ବିଞ୍ଝାରପୁର,୨୬|୬(ଡି.ଏନ୍.ଏ.)- ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ୭୦ରୁ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକେ ଚାଷ ଉପରେ ନିର୍ଭର କରନ୍ତି। ପ୍ରତିବର୍ଷ ବ୍ଲକର ବିଭିନ୍ନ ରାଜସ୍ବ ମୌଜାରେ ପ୍ରାୟତଃ ୧୪ହଜାର ହେକ୍ଟର ଜମିରେ ଖରିଫ ଫସଲ ହୋଇଥାଏ। କିନ୍ତୁ ଅଧିକାଂଶ ଅଞ୍ଚଳରେ ଜଳସେଚନର ସୁବିଧା ହୋଇ ନ ଥିବାରୁ ଚାଷ ପାଇଁ ବର୍ଷା ଜଳ ଉପରେ ନିର୍ଭର କରିବାକୁ ପଡୁଛି। ଚଳିତ ବର୍ଷ ମୌସୁମୀଜନିତ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ଏହାକୁ ଦୃଷ୍ଟିରେ ରଖି ବହୁ ଚାଷୀ ଚାଷ ପାଇଁ ମନ ବଳାଇଥିଲେ। ଏ ନେଇ ସମବାୟ ବିଭାଗ ନିକଟରୁ ବିହନ ମଧ୍ୟ କିଣି ସାରିଛନ୍ତି। ହେଲେ ଜୁ୍ନ୍ ଶେଷ ହେବାକୁ ବସିଥିଲେ ମଧ୍ୟ ମୌସୁମି ବର୍ଷା ହୋଇ ପାରି ନାହଁି। ସାଧାରଣତଃ ରଜପର୍ବ ପରେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ। ହେଲେ ଚଳିତ ବର୍ଷ ବର୍ଷା ଅଭାବରୁ ଅଧିକାଂଶ ଜମି ଚାଷ ହୋଇ ମଧ୍ୟ ପଡିଆ ପଡିଛି। ଅପରପକ୍ଷେ କେତେକ ଚାଷୀ କାଳବୈଶାଖୀ ଜନିତ ବର୍ଷା ପରେ ଜମିରେ ଧାନ ବୁଣିଥିଲାବେଳେ ତାହା ଏବେ ବର୍ଷା ଅଭାବରୁ ଭୂଇଁରୁ ଉଠି ପାରୁନାହିଁ। ଯଦି ଆସନ୍ତା ସପ୍ତାହ ମଧ୍ୟରେ ବର୍ଷା ନ ହୁଏ ତେବେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ବହୁ ଚାଷୀ କହିଛନ୍ତି। ବର୍ତ୍ତମାନ ଧାନ ବୁଣା ରୁଆ ସମୟ ହୋଇଥିଲେ ମଧ୍ୟ ମୌସୁମୀ ନ ଆସିବା ନେଇ ଖରିଫ ଫସଲ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।
ଆଜି ଆସୁଛନ୍ତି ମୋଦି
ଭୁବନେଶ୍ୱର,୨୫।୧୦ (ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍ ସମୟରେ ଉତ୍ତରପ୍ରଦେଶର ବାରାଣସୀ…
ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା
ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…
ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ
ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…
ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ
କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…
ଆସୁଛି ବାତ୍ୟା: ଇନ୍ଦ୍ରାବତୀର ୨ ଗେଟ୍ ଖୋଲିଲା
ନବରଙ୍ଗପୁର,୨୪।୧୦: ସମ୍ଭାବ୍ୟ ବାତ୍ୟା ଏବଂ ବର୍ଷାକୁ ଦୃଷ୍ଟିରେ ରଖି ଶନିବାର ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଛି। ଡ୍ୟାମ୍ର ୩ ଓ ୬ ନମ୍ବର ଗେଟ୍ରୁ ୧୩୩…
୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୯ ମୋବାଇଲ ଜବତ, ୭ ଜୁଆଡ଼ିଙ୍କୁ ଗିରଫ କରି…
ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଇରାଶି ପଞ୍ଚାୟତ ବରପଲ୍ଲୀ ଓ ଭୁଆଁଭୂଇଁ ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିରଠାରେ ଜୁଆଆଡ୍ଡା ଚାଲିଥିବାବେଳେ ରମ୍ଭା…
ଏହି ୫ ଜିଲାରେ ୨୮ ଓ ୨୯ରେ ସ୍କୁଲ୍, କଲେଜ ଛୁଟି : ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ…
ଭୁବନେଶ୍ୱର, ୨୪ା୧୦: ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୫ଟି ଜିଲାରେ ଆସନ୍ତା ୨୮ ଓ ୨୯ ତାରିଖରେ ସ୍କୁଲ୍ ଓ କଲେଜ…
ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ପାଇଁ ପ୍ରଶାସନର ପ୍ରସ୍ତୁତି: ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଷ୍ମୀପୂଜା ତୋରଣ ଖୋଲା ରହିବ
କେନ୍ଦ୍ରାପଡ଼ା, ୨୪ା୧୦ (ଜଗନ୍ନାଥ ଧଳ): ଅକ୍ଟୋବର ମାସରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ…

