ଲୋକକଳା ଦିବସ ପାଳିତ: ‘ସଂରକ୍ଷଣ ହେବ ପାରମ୍ପରିକ କଳା’

ଢେଙ୍କାନାଳ ଅଫିସ, ୧୪।୬-ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପ୍ରଥମ ଥର ଆୟୋଜନ କରାଯାଇଥିବା ଲୋକକଳା ଦିବସ ନୂତନ ଅଧ୍ୟାୟ ସୃଷ୍ଟି କରିଛି। କଳାକାରଙ୍କ ଆର୍ଥତ୍କ, ସାମାଜିକ ଏବଂ କଳା ନୈପୁଣ୍ୟତାର ବିକାଶ ପାଇଁ ଆଗାମୀ ଦିନରେ କାର୍ଯ୍ୟ କରାଯିବ। ପାରମ୍ପରିକ କଳାକୁ ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଲୋକ କଳାର ସମୃଦ୍ଧି ପାଇଁ ପ୍ରତିମାସରେ ପ୍ରଶିକ୍ଷଣ ଦିଆଯିବ। ନିୟମିତ ବୈଠକ ଆୟୋଜନ କରି ଏହାକୁ ପ୍ରୟୋଗଶାଳାରେ ପରିଣତ କରାଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲାପାଳ ତଥା ଜିଲା କଳାସଂସ୍କୃତି ସଂଘ ସଭାପତି ନିଖିଲ ପଓ୍ବନ କଲ୍ୟାଣ। ଜିଲା ଶିକ୍ଷାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ଆୟୋଜିତ ଜିଲାସ୍ତରରେ ଲୋକକଳା ଦିବସ-୨୦୧୯ ପାଳନ ଅବସରରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଜିଲାପାଳ ଏପରି ବକ୍ତବ୍ୟ ରଖିଥିଲେ।
ଜିଲା ସଂସ୍କୃତି ଅଧିକାରୀ ଲକ୍ଷ୍ମୀଧର ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜିଲା କଲା ସଂସ୍କୃତି ସଂଘ ଉପସଭାପତି ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଜିଲା କଳାସଂସ୍କୃତି ସଂଘ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭୁବନ ବ୍ଲକ ଉପସଭାପତି ଅଶୋକ ସାମଲ, ଗଁଦିଆ ବ୍ଲକ ଉପସଭାପତି କପିଳେଶ୍ୱର ବେହେରା, କାମାକ୍ଷାନଗରର ବିଭୂତି ବିଶ୍ୱାଳ, ହିନ୍ଦୋଳର ବିମଳ ବିଶ୍ୱାଳ, ଓଡ଼ାପଡ଼ାର ଦୁର୍ଯ୍ୟୋଧନ ଜେନା, ପରଜଙ୍ଗର ପ୍ରଭାକର ନାଥ ପ୍ରମୁଖ ଉପସ୍ଥିତ ରହି ନିଷ୍ଠାର ସହିତ କଳାର ପ୍ରଚାର ଓ ପ୍ରସାର କରିବାକୁ କଳାକାରଙ୍କୁ ଆହ୍ବାନ ଦେଇଥିଲେ। ଦୁର୍ଗାଚରଣ ମହାପାତ୍ର ଧନ୍ୟବାଦ ଦେଇଥିଲେ।
ଶେଷରେ ପାଲା ଗାୟିକା ହରପ୍ରିୟା, ବାଳାମଣି ସାଥୀ କଳାକାରଙ୍କ ସହ ପାଲା ପରିବେଷଣ କରିଥିଲେ। ପ୍ରତି ବ୍ଲକରୁ ଆସିଥିବା କଳାକାରମାନେ ଦଣ୍ଡ, ଖଞ୍ଜଣି ଭଜନ, ସଂକୀର୍ତ୍ତନ ଭଳି ପାରମ୍ପରିକ ଲୋକକଲା ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ମେଳା: ୧,୩୪୬ ଆଶାୟୀ ପଞ୍ଜୀକୃତ

ଢେଙ୍କାନାଳ ଅଫିସ, ୧।୧୧: ଢେଙ୍କାନାଳ ସହରସ୍ଥିତ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସୋମବାର...

ସ୍ବାସ୍ଥ୍ୟକେନ୍ଦ୍ରରେ ସୁଧୁରୁନି ସେବା

ପରଜଙ୍ଗ, ୧୫ା୧୦(ଡି.ଏନ.ଏ.)ଦୀର୍ଘ ଦିନ ହେବ ବିଭିନ୍ନ ସମସ୍ୟା ଘେରରେ ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଡାକ୍ତର କର୍ମଚାରୀଙ୍କ ଅଭାବ, ନିଯୁକ୍ତ ଡାକ୍ତରଙ୍କ ମନମୁଖି ସେବା,...

ନେତାଙ୍କ ସହ ଘର ଘର ବୁଲୁଛନ୍ତି ପ୍ରାର୍ଥୀ

ଢେଙ୍କାନାଳ ଅଫିସ,୧୬।୩ – ଆସନ୍ତା ୨୪ ତାରିଖରେ ହେବ ଭୋଟଗ୍ରହଣ। ତେଣୁ ହାତରେ ଆଉ ଅଧିକ ଦିନ ନ ଥିବାରୁ ଢେଙ୍କାନାଳ ପୌରାଞ୍ଚଳରେ ନିର୍ବାଚନ ପ୍ରଚାର...

ପୌରାଧ୍ୟକ୍ଷାଙ୍କ ଘର ଆଗରେ ବୋମାମାଡ଼

ଢେଙ୍କାନାଳ ଅଫିସ,୧୦ା୪: ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ଆଗରେ ବୋମାମାଡ଼ ହୋଇଛି। ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସିମିଳିଆସ୍ଥିତ ବାସଭବନ ଉପରେ ଦୁର୍ବୃତ୍ତମାନେ ଶନିବାର ବିଳମ୍ବିତ ରାତିରେ...

୫ ବଖରା ଜଳିଗଲା

ଭୁବନ/ମାଧପୁର, ୨୫ା୩(ଡି.ଏନ.ଏ.)- ଅଗ୍ନିକାଣ୍ଡ ଘଟି ଢେଙ୍କାନାଳ ଜିଲା ଭୁବନ ବ୍ଲକ ବର୍ଣ୍ଣାଳି ଗ୍ରାମର ଈଶ୍ୱର ମାହୁନ୍ତଙ୍କ ୨ ବଖରା ଘର ମଙ୍ଗଳବାର ରାତିରେ ଜଳିଯାଇଛି ।...

ନୟାନ୍ତ କଲାଣି ନିଷିଦ୍ଧ ନିଶା

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲାରେ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲାଗି ପାରୁନାହିଁ। ପୋଲିସ, ଅବକାରୀ ବିଭାଗର ଉଦ୍ୟମ ସତ୍ତ୍ୱେ ମାଫିଆମାନେ ମଧ୍ୟସ୍ଥଙ୍କ...

ସ୍ବାସ୍ଥ୍ୟକେନ୍ଦ୍ର କ୍ୱାର୍ଟର୍ସ କାମ ସରୁନି

ଭୁବନ, ୧୧।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀଙ୍କ ରହିବା ଲାଗି ୨୦୧୪ରୁ ଆରମ୍ଭ ହୋଇଥିଲା କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟ।...

ଘରୁ ରାଗି ଆସିବା କାଳ ହେଲା: ଦୁର୍ଘଟଣାରେ ଯୁବକ ମୃତ

ପରଜଙ୍ଗ, ୧୦ା୩(ଡି.ଏନ.ଏ.)- ଘରେ କୌଣସି କାରଣରୁ ପାଟିତୁଣ୍ଡ କରି ରାଗରେ ଏକ ବାଇକ୍ ଧରି ପଳାଇ ଆସୁଥିବା ବେଳେ ଗଛରେ ପିଟି ହୋଇ ଜଣେ ଯୁବକଙ୍କ...

Advertisement
Archives

Model This Week