Posted inଫୁରସତ

ଲୋକଙ୍କୁ ସ୍ବଚ୍ଛ ପାଣି ଯୋଗାଉଛନ୍ତି ଦୁଇ ଭଉଣୀ : ୧୭୦ଟି ଜଳ ପ୍ରକଳ୍ପ ପାଇଁ ଦାନ କରିଛନ୍ତି ୧୦ କୋଟି ଟଙ୍କା

ଆପଣ ଯଦି କିଛି ଭଲ କରିବାକୁ  ଚାହୁଁଥାନ୍ତି ତେବେ ବୟସର କୌଣସି ଆବଶ୍ୟକତା ପଡ଼ି ନ ଥାଏ। କେବଳ ଅଦମ୍ୟ ଇଚ୍ଛାଶକ୍ତି ଆଗକୁ ବଢ଼ିବାର ପ୍ରେରଣା ଯୋଗାଇ ଥାଏ। ଏମିତି କିଛି କରି ଦେଖାଇଛନ୍ତି ଆମେରିକାର ଟେକ୍ସାସରେ ରହୁଥିବା ଦୁଇ ଭଉଣୀ। ଏହି ଦୁଇ ଭଉଣୀଙ୍କ ଯୋଗୁ ହଜାର ହଜାର ଲୋକଙ୍କୁ ସ୍ବଚ୍ଛ ପାଣି ମିଳିପାରୁଛି।  ୧୫ ବର୍ଷୀୟା ଇସାବେଲ୍‌ ଏବଂ ୧୨ ବର୍ଷୀୟା କ୍ୟାଥରନ୍‌ ପେପରରେ ବିଭିନ୍ନ ଡିଜାଇନ ପ୍ରସ୍ତୁତ କରିଥାନ୍ତି। ଏହାକୁ ବିକି ଏଥିରୁ ଯେଉଁ ଟଙ୍କା ରୋଜଗାର କରନ୍ତି ତାହାକୁ ସଂଗ୍ରହ କରି ‘ପେପର ଫର୍‌ ଓ୍ବାଟର’ନାମରେ ଏକ ସଂସ୍ଥା ଗଢ଼ିଛନ୍ତି। ଯେଉଁ ସଂସ୍ଥା ଜରିଆରେ ଲୋକେ ସ୍ବଚ୍ଛ ଜଳ ପାଇପାରୁଛନ୍ତି। ୨୦୧୨ ମସିହାରେ ଇସାବେଲ୍‌ଙ୍କୁ ୮ ବର୍ଷ ଏବଂ କ୍ୟାଥରିନ୍‌ଙ୍କୁ ୫ ବର୍ଷ ହୋଇଥିଲା ସେତେବେଳେ ଦୁହେଁ ଅନୁମାନ କରିଥିଲେ ଆମେରିକା ପରି ବିକାଶଶୀଳ ଦେଶର ମହିଳାମାନେ କାହିଁକି ଅଧିକ ପଢ଼ି ପାରୁନାହାନ୍ତି। କାରଣ ପାଣି ଆଣିବା ପାଇଁ ଘରର ମହିଳାମାନଙ୍କୁ ବହୁ ଦୂରକୁ ଯିବାକୁ ପଡ଼ୁଥିଲା। ଯେଉଁଥିପାଇଁ ମହିଳାମାନେ ସବୁବେଳେ ବ୍ୟସ୍ତ ରହୁଥିଲେ। ଫଳରେ ପାଠପଢ଼ା ପ୍ରତି ଧ୍ୟାନ ଦେଉ ନ ଥିଲେ। ତେଣୁ ଦୁଇ ଭଉଣୀଙ୍କୁ ଏହା ପ୍ରଭାବିତ କରିଥିଲା। କେମିତି ପାଣିର ସୁବିଧା କରିବେ। ଆଉ ମହିଳାମାନଙ୍କୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡ଼ିବନି। ତେଣୁ ପେପରରେ ଓରିଗାମୀ ଗହଣା ଏବଂ ରାଜାବଟି ପିସ କରିବାକୁ ନିଷ୍ପତ୍ତି ନେଲେ। ପେପରୁ ତିିଆରି ଉତ୍ପାଦ ବିକି ଦୁଇ ଭଉଣୀ ୧୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ। ଏହି ଟଙ୍କାକୁ ୧୭ଟି ଦେଶରେ ୧୭୦ଟି ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଦାନ କରିଦେଇଛନ୍ତି। ଫଳରେ ହଜାର ହଜାର ଲୋକ ବିଶୁଦ୍ଧ ପାଣି ପାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ବୃହତ୍‌ ଷ୍ଟିଲ୍‌ ପ୍ଲାଣ୍ଟ ଭୁଲିଯାଇ ଜାହାଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri