Posted inଖେଳ

ଲିପିକାଙ୍କ ମାଉଣ୍ଟ ଏଲବ୍ରୁସ ଆରୋହଣ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ(୫,୬୪୨ ମିଟର/୧୮,୫୧୦ ଫୁଟ)କୁ ସଫଳତାର ସହ ଆରୋହଣ କରିଛନ୍ତି ଓଡ଼ିଶାର ଲିପିକା ସେଠ୍‌। ଏହି ସଫଳତା ସହ ବରଗଡ଼ର ଲିପିକା ରାଜ୍ୟରେ ଦୁଃସାହସିକ କ୍ରୀଡ଼ାକୁ କ୍ୟାରିୟର କରିବାକୁ ଚାହୁଁଥିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଓଡ଼ିଶାର ଅନ୍ୟତମ ଉଦୀୟମାନ ପର୍ବତାରୋହୀଭାବେ ପରିଚିତ ଲିପିକା ହେଉଛନ୍ତି ମା ଅନୁସୟା ଓ ବାପା ଲକ୍ଷ୍ମଣ ସେଠ୍‌ଙ୍କର ଦ୍ୱିତୀୟ କନ୍ୟା। ସେପ୍ଟେମ୍ବର ୨୮ରୁ ଅଭିଯାନରେ ବାହାରିଥିବା ଲିପିକା ଗତ ୫ ତାରିଖରେ ସଫଳତାର ସହ ମାଉଣ୍ଟ ଏଲବ୍ରୁସ୍‌ର ଶିଖରରେ ପହଞ୍ଚତ୍ଥିଲେ। ଏହି ଅଭିଯାନରେ ବିଭିନ୍ନ ଦେଶରୁ ପର୍ବତାରୋହୀମାନେ ଭାଗ ନେଇଥିଲେ। ଲିପିକା ପ୍ରଥମେ ବେସ୍‌ କ୍ୟାମ୍ପ ଏବଂ ଶରୀରକୁ ପାରିପାର୍ଶ୍ୱିକ ପରିବେଶ ସହିତ ଖାପ ଖୁଆଇବା ପରେ ଚଳିତମାସ ୫ ତାରିଖରେ ରୁଷିଆ ସମୟ ରାତି ୧ଟା ସମୟରେ ଆଡଭାନ୍ସ ବେସ୍‌ କ୍ୟାମ୍ପ ଛାଡ଼ି ଅନ୍ତିମ ଆରୋହଣରେ ବାହାରିଥିଲେ। ସେହିଦିନ ରୁଷୀୟ ସମୟ ପୂର୍ବାହ୍ନ ୯ଟାରେ ସେ ମାଉଣ୍ଟ ଏଲବ୍ରୁସ ଶିଖରରେ ପହଞ୍ଚତ୍ ଜାତୀୟ ପତାକା ଉଡ଼ାଇଥିଲେ। ୮ ତାରିଖରେ ସମ୍ପୂର୍ଣ୍ଣ ଅଭିଯାନ ଶେଷ ହୋଇଥିଲା।
ଲିପିକାଙ୍କ ସଫଳ ଆରୋହଣ ପଛରେ ଅନ୍ୟତମ ପର୍ବତାରୋହୀ ନୃସିଂହ ସାହୁଙ୍କର ଅନେକ ଅବଦାନ ରହିଛି। ଲିପିକାଙ୍କୁ ନୃସିଂହ ଏଲବ୍ରୁସ ଆରୋହଣ ପାଇଁ ଆବଶ୍ୟକ କୌଶଳ ଶିଖାଇବା ସହ ମନୋବଳ ବଢ଼ାଇଥିଲେ। ନୃସିଂହଙ୍କ କହିବା ଅନୁସାରେ ଲିପିକା ଆଡଭାନ୍ସ ବେସ୍‌ କ୍ୟାମ୍ପରେ ପହଞ୍ଚତ୍ବା ପରେ ଏବଂ ଆକ୍ଲାମାଇଟେଜେଶନ ପ୍ରୋସେସରୁ ଫେରିବାପରେ ମନ୍ଥର ଚାଲିକୁ ନେଇ ତାଙ୍କ ଗାଇଡ୍‌ ସଚେତନ କରାଇଥିଲେ। ଏହା ଲିପିକାଙ୍କ ସଫଳ ଆରୋହଣ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେ ଦର୍ଶାଇଥିଲେ। ମାତ୍ର ଲିପିକା ଚାପର ବଶବର୍ତ୍ତୀ ନ ହୋଇ ୫ ତାରିଖ ସକାଳେ ସମସ୍ତ ସହଯୋଗୀଙ୍କୁ ପଛରେ ପକାଇ ୧ ଘଣ୍ଟା ପୂର୍ବରୁ ଆରୋହଣ ଶେଷ କରି ବେସ୍‌ କ୍ୟାମ୍ପକୁ ଫେରି ଆସିଥିଲେ। ଏହା କେବଳ ଜଣେ ଦୃଢ଼ ମନୋବଳସମ୍ପନ୍ନ ପର୍ବତାରୋହି ପକ୍ଷରେ ସମ୍ଭବ ବୋଲି ନୃସିଂହ ସୂଚନା ଦେଇଛନ୍ତି। ଲିପିକା ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି।
