ଲଟେରୀରେ କାର ଉଠିବା ସୂଚନା: ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ

ଗୋପାଳପୁର,୨୯ା୧୨-ଦିନକୁ ଦିନ ସାଇବରର ଠକେଇ ବଢୁଛି। ବିଭିନ୍ନ ସମୟରେ ମିଥ୍ୟା ଫୋନ୍‌ କଲ ପାଇ ଲୋକଙ୍କର ଲକ୍ଷଲକ୍ଷ ଟଙ୍କା ଚାଲିଯାଉଛି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲାରେ। ଲଟେରୀରେ କାର ଜିତିବା ଆଶାରେ ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଦେଇ ଠକେଇର ଶିକାର ହୋଇଥିବା ଶନିବାର ଥାନାରେ ଅଭିଯୋଗ ହୋଇଛି। ସେ ହେଲେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଷୋଳବିନ୍ଧା ଗ୍ରାମର ରବୀନ୍ଦ୍ର ମହାନ୍ତି। ରବୀନ୍ଦ୍ରଙ୍କ ଏତଲା କ୍ରମେ ନଂ. ୩୨୯/୧୯ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଗତ ୨୪ ତାରିଖରେ ରବୀନ୍ଦ୍ରଙ୍କ ମୋବାଇଲ ଫୋନକୁ ଏକ କଲ ଆସିଥିଲା। ବ୍ୟକ୍ତି ଜଣକ ନିଜକୁ ସ୍ନାପ୍‌ଡିଲ୍‌ ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇ ଖ୍ରୀଷ୍ଟମାସ୍‌ରେ ଆପଣଙ୍କ ଫୋନ ନମ୍ବରକୁ ବମ୍ପର ଲଟେରୀ ବିଜେତା ଘୋଷଣା କରାଯାଇଛି। ଆପଣ ଏକ କାର ଜିତିଛନ୍ତି । ଏ ବାବଦରେ ଟଙ୍କା ମଧ୍ୟ ନେଇପାରିବେ ବୋଲି ରବୀନ୍ଦ୍ରଙ୍କୁ କହିଥିଲେ। ସେ ଟଙ୍କା ନେବାକୁ ରାଜି ହୋଇ ତାଙ୍କୁ ଆଧାର କାର୍ଡ, ପାନ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଏହାର ପ୍ରୋସେସିଂ ବାବଦରେ ୬,୫୦୦ ଟଙ୍କା ଗୁଗୁଲ୍‌ ପେରେ ଡିପୋଜିଟ କରିବାକୁ କହିଥିଲେ। ପରେ ରବୀନ୍ଦ୍ର ଉକ୍ତ ଆକାଉଣ୍ଟରେ ଟଙ୍କା ପଠାଇଥିଲେ। ୨୫ ତାରିଖରେ ଆପଣ ପଠାଇଥିବା ଟଙ୍କା ଆକାଉଣ୍ଟକୁ ଆସିନାହିଁ। ଜିଏସ୍‌ଟି ବାବଦରେ ୧୬,୮୦୦ ଟଙ୍କା ଦେବାକୁ ଉକ୍ତ କର୍ମଚାରୀ ରବୀନ୍ଦ୍ରଙ୍କୁ କହିଥିଲେ। ପରେ କର୍ମଚାରୀ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ଦେଇ ଟଙ୍କା ପଠାଇବାକୁ କହିଥିଲେ। ରବୀନ୍ଦ୍ର ପୁଣି ସେହି ନମ୍ବରରେ ଟଙ୍କା ପୈଠ କରିଥିଲେ। ପର୍ଯ୍ୟାୟକ୍ରମେ ୧୦ ଥର ୧ ଲକ୍ଷ ୩୬ ହଜାର ୪୫୦ ଟଙ୍କା ସେହି ଆକାଉଣ୍ଟ ନମ୍ବରରେ ପଠାଇଥିଲେ। ପରେ ତାଙ୍କର ସନ୍ଦେହ ହେବାରୁ ସେ ଗୁଗୁଲ୍‌ରେ ସର୍ଚ୍ଚ କରି ସ୍ନାପଡିଲ୍‌ର ଏକ ହେଲପ୍‌ ଲାଇନ ନମ୍ବରକୁ ଫୋନ କରିଥିଲେ। ଆପଣଙ୍କ ଟଙ୍କା ଆସିଛି ଶୀଘ୍ର କାର ବାବଦ ଟଙ୍କା ଆପଣଙ୍କ ପାଖକୁ ପଠାଯିବ ବୋଲି ଫୋନ୍‌ ଉଠାଇଥିବା ବ୍ୟକ୍ତି କହିଥିଲେ। ଶୁକ୍ରବାର ପୂର୍ବାହ୍ନରେ ପୁଣି ସେହି କର୍ମଚାରୀ ଜଣକ ଲେଟ୍‌ ହୋଇଗଲା ୭ ହଜାର ଟଙ୍କା ପୁନର୍ବାର ପୈଠ କରିବାକୁ କହିଥିଲେ। ଏ ନେଇ ରବୀନ୍ଦ୍ର ଗ୍ରାମର କେତେକ ଲୋକଙ୍କୁ ପଚାରିବାରୁ ସେ ଠକେଇର ଶିକାର ହୋଇଥିବା ଜାଣି ଶନିବାର ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶନିବାର ମଧ୍ୟ ଟଙ୍କା ବାନ୍ଧିବାକୁ କଲ ଆସିଥିବା ରବୀନ୍ଦ୍ର କହିଛନ୍ତି। ତେବେ ଠକେଇ କରିଥିବା ବ୍ୟକ୍ତି ବିହାର ଅଞ୍ଚଳର ବୋଲି ଜାଣାପଡ଼ିଥିବା ଥାନାଧିକାରୀ ବାବୁଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା: ୩ ଜଣ ଖସିଯାଇଥିବା ସନ୍ଦେହ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାର୍ଦୁଲ ଗ୍ରାମରେ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଶୁକ୍ରବାର ରାତିରେ ବାଡେଇ ବାଡେଇ ଗୁରୁତର କରି…

