Posted inଖେଳ

ଲଡର୍‌ସ ଟେଷ୍ଟ: ଇଂଲଣ୍ଡର ବୃହତ୍‌ ବିଜୟ

ଲଣ୍ଡନ,୨୭।୭(ଏଏଫ୍‌ପି)- ପ୍ରଥମ ଇନିଂସରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୨୨ ରନ ପଛରେ ପଡିଥିଲେ ମଧ୍ୟ ଦିନିକିଆ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଆୟର୍ଲାଣ୍ଡକୁ ୩ ଦିନରେ ବୃହତ୍‌ ୧୪୩ ରନରେ ପରାସ୍ତ କରିଛି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ଟେଷ୍ଟରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୨୩.୪ ଓଭରରେ ମାତ୍ର ୮୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଆୟର୍ଲାଣ୍ଡ ପ୍ରଥମ ଇନିଂସରେ ୫୮.୨ ଓଭରରେ ୨୦୭ ରନ କରି ଅଲଆଉଟ୍‌ ହେବା ସହ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ଇଂଲଣ୍ଡ ୭୭.୫ ଓଭରରେ ୩୦୩ ରନ କରି ଅଲଆଉଟ ହୋଇଥିଲା। ଫଳରେ ବିଜୟ ପାଇଁ ଆୟର୍ଲାଣ୍ଡ ସମ୍ମୁଖରେ ୧୮୨ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଆୟର୍ଲାଣ୍ଡ ଘରୋଇ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ୧୫.୪ ଓଭରରେ ମାତ୍ର ୩୮ ରନକରି ଅଲଆଉଟ୍‌ ହେବା ସହ ଆତ୍ମସମର୍ପଣ କରିଥିଲା। ଆୟର୍ଲାଣ୍ଡ କ୍ୟାରିୟରର ତୃତୀୟ ଟେଷ୍ଟ ଖେଳିଥିଲା ଓ ଇଂଲଣ୍ଡକୁ ହରାଇ ବିପର୍ଯ୍ୟୟ ଘଟାଇବାର ସୁଯୋଗ ପାଇଥିଲା। ତେବେ ଶେଷରେ ଏହି ସୁଯୋଗ ହାତଛଡ଼ା ହୋଇଛି। ଦ୍ୱିତୀୟ ଇନିଂସରେ ନାଇଟ ଓ୍ବାଚ୍‌ମ୍ୟାନ ଭାବେ ଆସିଥିବା ଇଂଲଣ୍ଡ ବୋଲର ଜ୍ୟାକ ଲିଚ୍‌ ଓପନିଂ କରି ଦଳ ତରଫରୁ ଓ କ୍ୟାରିୟରର ସର୍ବାଧିକ ୯୨ ରନର ଇନିଂସ ଖେଳି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଆୟର୍ଲାଣ୍ଡ ପ୍ରଥମଥର ପାଇଁ ଟେଷ୍ଟ ଖେଳିଛି। ତେବେ ଏହାପୂର୍ବରୁ ପାକିସ୍ତାନ ଓ ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ଖେଳିଥିଲା। ଆୟର୍ଲାଣ୍ଡ ସବୁ ୩ଟି ଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି।
୧୮୨ ରନ ଟାର୍ଗେଟର ପିଛା କରି ଆୟର୍ଲାଣ୍ଡ ସାଂଘାତିକ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇଥିଲା। ଓପନର ଜେମ୍ସ ମ୍ୟାକୋଲମ ୧୧ ରନକରି ଆଉଟ ହୋଇଥିବା ବେଳେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ୪ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ। ଷ୍ଟୁଆର୍ଟ ବ୍ରଡ ଓ କ୍ରିସ ଓ୍ବକ୍ସ ଦମ୍‌ଦାର ବୋଲିଂ କରିଥିଲେ। ଆୟର୍ଲାଣ୍ଡ ବ୍ୟାଟ୍ସମ୍ୟାନ ଏହି ଦୁଇ ବୋଲରଙ୍କ ସାମ୍ନା କରିପାରି ନ ଥିଲେ। ଓ୍ବକ୍ସ ୬ ଓ ବ୍ରଡ ୪ ଉଇକେଟ ଅକ୍ତିଆର କରିଥିଲେ।
ଦ୍ୱିତୀୟ ଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୩୦୩/ ୯ରୁ ଖେଳ ଆରମ୍ଭ କରିଥିଲା ଓ ଆଉ ଅଧିକ ରନ୍‌ ସଂଗ୍ରହ କରି ନ ପାରି ଏହି ସ୍କୋରରେ ଅଲଆଉଟ ହୋଇଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ତରଫରୁ ଲିଚ୍‌ ସର୍ବାଧିକ ୯୨, ଜାସନ ରୟ ୭୨, ଅଧିନାୟକ ଜୋ ରୁଟ ୩୧, ସାମ କୁରାନ ୩୭ ରନ କରି ଆଉଟ ହୋଇଥିବା ବେଳେ ବ୍ରଡ ୨୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଆୟର୍ଲାଣ୍ଡ ତରଫରୁ ମାର୍କ ଆଡେର ଓ ଷ୍ଟୁଆର୍ଟ ଥମ୍ପସନ ୩ଟି ଲେଖାଏ, ବୟଡ ରନ୍‌କିନ୍‌ ୨, ଟମ୍‌ ମର୍ଟାଗ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ: ୨୩.୪ ଓଭରରେ ୮୫ ଅଲ୍‌ଆଉଟ୍‌।
ଆୟର୍ଲାଣ୍ଡ ପ୍ରଥମ ଇନିଂସ: ୫୮.୨ ଓଭରରେ ୨୦୭ ଅଲ୍‌ଆଉଟ୍‌।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୭୭.୫ ଓଭରରେ ୩୦୩ ଅଲଆଉଟ୍‌।
ଆୟର୍ଲାଣ୍ଡ ଦ୍ୱିତୀୟ ଇନିଂସ: ୧୫.୪ ଓଭରରେ ୩୮ ଅଲଆଉଟ୍‌
(ମ୍ୟାକୋଲମ- ୧୧, ଓ୍ବକ୍ସ- ୬/୧୭, ବ୍ରଡ- ୪/୧୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?