ପ୍ରକାଶ ଯୋଗ୍ୟ ଯେ, ଲିପିକା ପୂର୍ବରୁ ୨୦୧୮ରେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ କିଲିମାଞ୍ଜାରୋ(୫,୮୯୫ ମିଟର)କୁ ସଫଳତାର ସହ ଆରୋହଣ କରିଥିଲେ। ମାଉଣ୍ଟ ଏଲବ୍ରୁସ ଆରୋହଣ ପାଇଁ ତାଙ୍କୁ ବରଗଡ଼ ଜିଲାର ବିକାଶ ଇନ୍‌ଷ୍ଟିଚ୍ୟୁଟ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ଦେଇଥିବାବେଳେ ଏସିଆ ପାସିଫିକ୍‌ ହାବିଟାଟ୍‌ ସୋସାଇଟି (ଏପିଏଚଏସ) ଓଡ଼ିଶାର ସେକ୍ରେଟାରି ଜେନେରାଲ ଡ. ଓ୍ବିଲିୟମ ହେନେଜ ଆର୍ଥିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ନିଜର ଏହି ସଫଳତା ପାଇଁ ଲିପିକା ଦାଦା ଦିବାକର ମାଝି ଏବଂ ମାଉସୀ ଦମୟନ୍ତୀ ବାଗ୍‌ଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି। ଅଗାମୀ ଡିସେମ୍ବର ୨୫ରେ ସେ ଦକ୍ଷିଣ ଆମେରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଆକଙ୍କଗୁଆ (୬,୯୬୨ ମିଟର) ଆରୋହଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପାଖାପାଖି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ ଆକଳନ କରୁଛନ୍ତି। ”ରାଜ୍ୟରେ ପର୍ବତାରୋହୀଙ୍କ ନିକଟରେ ଆବଶ୍ୟକ ସରଞ୍ଜାମ ନ ଥିବାରୁ ଆରୋହଣ ସମୟରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରକୃତ ପର୍ବତାରୋହୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ସରକାର ସରଞ୍ଜାମ ଯୋଗାଇ ଦେଲେ ସେମାନେ ଉପକୃତ ହେବା ସହ ରାଜ୍ୟପାଇଁ ଅଧିକ ଗୌରବ ଆଣି ପାରିବେ“ ବୋଲି ଲିପିକା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧାବିକା କିରଣଜିତ୍‌ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩୦ା୫ (ପି.ଟି.):ଗତବର୍ଷ ଟାଟା ଷ୍ଟିଲ୍‌ କୋଲକାତା ୨୫କେ ରେସ୍‌ରେ ଭାରତୀୟଙ୍କ ମଧ୍ୟରେ ପ୍ରଥମ ହୋଇଥିବା ଲଙ୍ଗ୍‌ ଡିଷ୍ଟାନ୍ସ ଧାବିକା କିରଣଜିତ୍‌ କୌରଙ୍କୁ ଓ୍ବାଲର୍‌ଡ ଆଥଲେଟିକ୍ସ...

