Posted inଖେଳ

ଲାଞ୍ଚ ନେବା କଥା ସ୍ବୀକାର କଲେ ଜାମ୍‌ସେଦ

ଲଣ୍ଡନ,୧୧।୧୨(ଏଏଫ୍‌ପି)- ପାକିସ୍ତାନ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ନାସିର ଜାମସେଦ ଫିକ୍ସିଂ କରିବା ପାଇଁ ଷଡଯନ୍ତ୍ରରେ ସାମିଲ ହୋଇଥିବା ସ୍ବିକାର କରିଛନ୍ତି। ସେ ଏଥିପାଇଁ ଲାଞ୍ଚ ମଧ୍ୟ ନେଇଛନ୍ତି ବୋଲି ସୋମବାର ମାନିଛନ୍ତି। ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ଏକ ଟି୨୦ ମ୍ୟାଚ୍‌ରେ ସ୍ପଟ୍‌ ଫିକ୍ସିଂ ନେଇ ଚାଲିଥିବା ଶୁଣାଣି ଅବସରରେ ସେ ଏହି କଥା କହିଛନ୍ତି। ୩୩ ବର୍ଷୀୟ ଜାମସେଦ ପିଏସ୍‌ଏଲ ଉପରେ ଫୋକସ କରିବା କାରଣରୁ ପ୍ରଥମେ ଏହି କଥା ସ୍ବୀକାର କରୁ ନ ଥିଲେ। ତେବେ ମାଞ୍ଚେଷ୍ଟରରେ ଏ ନେଇ ଚାଲିଥିବା ଶୁଣାଣିରେ ଏବେ ସେ ନିଜର ବୟାନ ବଦଳାଇଛନ୍ତି।
ପୂର୍ବରୁ ୟୁସୁଫ୍‌ ଅନଓ୍ବର ଓ ମହମ୍ମଦ ଇଜଜା ନାମକ ଦୁଇ ବ୍ୟକ୍ତି ଗତ ସପ୍ତାହରେ ପିଏସ୍‌ଏଲ୍‌ ଖେଳାଳିଙ୍କୁ ଲାଞ୍ଚ୍‌ ଯାଚିବା କଥା ସ୍ବୀକାର କରିଥିଲେ। ଆସନ୍ତା ଫେବୃୟାରୀରେ ଏହି ୩ଜଣଙ୍କୁ ଦଣ୍ଡିତ କରାଯିବ। ପୋଲିସ୍‌ ପାଖରେ ମଧ୍ୟ ଏ ନେଇ ଯଥେଷ୍ଟ ପ୍ରମାଣ ରହିଛି ବୋଲି କୁହାଯାଇଛି। ୨୦୧୬ ଶେଷ ଆଡକୁ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌)ରେ ମଧ୍ୟ ଫିକ୍ସିଂ ପାଇଁ ପ୍ରୟାସ ହୋଇଥିଲା। ଦୁଇଟି ଯାକ ମାମଲାରେ ଓପନିଂ ବ୍ୟାଟ୍ସମ୍ୟାନ ଏକ ଓଭରର ପ୍ରଥମ ଦୁଇଟି ବଲ୍‌ରେ ରନ୍‌ ସ୍କୋର ନ କରିବାକୁ ଓ ପ୍ରତିବଦଳରେ ଅର୍ଥ ନେବାକୁ ରାଜି ହୋଇଥିଲେ ବୋଲି କୁହାଯାଇଛି। ଉଲ୍ଲେଖଥାଉ କି, ଜାମ୍‌ସେଦ ପାକିସ୍ତାନ ପାଇଁ ଟେଷ୍ଟ, ଦିନିକିଆ ଓ ଟି୨୦ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା

ଦୁବାଇ,୨୫।୧୦: ଟି୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିବା ଭାରତୀୟ ଦଳକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଚଳିତ ବିଶ୍ୱକପ୍‌ରେ...

ଭାବି କ୍ରିକେଟର୍‌ ସ୍ବାମୀଙ୍କୁ ଝୁରୁଛନ୍ତି ଧନଶ୍ରୀ

ଆଇପିଏଲ୍‌ ୨୦୨୦ ଶେଷ ହୋଇଛି। ଭାରତୀୟ କ୍ରିକେଟ ଦଳର ଅଧିକାଂଶ ଖେଳାଳି ଦୁବାଇରୁ ଅଷ୍ଟ୍ରେଲିଆ ଅଭିମୁଖେ ବାହାରିଛନ୍ତି। ଏଥିରେ ସାମିଲ ଅଛନ୍ତି ସ୍ପିନର ୟୁଜବେନ୍ଦ୍ର ଚହଲ।...

