ଲଞ୍ଚ ହେଲା ପିଏମ୍‌ଙ୍କ ବାୟୋପିକ୍‌ର ପୋଷ୍ଟର: ଲେଖାଅଛି ‘ପୁଣିଥରେ ମୋଦି ଏବେ କେହି ଅଟକାଇ ପାରିବେ ନାହିଁ’

ମୁମ୍ବାଇ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ପୋଷ୍ଟର ସୋମବାର ଲଞ୍ଚ କରାଯାଇଛି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଅଭିନେତା ବିବେକ ଓବରଏ ମହାରାଷ୍ଟ୍ରର ନାଗପୁରରେ ଏହି ପୋଷ୍ଟର ଲଞ୍ଚ କରିଛନ୍ତି। ଏହି ପୋଷ୍ଟରରେ ଲେଖାଅଛି, ‘ପୁଣିଥରେ ଆସୁଛନ୍ତି ପିଏମ୍‌ ନରେନ୍ଦ୍ର ମୋଦି, ଏବେ କେହି ଅଟକାଇ ପାରିବେ ନାହିଁ’। ଲୋକ ସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ୍‌କୁ ଦେଖି ଫିଲ୍ମର ନିର୍ମାତା ଉତ୍ସାହିତ ହୋଇ ସୋମବାର ଏହି ପୋଷ୍ଟର ଲଞ୍ଚ କରିଥିବା କୁହାଯାଉଛି। ଫିଲ୍ମର ଏକ ସ୍ପେଶାଲ ସ୍କ୍ରିନିଂ ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ହେବାର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ଭାଜପାର ବହୁ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ସୂଚନା ଅନୁଯାୟୀ, ଆସନ୍ତା ଶୁକ୍ରବାର ଫିଲ୍ମ ରିଲିଜ୍‌ ହେବ। ମୋଦିଙ୍କ ପିଲାଦିନରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ପ୍ରାୟ ସମସ୍ତ କାହାଣୀକୁ ଏଥିରେ ସ୍ଥାନ ଦିଆଯାଇଥିବା କୁହନ୍ତି ନିର୍ମାତା।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୧ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧: ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏ ଚାଲିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ । ଚଳିତ...

ରଜତ ହେଲେ ‘ଇଣ୍ଡିଆଜ୍‌ ଲାଫ୍ଟର ଚାମ୍ପିୟନ’ ବିଜେତା

ବମ୍ବେ: କିଛି ମାସ ଧରି ଲୋକଙ୍କୁ ହସାଇ ଆସୁଥିବା କମେଡି ଶୋ’ ‘ଇଣ୍ଡିଆଜ୍‌ ଲାଫ୍‌ଟର ଚାମ୍ପିୟନ’ ଶେଷ ହୋଇଛି। ଶୋ’ର ବିଜେତା ହୋଇଛନ୍ତି ରଜତ ସୁଡ।...

ସୁଶାନ୍ତଙ୍କ ବାପାଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ, ୧୦ା୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଅଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍‌’, ‘ସୁଇସାଇଡ୍‌ ଅର୍‌ ମର୍ଡର: ଏ ଷ୍ଟାର ଓ୍ବାଜ୍‌...

ଏନଡିଏ-ନୋ ଡାଟା ଏଭଲେବୁଲ, ରାହୁଲଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୨୩।୭ : କଂଗ୍ରେସ ପକ୍ଷରୁ ଭାଜପା ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଟାର୍ଗେଟ କରିବା ଜାରି ରଖିଛି। ଏହି ମର୍ମରେ ପୂର୍ବତନ ରାହୁଲ ଗାନ୍ଧୀ ଶନିବାର...

ସବୁଠାରୁ ଧନୀ ହିମେଶ କେବେ ହେବାକୁ ଚାହୁଁ ନ ଥିଲେ ଗାୟକ, କେବଳ ଏହି କାରଣ ପାଇଁ…

ବଲିଉଡ୍‌ ଗାୟକ ହିମେଶ ରେଶମିଆ ଅନେକ ହିଟ୍‌ ଗୀତ ଗାଇଛନ୍ତି। ହେଲେ ଦିନ ଥିଲା ହିମେଶ କେବେ ବି ଗାୟକ ହେବାକୁ ଚାହୁଁ ନ ଥିଲେ।...

ପବିତ୍ର କାଲି ବେନ୍‌ରୁ ପାଣି ପିଇ ହୋଇଥିଲେ ଅସୁସ୍ଥ

ଚଣ୍ଡିଗଡ଼, ୨୨ା୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍‌ ସୁଲତାନପୁର ଲୋଧିରେ ଥିବା ପବିତ୍ର କାଲି ବେନ୍‌ ଜୋରରୁ ପାଣି ପିଇ ଅସୁସ୍ଥ ହୋଇପଡିଥିଲେ। ପେଟରେ...

ଏହି ଅଭିନେତ୍ରୀଙ୍କ ସହ ଫଟୋ ଶେୟାର କରି କପିଲ ପଚାରିଲେ ଏମିତି ପ୍ରଶ୍ନ

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା କିଛି ସମୟ ପୂର୍ବରୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର କିଛି ନୂଆ ଫଟୋ ଶେୟାର କରିଛନ୍ତି। କପିଲ ଶେୟାର କରିଥିବା...

ଡି.କେ ଶିବକୁମାରଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୭।୫: ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ବୁଧବାର କର୍ନାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶିବକୁମାରଙ୍କ ବିରୋଧରେ ତଦନ୍ତରେ ମଧ୍ୟବର୍ତ୍ତୀକାଳୀନ...

Advertisement
Archives

Model This Week