ଭୁବନେଶ୍ୱର,୯ା୪(ବ୍ୟୁରୋ): ମହାମାରୀ କରୋନା ଜନସାଧାରଣଙ୍କ ଜନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଛି। ବିଶେଷକରି ଅନୁସୂଚିତ ଜନଜାତି(ଏସ୍ଟି) ବର୍ଗ ବହୁଳ ଭାବେ ପ୍ରଭାବିତ ହେଉଛନ୍ତିି। ଜଙ୍ଗଲରେ ମିଳୁଥିବା ବିଭିନ୍ନ ଲଘୁଦ୍ରବ୍ୟ ଉତ୍ତୋଳନ ପ୍ରାୟତଃ ଏହି ସମୟରେ ହୋଇଥାଏ। ଜନଜାତିମାନଙ୍କ ଦ୍ୱାରା ମହୁ, ନିମ୍ବ ମଞ୍ଜି, ତେଜପତ୍ର, ମହୁଆ ମଞ୍ଜି, ଶାଳପତ୍ର, କରଞ୍ଜ ମଞ୍ଜି ଓ ଅନ୍ୟାନ୍ୟ ଦ୍ରବ୍ୟ ସଂଗୃହୀତ ହୋଇଥାଏ। ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କରାଯାଇଥିବା ଲକ୍ଡାଉନ ଏଥିରେ ବାଧା ସୃଷ୍ଟି କରିଛି। ଗତ ୬ ତାରିଖରେ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦ୍ୱାରା ଚିଠି ଲେଖାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଆଦିବାସୀମାନଙ୍କ ଜୀବିକାର୍ଜନରେ ପ୍ରଧାନମନ୍ତ୍ରୀ ବନ ଧନ ଯୋଜନା(ପିଏମ୍ଭିଡିୱାଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଦେଶର ୧୨୦୫ ପିଏମ୍ଭିଡିୱାଇ କେନ୍ଦ୍ର ଦ୍ୱାରା ୩ ଲକ୍ଷ ୬୦ ହଜାର ଆଦିବାସୀ ଏକାଠି ହୋଇ କାର୍ଯ୍ୟ କରିବା ସହ ଜୀବିକାର୍ଜନ କରିପାରିଥାନ୍ତି। କରୋନା ଦ୍ୱାରା ଏ ସବୁ କାର୍ଯ୍ୟ ବହୁଳ ଭାବେ ପ୍ରଭାବିତ ହୋଇଛି। ତେଣୁ ଜନଜାତିମାନେ ଯେପରି ସୁରୁଖୁରୁରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିପାରିବେ, ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସେହିଭଳି ନିର୍ଦ୍ଦିଷ୍ଟଭାବେ ରାଜ୍ୟ ସରକାର ସ୍ବତନ୍ତ୍ର ନୋଡାଲ ଏଜେନ୍ସି ଜରିଆରେ ଏହି ଲଘୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରନ୍ତୁ। ଏଥିସହିତ ସଂଗ୍ରହ କରୁଥିବା ବର୍ଗକୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ପ୍ରଦାନ କରନ୍ତୁ। ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ପାଇଁ ପ୍ରାୟ ୪୬୨୧.୧୭ କୋଟି ଟଙ୍କାର ଅନୁଦାନ ରହିଥିବା ଜଣାପଡ଼ିଛି। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ପଡ଼ିଲେ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ଆଦିବାସୀମାନଙ୍କ ଆର୍ଥିକ, ସାମାଜିକ ଜୀବନ ଉପରେ ଗବେଷଣା କରୁଥିବା ଚିତ୍ତରଞ୍ଜନ ପାଣି କୁହନ୍ତି ଯେ, ଲକ୍ଡାଉନ ଯୋଗୁ ସାପ୍ତାହିକ ହାଟ ବନ୍ଦ ରହିିଛି। ଦ୍ରବ୍ୟ ସଂଗ୍ରହ ହେବା ପରେ ତାହାର ବିକ୍ରୟ ପାଇଁ ତୃଣମୂଳସ୍ତରେ ବ୍ୟବସ୍ଥା ରହିବା ଆବଶ୍ୟକ। ଏହି କାର୍ଯ୍ୟ କରିବା ପାଇଁ ୧୨୦୦ରୁ ଅଧିକ ସଂଗ୍ରହକାରୀ ସଂସ୍ଥା ବିପଣନ ନିଗମ ଦ୍ୱାରା ଚିହ୍ନଟ ହୋଇଛନ୍ତି। ଏହି ସଂସ୍ଥାଗୁଡ଼ିକ ସହଯୋଗରେ ତୁରନ୍ତ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କରାଯାଉ ବୋଲି ଚିତ୍ତରଞ୍ଜନ କହିଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ
ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...
ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ
ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...
ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ
ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...
ଭଞ୍ଜନଗର ଏନ୍ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍ଏସି ମାନ୍ୟତା ମିଳିଛି। ଆଜି...
ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...
ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ
ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...
ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...
ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା
କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...
Archives