ରାଜ୍ୟପାଳଙ୍କ ଦ୍ୱାରା ଆରାଧ୍ୟା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୧।୧୦(କ୍ରୀଡ଼ା ପ୍ରତିନିଧି): ଗତ ଜୁନ୍‌ରେ ୬ ଦିନ ମଧ୍ୟରେ ୬ଟି ଗିରିଶୃଙ୍ଗ ଆରୋହଣ କରିଥିବା ରାଜ୍ୟର ଶିଶୁ ପର୍ବତାରୋହୀ ଆରାଧ୍ୟାଙ୍କୁ ଗୁରୁବାର ରାଜ୍ୟପାଳ ଗଣେଶୀ...

ଧୋନୀ-ରୋହିତ ପ୍ଲେ-ଅଫ୍‌ ଦୌଡ଼ରୁ ବାହାର ! ଟପ୍‌-୪ ଦୌଡ଼ରେ…

ମୁମ୍ବାଇ,୫।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)୨୦୨୨ରେ ଏଯାବତ ୪୯ ମ୍ୟାଚ୍‌ ଖେଳା ସରିଛି। ଦଳଗୁଡ଼ିକର ପ୍ରଦର୍ଶନ ଅନୁଯାୟୀ ପ୍ଲେ ଅଫ୍‌ ପାଇଁ ୮ ଦଳ ମଧ୍ୟରେ କଡ଼ା...

ସୁଯୋଗ ହାତଛଡ଼ା କରି ମୂଲ୍ୟ ଦେଲୁ: ଚେନ୍ନାଇନ୍‌ କୋଚ୍‌

ମାରଗାଓ, ୧୫।୩(ପି.ଟି.)- ଆଇଏସ୍‌ଏଲ୍‌ ଫାଇନାଲରେ ଏଟିକେଠାରୁ ୧-୩ ଗୋଲରେ ପରାସ୍ତ ହୋଇ ଚେନ୍ନାଇନ୍‌ ରନର୍ସଅପ୍‌ ହୋଇଛି। ତେବେ ଏହା ଚେନ୍ନାଇନ୍‌ ହେଡ୍‌ କୋଚ୍‌ ଓଓ୍ବେନ କୋଏଲ୍‌ଙ୍କର...

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ; ରାଜସ୍ଥାନ ଆଗରେ ୧୯୪ ରନ ଟାର୍ଗେଟ୍‌ ରଖିଲା ମୁମ୍ବାଇ

ଆବୁଧାବି, ୬।୧୦: ଆଇପିଏଲ୍‌ର ଚଳିତ ସିଜନର ବିଂଶତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ...

ଲିଓନେଲ ମେସିଙ୍କୁ ବନ୍ଧୁକଧାରୀଙ୍କ ଧମକ

ବୁଏନ୍ସ ଏରିସ୍‌,୩ା୩: ଆର୍ଜେଣ୍ଟିନା ଫୁଟବଲ ଅଧିନାୟକ ଲିଓନେଲ ମେସିଙ୍କୁ ବନ୍ଧୁକଧାରୀ ଦୁର୍ବୃତ୍ତ ଧମକ ଦେଇଛନ୍ତି। ମେସିଙ୍କ ଶ୍ୱଶୁରଘର ମାଲିକାନାରେ ଥିବା ରୋସାରିଓର ଏକ ସୁପରମାର୍କେଟରେ ଏହି...

ଅଷ୍ଟ୍ରେଲିଆନ ଓପନ୍‌:ସିନ୍ଧୁ, ସମୀରଙ୍କ ବିଜୟ ଅଭିଯାନ

ସିଡ୍‌ନୀ,୫।୬(ପିଟି)- ଭାରତୀୟ ଷ୍ଟାର ଶଟ୍‌ଲର ପି.ଭି. ସିନ୍ଧୁ ଓ ସମୀର ବର୍ମା ଏଠାରେ ଚାଲିଥିବା ଦେଢ଼ ଲକ୍ଷ ପୁରସ୍କାର ରାଶିବିଶିଷ୍ଟ ଅଷ୍ଟ୍ରେଲିଆ ଓପନ୍‌ ଓ୍ବାଲର୍‌ଡ ଟୁର୍‌...

Advertisement
Archives

Model This Week