୬୮୦ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମିଳିଲା ତାଲିମ୍‌ 

ଦିଗପହଣ୍ଡି,୧୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା – ୨୦୨୫ ଓ ୨୦୨୦…

ଅନଲାଇନ ଠକେଇରୁ କେମିତି ପାଇବେ ରକ୍ଷା

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କାନାରା ବ୍ୟାଙ୍କ ଶାଖା ପକ୍ଷରୁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କାଙ୍କ ବିୟୋଗରେ ଶୋକ

ଦିଗପହଣ୍ଡି, ୧୩।୨(ଅଶେଷ ନାଥ ମିଶ୍ର): ପୂର୍ବତନ କେନ୍ଦ୍ର କୃଷି ଏବଂ ରେଳ ବିଭାଗ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଦିଗପହଣ୍ଡି କଂଗ୍ରେସ ଦଳ ପକ୍ଷରୁ ଗଭୀର…

ମୋବାଇଲ ସିଡିଆର ପକେଇଲା ଧରା: ଫେରାର ଅଭିଯୁକ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା କଡ଼ରେ ଥିବା ଗଣେଶ ରାଇସ୍‌ ମିଲ ନିକଟରୁ ମୁମ୍ବାଇ ସମତାନଗର ଥାନା ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ…

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କ ଅନ୍ତରଙ୍ଗ ମୁହର୍ତ୍ତର ଫୋଟୋ ଭାଇରଲ ଧମକ: ବନ୍ଧାହେଲେ ପୋଲିସ ଏଏସ୍‌ଆଇ

ବ୍ରହ୍ମପୁର,୧୩।୨(ସୁବାସଚନ୍ଦ୍ର ପାଢ଼ୀ):ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ବନ୍ଧୁତା ରଖି ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ବ୍ଲାକମେଲ ଅଭିଯୋଗରେ ବନ୍ଧାହେଲେ ଜଣେ ପୋଲିସ ଏଏସ୍‌ଆଇ । ଅଭିଯୁକ୍ତ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri