Advertisement

ଲୁର୍ଦ୍ଦୁମେରୀଙ୍କ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୨।୨(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗଁା ଠାରେ ଲୁର୍ଦ୍ଦୁମେରୀଙ୍କ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ ହୋଇଯାଇଛି। କଟକ ଡାଇଓସେସ୍ର ବିଶପ ଜୋହନ ବାରୱାଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ମଣ୍ଡଳୀରୁ ଆସିଥିବା ଯାଜକ ମାନଙ୍କ ଦ୍ୱାରା ଦିବ୍ୟଯଜ୍ଞ ଅନୁଷ୍ଠିତ ସହ ବାଇବଲ୍‌ ପଠନ, ସାମୂହିକ ପ୍ରାର୍ଥନା, ସଙ୍ଗୀତଗାନ ଆଦି ହୋଇଥିଲା। ସେହିପରି ଖ୍ରୀଷ୍ଟ ଧର୍ମାବଲମ୍ବି ଶ୍ରଦ୍ଧାଳୁମାନଙ୍କୁ ନେଇ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ମା’ମେରୀଙ୍କ ମୂର୍ତ୍ତିକୁ ବ୍ରାହ୍ମଣୀଗାଁ ଅଞ୍ଚଳ ପରିକ୍ରମା କରାଯାଇଥିଲା। ପରେ ରବୀନ୍ଦ୍ର ନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ସାମାଜିକ ନାଟକ ‘କାହାଣୀ ଶୁଣିଲେ କାନ୍ଦ ଲାଗୁଛି’ ମଞ୍ଚସ୍ଥ କରାଯାଇଥିଲା। ବ୍ରାହ୍ମଣୀଗାଁ ଖ୍ରୀଷ୍ଟ କଳାପରିଷଦ ପକ୍ଷରୁ କଳାକାରମାନେ ଅଭିନୟ କରିଥିଲେ। ଏହାକୁ ସୁବର୍ଣ୍ଣ ଜୟନ୍ତୀ ଜୁବୁଲି କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବ୍ଲକ ଉପାଧ୍ୟକ୍ଷ ତଥା ଜୟନ୍ତୀ ପାଳନ କମିଟିର ମୁଖ୍ୟ ରମାକାନ୍ତ ବଳିଆରସିଂ, ଥମାସ ନାୟକ, କିଶୋର ନାୟକ, ସଦାନନ୍ଦ ନାୟକ, ବିକ୍ରମ ବସ୍ତରାୟ, ଅଶୋକ କୁମାର ସିଂ, ସୁବାସ ଚନ୍ଦ୍ର ବଳିଆରସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ: ଅନ୍‌ଲାଇନ ଟିକେଟ କଳାବଜାର

ବାରଙ୍ଗ,୮।୧(ଡି.ଏନ୍‌.ଏ.): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନଙ୍କୁ ଦୃଷ୍ଟିରେ ରଖି ନନ୍ଦନକାନନରେ ଶୁକ୍ରବାରଠାରୁ ପର୍ଯ୍ୟଟକମାନେ କେବଳ ଅନ୍‌ଲାଇନରେ ଟିକେଟ କରି ବୁଲିବାକୁ ଯାଇପାରିବେ ବୋଲି ଗୁରୁବାର ଘୋଷଣା...

ଜଡ଼ାଫଳ ଖାଇ ୮ ଅଙ୍ଗନଓ୍ବାଡ଼ି ଶିଶୁ ଅସୁସ୍ଥ

ମାଲକାନଗିରି,୩ା୨: ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ମୁନୁସକୋଣ୍ଡା ଗ୍ରାମରେ ବୁଧବାର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ୮ ଶିଶୁ ଜଙ୍ଗଲୀ ଜଡ଼ାଫଳ ଖାଇ ଗୁରୁତର ହୋଇଛନ୍ତି।...

ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ

ଫୁଲବାଣୀ ଅଫିସ/ଦାରିଙ୍ଗବାଡି,୧ା୧୦- କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟାପଦ ମଙ୍ଗଳବାର ରଦ୍ଦ ହୋଇଛି। ୨ରୁ ଅଧିକ ସନ୍ତାନ ଥିବା ଆଗତ ଏକ...

କ୍ୟାନ୍‌ସର ପୀଡ଼ିତଙ୍କ ପାଇଁ ସଞ୍ଚିତ ରାଶି ଦାନ କଲେ ଆୟୁଷ୍ମାନ

ବରଗଡ ଅଫିସ,୭।୬- ବରଗଡ଼ ସହରର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆୟୁଷ୍ମାନ ଦର୍ଜୀ ରବିବାର ନିଜ ସଞ୍ଚିତ ରାଶିକୁ କ୍ୟାନ୍‌ସର ପୀଡିତଙ୍କ ପାଇଁ ନିଜ ସଞ୍ଚିତ...

ଚାଳିଆ ତଳେ ବିତୁଛି ଲକ୍ଷ୍ମୀଙ୍କ ଜୀବନ

ମହାକାଳପଡ଼ା,୨୧।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ପେଟଛେଲା ପଞ୍ଚାୟତ କେନ୍ତିଆ ଗ୍ରାମର ଅସହାୟ ବୃଦ୍ଧା ଲକ୍ଷ୍ମୀ ପ୍ରଧାନଙ୍କୁ ୭୫ ଛୁଇଲାଣି ା ଚାଲିବା ପାଇଁ...

ଶିଶୁଙ୍କ ପାଇଁ ବିପଦ ସାଜିଛି ଖୋଲା ବୋରୱେଲ:ନିର୍ଦ୍ଦେଶ ସତ୍ତ୍ୱେ ପ୍ରତିକାର ପାଇଁ ନାହିଁ ପଦକ୍ଷେପ

ଯାଜପୁର ଅଫିସ,୧୯ା୧: ଖୋଲା କିମ୍ବା ପରିତ୍ୟକ୍ତ ଟ୍ୟୁବୱେଲ ଓ ବୋରୱେଲ ଛୋଟଛୋଟ ପିଲାଙ୍କ ପାଇଁ ବିଭିନ୍ନ ସମୟରେ ବିପଦ ସାଜିଛି। ଖୋଲା ବୋରୱେଲ ଓ ଟ୍ୟୁବୱେଲଗୁଡ଼ିକରେ...

ବିଜେଡି, ଭାଜପାର ପରାଜୟକୁ ନେଇ ଚର୍ଚ୍ଚା

ଗୁଣପୁର,୨ା୩(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସରିଛି। ଏଥିରେ ଶାସକ ବିଜେଡିକୁ ଗୁଣପୁର ବ୍ଲକରେ ଧରାଶାୟୀ ହେବାକୁ ପଡ଼ିଛି। ସେହିପରି ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ...

୩୫ବର୍ଷ ଧରି ପାଣି ବୋହୁଛନ୍ତି କୃଷ୍ଣଚନ୍ଦ୍ର

ଖୋର୍ଦ୍ଧା ଅଫିସ,୧୧।୧୨: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଗୁଡୁମ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ। ବୟସ ପାଖାପାଖି ୬୫ ଛୁଇଁଲାଣି। ହେଲେ ସେ ଥକି ପଡ଼ିନାହାନ୍ତି। ଏହି ବୟସରେ...

Advertisement
Archives

Model This Week