ଲିଟର ପିଛା ୬୦ ପଇସା ଲେଖାଏ ବଢିଲା ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୮।୬: କୋଭିଡ୍‌-୧୯ ଯୋଗୁ ଘୋଷଣା ହୋଇଥିବା ଲକ୍‌ଡାଉନ ଧୀରେ ଧୀରେ କୋହଳ ହେଉଥିବାରୁ ପେଟ୍ରୋଲ ଡିଜେଲ ଚାହିଦାରେ ପରିବର୍ତ୍ତନ ଦେଖାଯାଇଛି। ଅନ୍ତର୍ଜାତୀୟ ବଜାରରେ ରବିବାର ବ୍ରେଣ୍ଟ ଅଶୋଧିତ ତୈଳ ୪୦% ଡଲାରରୁ ଉର୍ଦ୍ଧ୍ୱକୁ ଟପିବାରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୬୦ ପଇସା ଲେଖାଏ ବଢିଥିବା ଜଣାପଡିଛି। ପ୍ରାୟ ୮୦ ଦିନ ପରେ ତୈଳ ବିପଣନ କମ୍ପାନୀଗୁଡିକ ଇନ୍ଧନର ମୂଳ ମୂଲ୍ୟରେ ପରିବର୍ତ୍ତନ କରିଛନ୍ତି। ଶେଷ ଥର ଲାଗି ମାର୍ଚ୍ଚ ୧୬ରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖାଯାଇଥିଲା। ରାଜ୍ୟ ସରକାରଗୁଡିକ ଭାଟ୍‌ ଏବଂ ସେସ୍‌ ବଢାଇବା ଫଳରେ କିଛି ରାଜ୍ୟରେ ଇନ୍ଧନ ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଛି। କରୋନା ଯୋଗୁ ରାଜ୍ୟଗୁଡିକୁ ଅଧିକ ଖର୍ଚ୍ଚ କରିବାକୁ ପଡୁ ଥିବାରୁ ଇନ୍ଧନ ଉପରେ କିଛି ରାଜ୍ୟ ଟିକସ ବୃଦ୍ଧି କରିଥିବା ନଜରକୁ ଆସିଛି। ମୂଲ୍ୟ ବୃଦ୍ଧି ଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଯଥାକ୍ରମେ ୭୧.୮୬ ଏବଂ ୬୯.୯୯ ଟଙ୍କା ରହିଛି।
ଗତ ମାସରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ଲିଟର ପିଛା ୧୦ ଟଙ୍କା ଓ ୧୩ ଟଙ୍କା ମୂଲ୍ୟ ବଢାଇଥିଲେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିମ୍ନରେ ରହିଥିବାରୁ ଇନ୍ଧନର ମୂଳ ମୂଲ୍ୟରେ ବୃଦ୍ଧି ହୋଇ ନ ଥିଲା। ତେଲ କମ୍ପାନୀଗୁଡିକ ଟିକସ ବୃଦ୍ଧିକୁ ନିଜ ମଧ୍ୟରେ ବ୍ୟବସ୍ଥିତ କରିଥିଲେ। ଫଳରେ ଇନ୍ଧନର ରିଟେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇ ନ ଥିଲା। ବର୍ତ୍ତମାନ ଇନ୍ଧନ ଦରକୁ ପ୍ରତିଦିନ ରିଭ୍ୟୁ କରାଯାଉଛି। ଭାରତ ଏହାର ମୋଟ ଇନ୍ଧନ ଆବଶ୍ୟକତାର ୮୦% ଆମଦାନୀ ଦ୍ୱାରା ପୂରଣ କରୁଛି। ରବିବାର ବ୍ରେଣ୍ଟ କ୍ରୁଡ ୩ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଏହାର ବ୍ୟାରେଲ ପିଛା ଦର ୪୨%ରୁ ଉର୍ଦ୍ଧ୍ୱ ରହିଛି। ଏପ୍ରିଲ ମାସରେ ଏହା ୨୦ ଡଲାର ତଳକୁ ଖସି ଯାଇଥିଲା। ଲକଡାଉନ ପାଇଁ ଗାଡି ମଟର ଏବଂ କଳକାରଖାନା ବନ୍ଦ ରହିବା ଯୋଗୁ ଇନ୍ଧନ ଚାହିଦା ଖସି ଯାଇଛି।
ଚଳିତ ବର୍ଷ ଏପ୍ରିଲରେ ପେଟ୍ରୋଲିୟମ ଚାହିଦା ୪୬% ନିମ୍ନରେ ରହିଛି। ଏହି ସମୟରେ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ବା ଏଟିଏଫ୍‌ ବିକ୍ରି ଯଥାକ୍ରମେ ୬୧%, ୫୬.୭% ଏବଂ ୯୧.୫% ଖସିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ସୂଚନା ରହିଛି। ମେ ମାସରେ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ କଟକଣା ଧୀରେ ଧୀରେ ହଟାଇବା ଯୋଗୁ ଇନ୍ଧନ ବିକ୍ରିରେ ପରିବର୍ତ୍ତନ ଆସୁଥିବା ନଜରକୁ ଆସିଛି। ଏପ୍ରିଲ ମାସ ତୁଳନାରେ ମେ ମାସରେ ଉନ୍ନତି ପରିଲକ୍ଷିତ ହୋଇଛି। ହେଲେ ୨୦୧୯ ମେ କଥା ବିଚାରକୁ ନେଲେ ଇନ୍ଧନ ବିକ୍ରି ୩୮.୯% ନିମ୍ନରେ ରହିଛି। ବର୍ତ୍ତମାନ ଅନ୍‌ଲକ ୧ ଘୋଷଣା ହୋଇଥିବାରୁ ସୋମବାରଠାରୁ ମଲ ଖୋଲିବ। ଏହା ହେଲେ ସ୍ଥିତିରେ ଆହୁରି ପରିବର୍ତ୍ତନ ଦେଖାଯିବ ବୋଲି ଶିଳ୍ପ ସୂତ୍ରରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜ କଣ୍ଟେନର ରହିଣି ଶୁଳ୍କ ଆଦାୟ ହେବନି

ନୂଆଦିଲ୍ଲୀ,୩୦। ୩: ମାର୍ଚ୍ଚ ୨୨ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦରଗୁଡିକରେ କଣ୍ଟେନର ରହଣି ଶୁଳ୍କ ଆଦାୟ ନ କରିବା ଲାଗି କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ...

୪ ଗୁଣ ବଢ଼ିଲା ବିଟ୍‌ କଏନ ଟ୍ରେଡ୍‌

ନୂଆଦିଲ୍ଲୀ: ଭର୍ଚୁଆଲ କରେନ୍ସି ବିଟ୍‌ କଏନ କାରବାର ଭାରତରେ ଏବେ ଲଗାତର ବଢୁଛି। ଟେସ୍‌ଲା କମ୍ପାନୀର ମୁଖ୍ୟ ଏଲନ୍‌ ମସ୍କ ବିଟ୍‌ କଏନରେ ଦେଢ଼ ଶହ...

ରେଲଓ୍ବେ ପକ୍ଷରୁ ୧୦ ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି

ନୂଆଦିଲ୍ଲୀ,୨୮।୯: କରୋନା ମହାମାରୀ ଯୋଗୁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ ବନ୍ଦ କାରଣରୁ ଶ୍ରମିକମାନେ ଘରେ ହାତ ବାନ୍ଧିି ବସିଛନ୍ତି। ଏହି ମହାମାରୀ ସମୟରେ ଭାରତୀୟ ରେଳ...

ଭାରତ ମସଲାର ବୃହତ୍‌ ଷ୍ଟଲ୍‌

କଟକ,୯।୧୧: ରାଜ୍ୟର ପ୍ରମୁଖ ମସଲା ଉଦ୍ୟୋଗ ‘ଭାରତ ମସଲା’ର ଏକ ଆକର୍ଷଣୀୟ ଷ୍ଟଲ୍‌ କଟକ ବାଲିଯାତ୍ରା ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ଜିଲାପାଳ...

ମାସକରେ ୮,୧୦୦ କୋଟି ଟଙ୍କାର କାରବାର

ନୂଆଦିଲ୍ଲୀ,୨୪।୧: ଅନ୍ତଃରାଷ୍ଟ୍ରୀୟ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ‘ଆପଲ’ ନିକଟରେ ଏକ ବିରଳ ରେକର୍ଡ ହାସଲ କରିଛି। ଏପରିକି କମ୍ପାନୀ ଗୋଟିଏ ମାସରେ ଭାରତରୁ ପ୍ରାୟ ଏକ ବିଲିୟନ...

ଗୋପନୀୟତା ଦ୍ୱାହି ଦେଲା କେନ୍ଦ୍ର;କଳାଧନର ସୂଚନା ମିିଳିବନି

ନୂଆଦିଲ୍ଲୀ,୧୮-୫: କେନ୍ଦ୍ର ସରକାର ସୁଇଜରଲାଣ୍ଡରୁ ପାଉଥିବା କଳାଧନ ସଂକ୍ରାନ୍ତୀୟ ସୂଚନା ଦେବାକୁ ମନା କରିଦେଇଛନ୍ତି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସରକାର...

ଆକର୍ଷଣୀୟ ରିହାତି ଦେଉଛି ଦୁରିଆନ୍‌

ଭୁବନେଶ୍ୱର,୧୮-୪: ପ୍ରମୁଖ ଫର୍ନିଚର ବ୍ରାଣ୍ଡ ଦୁରିଆନ ପକ୍ଷରୁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକମାନେ ଦୁରିଆନର ଶୋ’ରୁମରେ ଫ୍ଲାଟ ୫୦% ରିହାତି ପାଇ...

ନୂଆ ଇ-ମାର୍କେଟ ପ୍ଲାଟ୍‌ଫର୍ମ ଶୁଭାରମ୍ଭ

ଦୁବାଇ, ୩୦।୮(ପି.ଟି.): ୟୁଏଇ ପକ୍ଷରୁ ନୂତନ ଜ୍ଞାନକୌଶଳ ଆଧାରିତ କୃଷି ସାମଗ୍ରୀ ବ୍ୟବସାୟ ଓ ସଂଗ୍ରହ ଲାଗି ଇ-ମାର୍କେଟ ପ୍ଲାଟଫର୍ମ ‘ଏଗ୍ରିଓଟା’ର ଶୁଭାରମ୍ଭ କରାଯାଇଛି। ଏହା...

Advertisement
Archives

Model This Week