ଲମ୍ବୁଛି ଜାଲ ଶିକ୍ଷକଙ୍କ ତାଲିକା,ପୁଣି ଧରାପଡ଼ିଲେ ଆଉ ୫ ନକଲି ଶିକ୍ଷକ

ବ୍ରହ୍ମପୁର ଅଫିସ,୧୮ା୧୨- ଗଞ୍ଜାମ ଜିଲାରେ ଲମ୍ବିବାରେ ଲାଗିଛି ନକଲି ଶିକ୍ଷକଙ୍କ ତାଲିକା। ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ସାର୍ଟିଫିକେଟ୍‌ ଦାଖଲ କରିଥିବା ଶିକ୍ଷୟିତ୍ରୀ ଶିକ୍ଷକ ଏବେ ଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଧରାପଡୁଛନ୍ତି। ଗତ ଏକ ମାସ ମଧ୍ୟରେ ୧୬ ଶିକ୍ଷୟିତ୍ରୀ ଶିକ୍ଷକ ଧରା ପଡ଼ିଥିବା ବେଳେ ମଙ୍ଗଳବାର ପୁଣି ଆଉ ୫ ଧରାପଡିଛନ୍ତି। ଫଳରେ ଏହି ସଂଖ୍ୟା ଏବେ ୨୧ରେ ପହଞ୍ଚିଛି। ସେମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବାକୁ ମଙ୍ଗଳବାର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲ୍ଳକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ, ଗତ ୧ ମାସ ଧରି ଜିଲାର ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ଯାଞ୍ଚ ନେଇ ପ୍ରକ୍ରିୟା ଚାଲୁରହିଛି। ବେଗୁନିଆପଡା, କବିସୂର୍ଯ୍ୟନଗର, ଶେରଗଡ ବ୍ଲକ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସିଟି ସାର୍ଟିଫିକେଟଗୁଡିକୁ କଟକସ୍ଥିତ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ କାର୍ଯ୍ୟାଳୟକୁ ଯାଞ୍ଚ ପାଇଁ ପଠାଯାଇଥିଲା। ଯାଞ୍ଚ ବେଳେ କେତେକ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଜାଲ ଥିବା ଜଣାପଡିଥିଲା। ଉପରୋକ୍ତ ବ୍ଲକର ୫ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସିଟି ସାର୍ଟିଫିକେଟ ବୋର୍ଡ ସାର୍ଟିଫିକେଟ ତାଲିକା ମଧ୍ୟରେ ସାମିଲ ନ ଥିବା ବୋର୍ଡ ସଚିବଙ୍କ ପକ୍ଷରୁ ସୂଚନା ମିଳିଥିଲା। ସଚିବଙ୍କ ସୂଚନା ପରେ ଉପରୋକ୍ତ ବ୍ଲକର ୫ ସହକାରୀ ଶିକ୍ଷୟିତ୍ରୀ ଶିକ୍ଷକ ନକଲି ଶିକ୍ଷକତା ପ୍ରମାଣପତ୍ର ପ୍ରଦାନ କରିଥିବା ଜଣାପଡିଥିଲା। ସେମାନେ ହେଲେ ବେଗୁନିଆପଡା ବ୍ଲକ ଲାଠୁଳି ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଜାତା ପଣ୍ଡା ଓ ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମାନନ୍ଦ ସାହୁ, କବିସୂର୍ଯ୍ୟନଗର ରିସିପୁର ଉନ୍ନିତ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଭିକାରି ଚରଣ ସାହୁ, ଶେରଗଡ ବ୍ଲ୍ଳକ ପି. ଖରିଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଞ୍ଜୟ କୁମାର ଖଟାଇ ଓ କେଏମ୍‌ ପ୍ରାଥମିକ ବିଦ୍ୟାଳୟ ବନ୍ଧଗୁଡାର ସହକାରୀ ଶିକ୍ଷକ ଭଗବାନ ମହାନ୍ତି। ଏହି ନକଲି ଶିକ୍ଷୟତ୍ରୀ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିଇଓ ଡ. ସନାତନ ପଣ୍ଡା ସୂଚାଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଧରାକୋଟ ବ୍ଲକର ୭ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସମେତ ବିିଭିନ୍ନ ବ୍ଲ୍ଳକର ୯ ଜଣ ନକଲି ଶିକ୍ଷକ ଗତ ନଭେମ୍ବର ମାସରେ ମୋଟ ୧୬ ଜଣ ଧରାପଡ଼ିଥିଲେ। ସେମାନଙ୍କ ବିରୋଧରେ ସମ୍ପୃକ୍ତ ଥାନାରେ ଏତଲା ଦିଆଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି। ପୁଣି ମଙ୍ଗଳବାର ଆଉ ୫ ଜଣ ଶିକ୍ଷକଙ୍କ ବିରୋଧରେ ଏତଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇତିମଧ୍ୟରେ ୧୩ ଜଣ ଶିକ୍ଷକ ଇସ୍ତଫା ଦେଇଥିବା ମଧ୍ୟ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?