Posted inଖେଳ

ଲାରାଙ୍କ ପଛକୁ ହୋପ୍‌

କଟକ, ୨୩0।୧୨(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଭାରତ ବିପକ୍ଷ ମ୍ୟାଚରେ ୫୦ ବଲ୍‌ରୁ ୪୨ ରନ ସଂଗ୍ରହ କରିଛନ୍ତି ୱେଷ୍ଟଇଣ୍ଡିଜ ଓପନର ଶାଇ ହୋପ୍‌। ଏଥିସହ ସେ ଚଳିତ କ୍ୟାଲେଣ୍ଡର ବର୍ଷରେ ୧୩୪୫ ରନ କରିବାକୁ ସକ୍ଷମ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କ କ୍ଷେତ୍ରରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ରନ। ଏ କ୍ଷେତ୍ରରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ହୋପ୍‌। ଲାରା ୧୯୯୩ରେ ୧୩୪୯ ରନ କରି ଏହି ତାଲିକାର ଶୀର୍ଷରେ ଅଛନ୍ତି। ହୋପ୍‌ ଆଉ ମାତ୍ର ୫ ରନ ପାଇଁ ଲାରାଙ୍କୁ ଅତିକ୍ରମ କରିବାରୁ ବଞ୍ଚତ୍ତ ହୋଇଛନ୍ତି।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ(ୱେଷ୍ଟଇଣ୍ଡିଜ)
୧୩୪୯: ବ୍ରାଏନ ଲାରା (୧୯୯୩)
୧୩୪୫: ଶାଇ ହୋପ୍‌ (୨୦୧୯)
୧୨୩୨: ଡେସମଣ୍ଡ ହେନ୍ସ (୧୯୮୫)
୧୨୩୧: ଭିଭିଆନ ରିଚାଡର୍‌ସ(୧୯୮୫)
୧୨୧୭: କ୍ରିସ୍‌ ଗେଲ୍‌ (୨୦୦୬)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହର୍ଷିତ ରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୧୬।୬ (ସରୋଜ ଜେନା)ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ଅଟଳ ବିହାରୀ ସେନାପତି ମେମୋରିଆଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ରେ କଟକର ହର୍ଷିତ ରଞ୍ଜନ...

ଶେଷରେ ହସିଲେ ‘ମିଷ୍ଟ୍ରି ଗର୍ଲ’: ପ୍ରଶଂସକ କହିଲେ…

ଦୁବାଇ,୨୯।୯: ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ଅନେକ ମ୍ୟାଚ୍‌ ପରେ ବିଜୟର ସ୍ବାଦ ଚାଖିଛି। ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ରାଜସ୍ଥାନ...

ଆର୍‌ସିବିର ସହଜ ବିଜୟ…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି)  ସହଜ ବିଜୟ ହାସଲ କରିଛି ।...

କ୍ରିକେଟ ପୁଣି ଆରମ୍ଭ କରିବାକୁ ସରକାରଙ୍କ ସହ କାର୍ଯ୍ୟ କରୁଛୁ: ଇସିବି

ଲଣ୍ଡନ,୧୧।୫ (ପି.ଟି.): ପୁଣି ଥରେ କ୍ରିକେଟ ଆରମ୍ଭ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଅଣ୍ଟା ଭିଡିଛି। ଏଥିପାଇଁ ୟୁନାଟେଡ କିଙ୍ଗ୍‌ଡମ୍‌ (ୟୁକେ)...

ଓ୍ବାର୍ନର, ତାହିରଙ୍କ ଚମକ

ଦୀର୍ଘ ୪୫ ଦିନରୁ ଅଧିକ ସମୟ ଏବଂ ୬୦ଟି ମ୍ୟାଚ୍‌ର ପରିସମାପ୍ତି ପରେ ଏକ ରୋମାଞ୍ଚକର ଫାଇନାଲରେ ୨ ରନ୍‌ରେ େନ୍ନାଇ ସୁପର କିଙ୍ଗ୍‌ସ୍‌କୁ ଚକ୍‌ମା...

ସାନିଆଙ୍କ ପୁଅ ଓ ଭଉଣୀଙ୍କୁ ଭିଜା ମିଳିଲା

ନୂଆଦିଲ୍ଲୀ,୪।୬(ପି.ଟି.): ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମହିଳା ଟେନିସ ତାରକା ସାନିଆ ମିର୍ଜା ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ)ରେ କେତେକ ଟୁର୍ନାମେଣ୍ଟ ଖେଳିବେ। ଏଥିପାଇଁ ସେ ନିଜ...

ଟସ୍‌ ଜିତି ବୋଲିଂ କରିବ ରାଜସ୍ଥାନ

ମୁମ୍ବାଇ,୧୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୨୪ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...

ବୋଟାସ ଜିତିଲେ ଅଷ୍ଟ୍ରିଆନ ଗ୍ରାଁ ପ୍ରି

ସ୍ପେଲବର୍ଗ(ଅଷ୍ଟ୍ରିଆ), ୬।୭: ରବିବାର ଅନୁଷ୍ଠିତ ସିଜନ ଆରମ୍ଭ ଅଷ୍ଟ୍ରିଆନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମର୍ସିଡିଜ୍‌ ଡ୍ରାଇଭର ଭାଲ୍‌ଟେରି ବୋଟାସ।...

Advertisement
Archives

Model This Week