Posted inଜାତୀୟ

‘ଲୋକଙ୍କୁ ବିଭ୍ରାନ୍ତ କରୁଛି କଂଗ୍ରେସ’

ନୂଆଦିଲ୍ଲୀ,୨୭-୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ନେଇ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଦ୍ୱନ୍ଦ୍ୱ ସୃଷ୍ଟିକରିବା ସହ ଲୋକଙ୍କୁ ବିଭ୍ରାନ୍ତ କରି ରାଜଧାନୀର ବାତାବରଣକୁ ନଷ୍ଟ କରୁଛନ୍ତି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଅଭିଯୋଗ କରିଛନ୍ତି। ଗୁରୁବାର ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ (ଡିଡିଏ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶାହା ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ସମାଲୋଚନା କରିବା ସହ ଛୋଟ ଛୋଟ ଦଳଙ୍କୁ ହରାଇବାର ସମୟ ଆସିଛି ବୋଲି କହିଥିଲେ। କେନ୍ଦ୍ରର ବିକାଶମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଆମ୍‌ ଆଦମୀ ପାର୍ଟି (ଏଏପି) ସରକାର ପ୍ରତିବନ୍ଧକ ସୃଷ୍ଟି କରୁଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି। ଏଏପି ନେତା କେନ୍ଦ୍ରୀୟ ପ୍ରକଳ୍ପରେ ତାଙ୍କ ନାମ ଯୋଡ଼ିବାକୁ ଚାହାନ୍ତି ବୋଲି ଶାହା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ସୁସ୍ଥ ହେଲେଣି ୬୦ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ,୧୧ ।୧୦: କରୋନା ମହାମାରୀ ବେଳକୁ ବେଳ ବଢି ଚାଲିଥିବା ବେଳେ ଦେଶରେ ସୁସ୍ଥତା ହାର ମଧ୍ୟ ବଢିବାରେ ଲାଗିଛି । ମିଳିଥିବା ସୂଚନାରୁ ଜଣାପଡିଛି...

ଲିଭୁଥିବା ଲଣ୍ଠନ ପାଇଁ ମାନସ ମନ୍ଥନ କରିବେ ରାବ୍ରୀ

ପାଟନା,୨୬।୫: ଲୋକ ସଭା ନିର୍ବାଚନରେ ବିହାରରେ ଲାଲୁ ଯାଦବଙ୍କ ଆରଜେଡି ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି। ରାଜ୍ୟର ୪୦ଟି ଲୋକ ସଭା ଆସନ ମଧ୍ୟରୁ ୩୯ଟି ଏନଡିଏ...

ଗୋଆ କରୋନା ମୁକ୍ତ, ଆସିପାରିବେ ସ୍ଥାନୀୟ ପର୍ଯ୍ୟଟକ: ରାଜ୍ୟପାଳ

ପଣଜୀ,୨୩।୫: ଗୋଆ ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଗୋଆ ଏକେ କରୋନା...

ସ୍ମୃତି ଇରାନୀଙ୍କ ଉପରେ ପୋଷ୍ଟ କରି ଫସିଲେ ପ୍ରଫେସର

ଫିରୋଜାବାଦ,୨୧।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ଅପମାନଜନକ ଫେସବୁକ୍‌ ପୋଷ୍ଟ କରି ଫସଛନ୍ତି ୟୁପିର ଜଣେ ପ୍ରଫେସର। ଉତ୍ତର ପ୍ରଦେଶର ଫିରୋଜାବାଦ କୋର୍ଟରେ ଆତ୍ମସମର୍ପଣ...

୨୮୦ କୋଟି ଟଙ୍କାର ହେରୋଇନ୍‌ ଜବତ

ଗାନ୍ଧିନଗର,୨୫।୪: ଆରବ ସାଗରରୁ ପାକିସ୍ତାନୀ ଡଙ୍ଗାକୁ ଧରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସକୁ ଗୁଳି ଚଳାଇବାକୁ ପଡିଛି। ପାକ ଡଙ୍ଗାରେ ଥିବା...

ମନ୍ଦିର ସଂଲଗ୍ନ ଖନନ ସମୟରେ ମିଳିଲା ୫୦୫ ସ୍ବର୍ଣ୍ଣମୁଦ୍ରା

ତିରୁଚିରାପଲି,୨୭।୨: ତାମିଲନାଡୁର ତିରୁଚିରାପଲି ଜିଲା ଥିରୁଭାନୈକଭଲ ନିକଟରେ ଥିବା ଜମ୍ବୁକେଶ୍ୱର ମନ୍ଦିର ନିକଟରେ ଖନନ ଚାଲିଥିବା ବେଳେ ମାଟିତଳୁ ୫୦୫ଟି ସ୍ବର୍ଣ୍ଣମୁଦ୍ରା ମିଲିଥିବା ଜଣାପଡିଛି। ଏହାର...

ନକଲି ହେଲମେଟ, ପ୍ରେସରକୁକର. ସିଲିଣ୍ଡର ବିକ୍ରି କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୫ ।୧୧: ଜୀବନ ପ୍ରତି ବିପଦ ଥିବା ନକଲି ଉତ୍ପାଦନର ବିକ୍ରି ଓ ନିର୍ମାଣ ଉପରେ ଲଗାମ ଲାଗାଇବାକୁ ସରକାର ସାରା ଦେଶରେ ଅଭିଯାନ ଆରମ୍ଭ...

ଶାନ୍ତିବନରେ ସଞ୍ଜୟ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାନେକା ଓ ବରୁଣ

ନୂଆଦିଲ୍ଲୀ,୨୩।୬: ସଞ୍ଜୟ ଗାନ୍ଧୀଙ୍କ ୩୯ତମ ପୁଣ୍ୟତିଥିରେ ରବିବାର ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶାନ୍ତିବନଠାରେ ଥିବା ସଞ୍ଜୟଙ୍କ ସମାଧିସ୍ଥଳରେ ଅନ୍ୟ...

Advertisement
Archives

Model This Week