍ୱାରା ଓଡ଼ିଶାକୁ ଆଉ ଭିକ ମାଗିବାକୁ ବାରମ୍ବାର ଦିଲ୍ଲୀ ଆସିବାକୁ ପଡିବ ନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ପିନାକୀ ଅନୁରୋଧ କରିଥିଲେ। ପିନାକୀଙ୍କ ଉପସ୍ଥାପନା ପରେ କେନ୍ଦ୍ର ପକ୍ଷରୁ ଉତ୍ତର ରଖି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ, କେନ୍ଦ୍ର ଦେଇଥିବା ସହାୟତା ଏବଂ ରାଜ୍ୟ ପକ୍ଷରୁ ମଗାଯାଇଥିବା ଅନୁଦାନ ମଧ୍ୟରେ ପ୍ରଭେଦ ରହିଛି। ହେଲେ ଅନୁଦାନ ଦେବା ଏକ ପ୍ରକିୟା, ଓଡ଼ିଶାର ସ୍ଥିତି ନେଇ କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସଙ୍କଟ ପ୍ରବର୍ତ୍ତନ ସମିତି ପକ୍ଷରୁ ଫନୀ ପାଇଁ ୧୯ ଏପ୍ରିଲରୁ ୧୦ ମେ ମଧ୍ୟରେ ୧୧ ଥର ବୈଠକ କରିଛି। ଏହାର ରିପୋର୍ଟ ଆଧାରରେ ସହାୟତା ପ୍ରଦାନ କରାଯାଉଥିବା ଉଲ୍ଲେଖ କରିଥିଲେ। ସୁନ୍ଦରଗଡ ଏମ୍‌ପି ଜୁଏଲ୍‌ ଓରାମ ଫନୀ ସହାୟତା ନେଇ କେନ୍ଦ୍ର କେତେ ଅର୍ଥ ଦେଇଛି, ସେ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ନିତ୍ୟାନନ୍ଦ ରାଏ କହିଥିଲେ ଯେ, ଏନ୍‌ଡିଆରଏଫ୍‌ ଗାଇଡ୍‌ଲାଇନ ଅନୁଯାୟୀ ଓଡ଼ିଶାକୁ ୩୩୩୮ କୋଟି ଟଙ୍କାର ସହାୟତା ଦିଆଯାଇଥିଲା। ଏହା ବ୍ୟତୀତ ଫନୀ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରି ୧୦୦୦ କୋଟି ଏବଂ ପୂର୍ବରୁ ୩୪୦.୮୭୫ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ନିତ୍ୟାନନ୍ଦ ଉଲ୍ଲେଖ କରିଥିଲେ। ଏହିପରି ଭାବେ କେନ୍ଦ୍ର ୪୬୭୯.୦୯ କୋଟି ଟଙ୍କା କେବଳ ଫନୀ ବାବଦକୁ ପ୍ରଦାନ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri