Posted inଜାତୀୟ

ଲାଲ୍‌ ଆତଙ୍କ: ୧୦ ବର୍ଷରେ ମାଓବାଦୀଙ୍କ ଆକ୍ରମଣରେ ୧୧ଶହ ୫୦ ଯବାନ ହେଲେଣି ଶହୀଦ୍‌

ନୂଆଦିଲ୍ଲୀ,୨।୫: ଦେଶର ୧୧ଟି ରାଜ୍ୟର ୯୦ ଜିଲାରେ ଲାଲ୍‌ ଆତଙ୍କ ଜାରି ରହିଛି। ୨୦୦୯ଠାରୁ ଗତ ୧୦ ବର୍ଷ ମଧ୍ୟରେ ମାଓବାଦୀଙ୍କ ଆକ୍ରମଣରେ ୧୧ଶହ ୫୦ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ସେହିପରି ୧୩ଶହରୁ ଅଧିକ ଆହତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ପଶ୍ଚିମବଙ୍ଗ ନକ୍ସଲବାଡ଼ିରୁ ଆରମ୍ଭ ହୋଇଥିବା ମାଓବାଦୀ ଆକ୍ରମଣ ଏବେ ଦେଶରେ କାୟା ବିସ୍ତାର ଜାରି ରଖିଛି। ମାଓବାଦୀ ଦମନ ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ୨୦୨୩ ସୁଦ୍ଧା ଦେଶକୁ ମାଓବାଦୀମୁକ୍ତ କରିବା ପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତତ ହୋଇଛି। ଛତିଶଗଡ଼, ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଉତ୍ତରପ୍ରଦେଶ,ପଶ୍ଚିମବଙ୍ଗ ଆଦି ରାଜ୍ୟରେ ମାଓବାଦୀଙ୍କ ରେଡ୍‌ କରିଡ଼ର ପରିବ୍ୟାପ୍ତ ହୋଇଛି। ଏଠାରେ ମାଓବାଦୀ କାର୍ଯ୍ୟକଳାପ ଉପରେ ରୋକ ପାଇଁ ମିଳିତ ସୁରକ୍ଷାବାହିନୀଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ଥିବା ରିପୋର୍ଟରେ ଦର୍ଶାଯାଇଛି। ମାଓବାଦୀଙ୍କ ଆକ୍ରମଣରେ ୨୦୧୦ରେ ୧୧୯୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୧ରେ ୬୦୬, ୨୦୧୨ରେ ୩୭୪, ୨୦୧୩ରେ ୪୧୮, ୨୦୧୪ରେ ୩୪୯, ୨୦୧୫ରେ ୨୫୫, ୨୦୧୬ରେ ୪୩୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ୨୦୧୭ରେ ୩୩୫ ଜଣ ଲୋକଙ୍କ ମୃତ୍ୟୁ ମାଓବାଦୀଙ୍କ ଆକ୍ରମଣରେ ଘଟିଥିଲା। ସେହିପରି ୨୦୧୮ରେ ୪୧୨ ଜଣ ଏବଂ ୨୦୧୯ରେ ବର୍ତ୍ତମାନ ସୁଦ୍ଧା ୯୨ ଲୋକଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ସାଧାରଣ ଲୋକ, ଯବାନ ତଥା ମାଓବାଦୀ ଥିବା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ବାବୁ କରୋନା ଆକ୍ରାନ୍ତଙ୍କୁ ଗୋଇଠା ମାରି ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଲେ…

ଖଣ୍ଡଓ୍ବା,୧୨।୪: ଦେଶରେ କରୋନା ସଂକ୍ରମଣ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏହାର ଭିଡ଼ିଓ...

ସୋସିଆଲ ମିଡିଆରେ ମୋଦିଙ୍କ ବିକୃତ ଫଟୋ ଛାଡିବା ପଡିଲା ମହଙ୍ଗା: ଫେସବୁକ୍‌ରୁ ବର୍ଷେ ବାସନ୍ଦ

ମଦୁରାଇ,୬।୧୧: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକୃତ ଫଟୋ ଛାଡିବା ମହଙ୍ଗା ପଡିଛି। ତାମିଲନାଡୁ କନ୍ୟାକୁମାରୀର ଜବିନ ଚାଲର୍‌ସ ଏବଂ ମଦୁରାଇ ଜିଲାର ମହେଦେବଙ୍କୁ...

ଗୋଟିଏ ବର୍ଷରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ, ୭।୮: ଗୋଟିଏ ବର୍ଷ ମଧ୍ୟରେ ଦିଲ୍ଲୀ ଏହାର ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛି। ୨୦୧୮ ଅକ୍ଟୋବରରୁ ବର୍ତ୍ତମାନ ସୁଦ୍ଧା ଏପରି ଘଟିଛି। ମଙ୍ଗଳବାର ଦିଲ୍ଲୀର...

ନେତାଙ୍କ ନାଁରେ ଆପରାଧିକ ମାମଲାକୁ ସିଧାସଳଖ ପ୍ରତ୍ୟାହାର କରିପାରିବେ ନାହିଁ ସରକାର

ନୂଆଦିଲ୍ଲୀ, ୧୦ା୮: କୌଣସି ଏମ୍‌ପି କିମ୍ବା ବିଧାୟକଙ୍କ ନାମରେ ଆପରାଧିକ ମାମଲା ଥିଲେ ତାହାକୁ ରାଜ୍ୟ ସରକାର ସିଧାସଳଖ ପ୍ରତ୍ୟାହାର କରିପାରିବେ ନାହିଁ। ଏଣିକି ଏଥି...

ମୁମ୍ବାଇରେ ପାଟଣା ଏସ୍‌ପିଙ୍କୁ କ୍ୱାରାଣ୍ଟାଇନ: ସଞ୍ଜୟ କହିଲେ ପାଗଳ ହୋଇଯାଇଛି ବିଏମ୍‌ସି

ମୁମ୍ବାଇ,୩।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ ଆସିଛି। ଏବେ ଏହି ଘଟଣାକୁ ନେଇ ବିହାର ପୋଲିସ ଏବଂ ମୁମ୍ବାଇ ପୋଲିସ...

ଜୟଲଲିଥାଙ୍କ ଜନ୍ମଦିନରେ ନବଜାତକଙ୍କୁ ସୁନାମୁଦି ଉପହାର

ଚେନ୍ନାଇ,୨୪।୨: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜେ. ଜୟଲଲିଥାଙ୍କ ୭୨ତମ ଜନ୍ମଦିନରେ ମନ୍ତ୍ରୀ ଡି.ଜୟକୁମାର ଆର୍‌ଏସ୍‌ଆର୍‌ଏମ୍‌ ସରକାରୀ ହସ୍ପିଟାଲରେ ଜନ୍ମିତ ନବଜାତକଙ୍କୁ ସୋମବାର ସୁନାମୁଦି ଉପହାର...

ତୃତୀୟ ପର୍ଯ୍ୟାୟରେ ୬୭% ମତଦାନ

ନୂଆଦିଲ୍ଲୀ,୨୪ା୪(ପି.ଟି.): କାଁଭାଁ କେତେକ ସ୍ଥାନରେ ହିଂସାକୁ ଛାଡ଼ିଦେଲେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ ରାଜ୍ୟ ଓ...

‘ସହମତିରେ ଯୌନ ସମ୍ପର୍କ ଅପରାଧ ନୁହେଁ’

ପ୍ରୟାଗରାଜ, ୩୧।୧୦(ଆଇଏଏନ୍‌ଏସ୍‌): ସହମତିରେ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ଯୌନ ସମ୍ପର୍କ ଅପରାଧ ନୁହେଁ କିନ୍ତୁ ଏହା ଅନୈତିକ ଏବଂ ଭାରତୀୟ ପରମ୍ପରା ବିରୋଧୀ ବୋଲି ଆଲ୍ଲାହାବାଦ ହାଇକୋର୍ଟ...

Advertisement
Archives

Model This Week