ଲୋକନାଥଙ୍କ ପୀଠରେ ଜଳିଲା ବୃହତ୍‌ ଦୀପ

ପୁରୀ ଅଫିସ,୨୦ା୨: ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ବୁଧବାର ଶ୍ରୀଲୋକନାଥଙ୍କ ପୀଠରେ ଜଳିଛି ବୃହତ ଜଗତ ମଙ୍ଗଳ ଜାଗର ଦୀପ। ଅଷ୍ଟମ ବର୍ଷ ଲାଗି ଏହି ବୃହତ୍‌ ଦୀପ ଜଳାଯାଇଛି। ଏହି ଦୀପ ଜାଗର ଯାତ୍ରା ମହାଦୀପ ଉଠିବା ପର୍ଯ୍ୟନ୍ତ ଜଳିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସନ୍ଧ୍ୟାରେ ଅନୁଷ୍ଠିତ ଏହି ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଉପଜିଲାପାଳ ଭବତାରଣ ସାହୁ, ଜାତୀୟ ରାଜପଥର ମୁଖ୍ୟଯନ୍ତ୍ରୀ ରଞ୍ଜିତ କୁମାର ସାହୁ, ସାମାଜିକ କର୍ମୀ ରାମକୃଷ୍ଣ ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାୟ ୬ ଫୁଟ ଲମ୍ବ, ସାଢେ ୪ଫୁଟ ଓସାର ଓ ୨ ଫୁଟ ଗଭୀର ବିଶିଷ୍ଟ ଏହି ଦୀପ ଶ୍ରୀଲୋକନାଥଙ୍କ ପୀଠ ପାର୍ବତୀ ସାଗର ନିକଟରେ ପ୍ରଜ୍ୱଳନ କରାଯାଇଛି। ବାବା ଲୋକନାଥଙ୍କ ଜାଗର ପର୍ବର ଅନ୍ତିମ ପର୍ଯ୍ୟାୟ ମହାଦୀପ ଉଠିବା ପରେ ଏହି ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଘରେ ସିବିଆଇ ଚଢାଉ

ରାଉରକେଲା ଅଫିସ,୧୨। ୧-କେନ୍ଦ୍ରୀୟ ଅବକାରୀ ବିଭାଗ ଡେପୁଟି କମିଶନର ଆସିକ ଜମାଲଙ୍କ ଘରେ ଶନିବାର ସିବିଆଇ ଚଢାଉ କରିଥିବା ସୂଚନା ମିଳିଛି। ରାଉରକେଲା ସେକ୍ଟର ୬...

ଶୁଣ୍ଢରେ ଟେକି କଚାଡ଼ିଲା, ଅନ୍ତବୁଜୁଳା ବାହାର କରିଦେଲା ହାତୀ

ଭବାନୀପାଟଣା,୧୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡିସର ନିକଟରେ ଶନିବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କ ନାମ...

୧୫୯ ପଞ୍ଚାୟତର ୩୯, ୭୯୩ ଲୋକ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୨୦।୮: ଜଗତ୍‌ସିଂହପୁର ଜିଲା ପ୍ରଶାସନର ଆକଳନ ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଜିଲାର ୧୫୯ ପଞ୍ଚାୟତ ଅନ୍ତର୍ଗତ ୬୨୦ଟି ଗ୍ରାମର ୩୯,୭୯୩ ଲୋକ, ୧୭,୭୬୦...

ଦଶମୀ ବି ପଡ଼ିପାରେ ଫିକା, ଏସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଲଘୁଚାପ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗିରହିଛି। ଏଥିଯୋଗୁ ପୂଜା ବଜାର ସାମାନ୍ୟ ଫିକା ପଡ଼ିଛି। ତେବେ ବୁଧବାର ୧୨ ଜିଲାରେ...

ପୁରୀ-ବାରିପଦା ମଧ୍ୟରେ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୫।୧(ବ୍ୟୁରୋ): ନିୟମିତ ଟ୍ରେନ୍‌ରେ ମାତ୍ରାଧିକ ଭିଡ଼ ଯୋଗୁ ପୁରୀଠାରୁ ବାରିପଦାର ଭଞ୍ଜପୁରକୁ ଏକ ସ୍ପେଶାଲ ସାପ୍ତାହିକ ଟ୍ରେନ୍‌ ଚାଲିବ। ପ୍ରତୀକ୍ଷା ତାଲିକା (ଓ୍ବେଟିଂ ଲିଷ୍ଟ)ରେ ରହୁଥିବା...

କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କୁ କରୋନା

ଭୁବନେଶ୍ୱର ୧୨।୯(ବ୍ୟୁରୋ)-ଓଡିଶା ନୂତନ ପ୍ରଭାରୀ ଚେଲ୍ଲା କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,...

କରୋନା ଚିନ୍ତା: ଭୁବନେଶ୍ୱର ବିମାନବନ୍ଦରରେ କଟକଣା ବଢ଼ିଲା, ବିଦେଶାଗତ ଯାତ୍ରୀଙ୍କ ସ୍ବାସ୍ଥ୍ୟପରୀକ୍ଷା ବାଧ୍ୟତାମୂଳକ

ଭୁବନେଶ୍ୱର,୩।୩(ବ୍ୟୁରୋ): ଦେଶରେ ଆଉ ତିନି ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ବିମାନବନ୍ଦରରେ ଯାଞ୍ଚ ବଢ଼ାଇବାକୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସାନି ଆଡଭାଇଜରି ଜାରି କରାଯାଇଛି।...

ଭଙ୍ଗା କୁଡ଼ିଆରେ ଅସହାୟ ଅବସ୍ଥାରେ ଗୁରୁ

ମାଲକାନଗିରି,୨୪।୧୦(ଡି.ଏନ୍‌.ଏ.): ବୟସର ଅପରାହ୍ନରେ ପରିବାର ଲୋକଙ୍କ ସ୍ନେହ ଓ ସେବା ଲୋଡ଼ାହୁଏ। ଶେଷ ସମୟରେ ନିଜର ଲୋକେ ନ ପଚାରିଲେ ଜୀବନ ଜିଇଁବା କଷ୍ଟକର ହୋଇପଡ଼େ।...

Advertisement
Archives

Model This Week