Posted inଫୁରସତ

ଲୋକଙ୍କୁ ସ୍ବଚ୍ଛ ପାଣି ଯୋଗାଉଛନ୍ତି ଦୁଇ ଭଉଣୀ : ୧୭୦ଟି ଜଳ ପ୍ରକଳ୍ପ ପାଇଁ ଦାନ କରିଛନ୍ତି ୧୦ କୋଟି ଟଙ୍କା

ଆପଣ ଯଦି କିଛି ଭଲ କରିବାକୁ  ଚାହୁଁଥାନ୍ତି ତେବେ ବୟସର କୌଣସି ଆବଶ୍ୟକତା ପଡ଼ି ନ ଥାଏ। କେବଳ ଅଦମ୍ୟ ଇଚ୍ଛାଶକ୍ତି ଆଗକୁ ବଢ଼ିବାର ପ୍ରେରଣା ଯୋଗାଇ ଥାଏ। ଏମିତି କିଛି କରି ଦେଖାଇଛନ୍ତି ଆମେରିକାର ଟେକ୍ସାସରେ ରହୁଥିବା ଦୁଇ ଭଉଣୀ। ଏହି ଦୁଇ ଭଉଣୀଙ୍କ ଯୋଗୁ ହଜାର ହଜାର ଲୋକଙ୍କୁ ସ୍ବଚ୍ଛ ପାଣି ମିଳିପାରୁଛି।  ୧୫ ବର୍ଷୀୟା ଇସାବେଲ୍‌ ଏବଂ ୧୨ ବର୍ଷୀୟା କ୍ୟାଥରନ୍‌ ପେପରରେ ବିଭିନ୍ନ ଡିଜାଇନ ପ୍ରସ୍ତୁତ କରିଥାନ୍ତି। ଏହାକୁ ବିକି ଏଥିରୁ ଯେଉଁ ଟଙ୍କା ରୋଜଗାର କରନ୍ତି ତାହାକୁ ସଂଗ୍ରହ କରି ‘ପେପର ଫର୍‌ ଓ୍ବାଟର’ନାମରେ ଏକ ସଂସ୍ଥା ଗଢ଼ିଛନ୍ତି। ଯେଉଁ ସଂସ୍ଥା ଜରିଆରେ ଲୋକେ ସ୍ବଚ୍ଛ ଜଳ ପାଇପାରୁଛନ୍ତି। ୨୦୧୨ ମସିହାରେ ଇସାବେଲ୍‌ଙ୍କୁ ୮ ବର୍ଷ ଏବଂ କ୍ୟାଥରିନ୍‌ଙ୍କୁ ୫ ବର୍ଷ ହୋଇଥିଲା ସେତେବେଳେ ଦୁହେଁ ଅନୁମାନ କରିଥିଲେ ଆମେରିକା ପରି ବିକାଶଶୀଳ ଦେଶର ମହିଳାମାନେ କାହିଁକି ଅଧିକ ପଢ଼ି ପାରୁନାହାନ୍ତି। କାରଣ ପାଣି ଆଣିବା ପାଇଁ ଘରର ମହିଳାମାନଙ୍କୁ ବହୁ ଦୂରକୁ ଯିବାକୁ ପଡ଼ୁଥିଲା। ଯେଉଁଥିପାଇଁ ମହିଳାମାନେ ସବୁବେଳେ ବ୍ୟସ୍ତ ରହୁଥିଲେ। ଫଳରେ ପାଠପଢ଼ା ପ୍ରତି ଧ୍ୟାନ ଦେଉ ନ ଥିଲେ। ତେଣୁ ଦୁଇ ଭଉଣୀଙ୍କୁ ଏହା ପ୍ରଭାବିତ କରିଥିଲା। କେମିତି ପାଣିର ସୁବିଧା କରିବେ। ଆଉ ମହିଳାମାନଙ୍କୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡ଼ିବନି। ତେଣୁ ପେପରରେ ଓରିଗାମୀ ଗହଣା ଏବଂ ରାଜାବଟି ପିସ କରିବାକୁ ନିଷ୍ପତ୍ତି ନେଲେ। ପେପରୁ ତିିଆରି ଉତ୍ପାଦ ବିକି ଦୁଇ ଭଉଣୀ ୧୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ। ଏହି ଟଙ୍କାକୁ ୧୭ଟି ଦେଶରେ ୧୭୦ଟି ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଦାନ କରିଦେଇଛନ୍ତି। ଫଳରେ ହଜାର ହଜାର ଲୋକ ବିଶୁଦ୍ଧ ପାଣି ପାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ସୁସ୍ଥ ହେବା ପରେ କରନ୍ତୁ ଯୋଗ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା...