ନାଡାଲଙ୍କୁ ରୋକିଲେ ଅଷ୍ଟ୍ରେଲିଆନ ଓପନ ସୁରକ୍ଷାକର୍ମୀ

ମେଲବୋର୍ନ,୨୯।୧- କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରାଫାଲ ନାଡାଲଙ୍କୁ ଅଷ୍ଟ୍ରେଲିଆନ ଓପନରେ ଏକ ଭିନ୍ନ ପରିସ୍ଥିତିର...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଜାଗୁଆର୍ସର ପ୍ରଥମ ବିଜୟ

ଭୁବନେଶ୍ୱର, ୫।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ସୋମବାର ଅନୁଷ୍ଠିତ ପ୍ରଥମ...

ବାଂଲାଦେଶର ଶ୍ରୀଲଙ୍କା ଗସ୍ତ ସ୍ଥଗିତ

ଦୁବାଇ, ୨୫।୬(ପି.ଟି.)-  କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବାଂଲାଦେଶ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖା ଯାଇଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ପକ୍ଷରୁ...

୬ ବର୍ଷୀୟା ପାକିସ୍ତାନ ଝିଅକୁ ସାହାଯ୍ୟର ହାତ ବଢ଼ାଇଲେ ଗମ୍ଭୀର

ନୂଆଦିଲ୍ଲୀ,୨୦।୧୦- ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ହସ୍ତକ୍ଷେପ ପରେ ଜଣେ ୬ ବର୍ଷୀୟା ପାକିସ୍ତାନ ଝିଅର ମେଡିକାଲ ଭିଜାକୁ ମଞ୍ଜୁରି ମିଳିଛି।...

ସନ୍ଦେହରେ ବୋଲରଙ୍କ ନୋ ବଲ

ଢାକା,୧୩।୧୨- ଚଳିତ ବାଂଲାଦେଶ ପ୍ରିମିୟର ଲିଗ୍‌ (ପିବିଏଲ)ରେ ବାଂଲାଦେଶ ବୋଲରଙ୍କ ପ୍ରଦର୍ଶନ ଉପରେ ପ୍ରଶଂସକ ମ୍ୟାଚ୍‌ ଫିକ୍ସିଂ ହୋଇଥିବା ଅଭିଯୋଗ ଆଣିଛନ୍ତି। ଚାଟ୍ଟୋଗ୍ରାମ ଚ୍ୟାଲେଞ୍ଜର୍ସ ବିପକ୍ଷରେ...

ରଶିଦ ଆଫଗାନିସ୍ତାନ କ୍ରିକେଟ ଦଳର ନୂଆ ଅଧିନାୟକ

କାବୁଲ, ୧୨ା୭ (ପି.ଟି.): ଷ୍ଟାର ସ୍ପିନର ରଶିଦ ଖାଁଙ୍କୁ ଶୁକ୍ରବାର ଆଫଗାନିସ୍ତାନ କ୍ରିକେଟ ଦଳର ସମସ୍ତ ଫର୍ମାଟ ପାଇଁ ନୂଆ ଅଧିନାୟକ ଭାବେ ନିଯୁକ୍ତି ମିଳିଛି।...

ପୂଜାରାଙ୍କ ବଦଳରେ ରୋହିତଙ୍କୁ ବଡ଼ ଦାୟିତ୍ତ୍ୱ

ନୂଆଦିଲ୍ଲୀ,୧ା୧- ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ପିରିୟଡ୍‌ ଶେଷ କରିଥିବା ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦୁଇ ଟେଷ୍ଟ ମ୍ୟାଚ୍‌ରେ ବଡ଼ ଦାୟିତ୍ତ୍ୱ ତୁଲାଇବେ। ଚେତେଶ୍ୱର ପୂଜାରାଙ୍କ...

Play 250+ Trending Games
Archives

Model This Week

Why Dharitri