ଲୁଟେରା ଗ୍ୟାଙ୍ଗ୍‌କୁ କାବୁକଲା ପୋଲିସ

ଅନୁଗୋଳ ଅଫିସ, ୨୧।୪

ଅନୁଗୋଳ ସହର ହେମସୁରପଡ଼ା ଦୁର୍ଗା ମଣ୍ଡପ ପଛରେ ଲୁଟ୍‌ ଯୋଜନା ଚାଲିଥିବାବେଳେ ଅନୁଗୋଳ ପୋଲିସ ଚଢ଼ାଉ କରି ଗ୍ୟାଙ୍ଗର ସର୍ଦ୍ଦାର ଛେଳିଆପଡ଼ାର ବୁବୁ ଓରଫ୍‌ ଭବାନୀଶଙ୍କର ଭଞ୍ଜ(୨୫) ଓ ଶୁକୁଆସାହିର ସେକ୍‌ ଆବିଦ(୨୦)ଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ କାର୍‌ (ନଂ. ଓଡି୦୨ଏଏମ୍‌-୬୪୮୯), ବାଇକ୍‌ (ନଂ. ଓଡି୧୯ଜେ-୨୬୭୦), ଦେଶୀ ବନ୍ଧୁକ, ଖଣ୍ଡା, ଭୁଜାଲି, ଲୁହା ପାଇପ ଆଦି ଜବତ କରାଯାଇଛି। ତଦନ୍ତକାରୀ ଅଧିକାରୀ ବିପ୍ଳବ ସାହୁ ଅଧିକ ଖୋଳତାଡ଼ ଚଳାଇଛନ୍ତି। ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଫେରାର ଥିବା ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଖୋଜା ଚାଲିଥିବା ଥାନା ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉରେ ଏଏସ୍‌ଆଇ ପ୍ରଶାନ୍ତ ସାହୁ, ବୁଦ୍ଧିମାନ ସେଠୀ, ଦିଲୀପ ସାହୁ, ଅଜିତ ନାଏକ, ବିଭୂତି ନାଏକ, ସରୋଜ ରୋଶନ ଲାକ୍ରା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠାରୁ କଟକ- ଭୁବନେଶ୍ୱରରେ ଗଡିବ ମୋ ବସ୍‌

ଭୁବନେଶ୍ୱର,୨୫।୫(ବ୍ୟୁରୋ)-ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ। ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ ଚଳାଚଳ କରିବ। ସକାଳ...

ବିବାଦରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):୨୦୧୭ ଏବଂ ୨୦୧୮ ମସିହା ଲାଗି ଘୋଷଣା ହୋଇଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରକୁ ନେଇ ପୁଣିଥରେ ବିବାଦ ଉପୁଜିଛି। ନାଟ୍ୟାନୁଷ୍ଠାନ ‘ଏବଂ ଆମେ’ର...

ଶିମିଳିପାଳ, କୁଲଡ଼ିହାରେ ପକ୍ଷୀ ଗଣନା: ୫୩ ଟିମ୍‌ ନିୟୋଜିତ

ବାରିପଦା ଅଫିସ/ସଜନାଗଡ଼/ପାଟଣା,୩ା୧: ମୟୂରଭଞ୍ଜ ଜିଲାର ଶିମିଳିପାଳ ଓ ବାଲେଶ୍ୱର ଜିଲାର କୁଲଡ଼ିହା ଅଭୟାରଣ୍ୟରେ ରବିବାର ପକ୍ଷୀଗଣନା ଆରମ୍ଭ ହୋଇଛି। ୨ ଜିଲାର ବିଭିନ୍ନ ସ୍ଥାନ ସମେତ...

ସୁସ୍ଥ ହେଲେ ୩୨୮କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସମ୍ବଲପୁରରୁ ୩୨, ଅନୁଗୋଳରୁ...

ଭୋଗ ଦଖଲରେ ଜବରଦଖଲକାରୀ: ଖଜଣା ଭରୁଛନ୍ତି ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର, ୨୩ା୨(ଡି.ଏନ.ଏ.): ଏକାମ୍ର ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ସୌନ୍ଦର୍ଯ୍ୟକରଣ ନେଇ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ମାପଚୁପ ଚାଲିଛି। ହେଲେ ପ୍ରଭାବଶାଳୀ ବ୍ୟକ୍ତିଙ୍କ...

ସୁସ୍ଥ ହେଲେ ୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୫।୨ : ଓଡ଼ିଶାରେ ସୋମବାର ୮୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କୋଭିଡ-୧୯ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୬୩୭ରେ...

ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର,୮।୭: ୩ ଦିନ ପରେ ରଥଯାତ୍ରା। ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।...

ସନ୍ଦିହାନ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ଅନୁଗୋଳ ଅଫିସ, ୭।୭ – ବାଘ ବଂଶ ବୃଦ୍ଧି ପାଇଁ ଅନୁଗୋଳ ଜିଲା ସାତକୋଶିଆରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ ଏବେ ସନ୍ଦିହାନ। ଗତ...

Advertisement


Archives

Model This Week