ଏଚଆଇଭି ପଜିଟିଭ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏସିଆର ପ୍ରଥମ କାଫେ

କେବଳ ଏଚଆଇଭି ପଜିଟିଭ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏସିଆର ପ୍ରଥମ କାଫେ କୋଲକାତାରେ ଖୋଲିଛି। ଏହି କାଫେର ନାଁ ରହିଛି ‘କାଫେ ପଜିଟିଭ’। ଏହାର ଉଦ୍ଦେଶ୍ୟ...

ଦୋକାନୀଙ୍କ ତାଗିଦ ଆମକୁ ସଚେତନ କରିଥିଲା

ଡ.ବିଜୟ କୁମାର ମହାରଣା, ଦେବଗଡ଼ ମଡେଲ କଲେଜର ଅଧ୍ୟକ୍ଷ। କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଗତପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବିଜୟଙ୍କ ପ୍ରାଥମିକ ଶିକ୍ଷା...

ବିନା ଟାୟାରରେ ଚଲାଇଲେ କାର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଡ୍ରାଇଭିଂ ଶିଖୁଥିଲେ ଟାୟାର ବଦଳାଇବା ମଧ୍ୟ ଶିଖିଯାଆନ୍ତୁ। ନ ହେଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏମିତି କିଛି ମେଲବର୍ଣ୍ଣର ଜଣେ ଯୁବକଙ୍କ ସହ ଘଟିଥିବା...

ରାଜରାସ୍ତାରେ ଯମରାଜ-ଚିତ୍ରଗୁପ୍ତ ଯୋଡ଼ି: ଭିଡ଼ିଓ ଭାଇରାଲ

ରାୟପୁର, ୧୮।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ରେ ଯମରାଜ ଏବଂ ଚିତ୍ରଗୁପ୍ତଙ୍କ ଯୋଡ଼ି ରାଜରାସ୍ତାରେ ବୁଲିବୁଲି ଲୋକଙ୍କୁ କରୋନା ସଂକ୍ରମଣରୁ...

ଶେଷ ଯାଏ ମୂର୍ତ୍ତି ଗଢୁଥିବି: କଳ୍ପତରୁ ମହାରଣା

ଶିଳ୍ପୀଙ୍କ ଯାଦୁକରି ହାତର ସ୍ପର୍ଶରେ ନିର୍ଜୀବ ପଥର ଦେହରେ ବି ସଂଚାରିତ ହୁଏ କଳାକୃତିରେ ପ୍ରାଣ। ନିହାଣ ମଗୁରରେ ପଥରକୁ ଖୋଦେଇକରି ଗଢ଼ିତୋଳନ୍ତି ବିଭିନ୍ନ ପ୍ରକାର...

ବିରୋଧ ପ୍ରଦର୍ଶନ ବେଳେ ହେଲା ପ୍ରେମ, ଏବେ କରିବେ ବିବାହ

ନୂଆଦିଲ୍ଲୀ,୭।୨: ଦିଲ୍ଲୀର ଶାହିନ ବାଗ ଅଞ୍ଚଳରେ ଚାଲିଥିବା ବିରୋଧ ପ୍ରଦର୍ଶନ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଶାନ୍ତି ପୂର୍ଣ୍ଣଭାବେ ଏଠାରେ ବିରୋଧ କରାଯାଉଛି। ଏହି...

କିଏ ଏହି ମହିଳା, ଯାହାଙ୍କୁ ଦେଖି ହାତ ଯୋଡ଼ିଲେ ମୋଦି-ଶାହା

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯାହାକି ଲୋକଙ୍କ ହୃଦୟ ଜିତୁଛି। ରାଜନେତାଠାରୁ ଆରମ୍ଭ କରି ସେଲିବ୍ରିଟି ସମସ୍ତେ ଫଟୋରେ ଥିବା ମହିଳାଙ୍କ ପ୍ରଶଂସାରେ...

Advertisement
Archives

Model This Week