ଲଘୁ ଖଣିଜ ସମ୍ପଦ ଲୁଟ୍‌ ରୋକିବାକୁ ପ୍ରୟାସ:ଜଗିବେ ସ୍ବତନ୍ତ୍ର ଅଧିକାରୀ

ଭୁବନେଶ୍ୱର,୧୭।୧୨ (ବ୍ୟୁରୋ): କେବଳ ଲୁହାପଥର, ମାଙ୍ଗାନିଜ୍‌, କ୍ରୋମାଇଟ ଭଳି ବୃହତ୍‌ ଖଣିଜ ସମ୍ପଦ ଚୋରି ହେଉ ନାହିଁ। ରାଜ୍ୟର ବିଭିନ୍ନ ଜିଲାରେ ଥିବା ବାଲି, ମୋରମ, ମାଙ୍କଡ଼ା ପଥର, ମୁଗୁନି ପଥର, ମାଟି, ଚୂନପଥର ଭଳି ଅନେକ ଲଘୁଖଣିଜ ପଦାର୍ଥ ମଧ୍ୟ ଅତିମାତ୍ରାରେ ଲୁଟ୍‌ ହେଉଛି। ବିଭିନ୍ନ ନଦୀର ବାଲିଘାଟକୁ ମାଫିଆମାନେ ନିଜ କବ୍‌ଜାକୁ ନେଇ ରାଜ୍ୟ ବାହାରକୁ ଚୋରା ଚାଲାଣ କରୁଛନ୍ତି। ଏଥିଯୋଗୁ ରାଜକୋଷକୁ ବହୁ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡୁଛି। ଏହାକୁ ନେଇ ଅନେକ ସମୟରେ ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରି ଆସୁଛନ୍ତି। ରାଜ୍ୟ ସରକାର ଲଘୁ ଖଣିଜ ପଦାର୍ଥ ଚୋରିକୁ ପୂର୍ବରୁ ସେତେଟା ଗୁରୁତ୍ୱ ଦେଉ ନ ଥିଲେ। ଏଣିକି ବାଲି, ଗୋଡି, ମୋରମ, ପଥର ଭଳି ଖଣିଜ ପଦାର୍ଥର ଚୋରା ଚାଲାଣକାରୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଚୋରି ରୋକିବା ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଓଡିଶା ଲଘୁ ଖଣିଜ ଚୋରି ଓ ଚୋରା ଚାଲଣ ରୁଲ-୨୦୧୯(ଓଏମଏମପିଟିସିି) ଆଣିବାକୁ ଯାଉଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ଚିଠା(ଡ୍ରାଫ୍ଟ) ରୁଲ ପ୍ରସ୍ତୁତ ହୋଇଛି। ଏଥିରେ ଚୋରି ରୋକିବାକୁ ତହସିଲସ୍ତରରେ ଏନଫୋର୍ସମେଣ୍ଟ ସେଲ କାର୍ଯ୍ୟକାରୀ ହେବ। ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନାରେ ଏହି ଏନଫୋର୍ସମେଣ୍ଟ ସେଲ କାର୍ଯ୍ୟ କରିବ। ବୃହତ୍‌ ଖଣିଜ ପଦାର୍ଥ ଭଳି ରାଜ୍ୟର ସମସ୍ତ ଲଘୁ ଖଣିଜ ପଦାର୍ଥ ପାଇଁ ପ୍ରତ୍ୟେକ ଜିଲା ଅନୁଯାୟୀ ଯୋଜନା ପ୍ରସ୍ତୁତ ହେବ। ଏ ନେଇ ସମସ୍ତ ଜିଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କେଉଁ ଜିଲାରେ କେତେ ଲଘୁଖଣିଜ ସମ୍ପଦ ରହିଛି ସେସବୁର ଜିଲାସ୍ତରୀୟ ସର୍ଭେ ହେବ। କ୍ଷେତ୍ର ସର୍ଭେ ସହ ଡିଜିପିଏସ ସର୍ଭେ କରାଯିବ। ବ୍ଲକ, ତହସିଲ ଏବଂ ବାଲି ଗୋଡି ଉଠାଣ ହେଉଥିବା ସ୍ଥାନରେ ଓ୍ବେ ବ୍ରିଜ ସ୍ଥାପନ କରାଯାଇ ଚୋରା ଚାଲାଣ ଉପରେ ନଜର ରଖାଯିବ। ସବ୍‌ଡିଭିଜନ, ତହସିଲ, ଜିଲା ଓ ରାଜ୍ୟସ୍ତରରେ ଚୋରି ରୋକିବାକୁ ସ୍ବତନ୍ତ୍ର ଟାସ୍କ ଫୋର୍ସ ଏବଂ ଫ୍ଲାଇଂ ସ୍କ୍ବାଡ ଗଠନ କରାଯିବ। ଖଣିଜ ପଦାର୍ଥ ଉତ୍ତୋଳନ ପରିବହନରେ ସ୍ବଚ୍ଛତା ଆଣିବା ପାଇଁ ସିସିଟିଭି ଏବଂ ଡିଜିପିଏସର ବ୍ୟବହାର କରାଯିବ। ରାଜସ୍ବ ନିରୀକ୍ଷକ ଏବଂ ଅମିନ ଏନଫୋର୍ସମେଣ୍ଟ କାର୍ଯ୍ୟକୁ ତଦାରଖ କରିବେ। ଚୋରା କିମ୍ବା ବେଆଇନ ଭାବେ ଖଣିଜ ପଦାର୍ଥ ଚାଲାଣ କରୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ। ଏପରି କି ଉଭୟ ଜରିମାନା ଓ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ। ଜିଲାପାଳ ଜିଲାର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଚିହ୍ନଟ କରି ଜଣାଇବେ । ଲଘୁ ଖଣିଜ ପଦାର୍ଥ ପାଇଁ ସ୍ବତନ୍ତ୍ର କୌଣସି ବ୍ୟବସ୍ଥା ନ ଥିଲା। ଆବଶ୍ୟକ କର୍ମଚାରୀ ନ ଥିବାରୁ ଏହି ଖଣିଜ ସମ୍ପଦର ସୁରକ୍ଷା କରାଯାଇ ପାରୁ ନ ଥିଲା। ଲଘୁଖଣିଜ ପାଇଁ ଖଣି ନିର୍ଦ୍ଦେଶାଳୟ ଭଳି ଏକ ଲଘୁ ଖଣିଜ ନିର୍ଦ୍ଦେଶାଳୟ ଗଠନ କରାଯିବ। ସଚିବାଳୟରେ ଏହି ଖଣି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଲଘୁଖଣିଜ ପଦାର୍ଥ ଚୋରି ରୋକିବା ପାଇଁ ୧୫ ଜଣ ପୂର୍ବତନ ଖଣି ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ସେମାନେ ୩୦ଟି ଜିଲା ଦାୟିତ୍ୱରେ ରହିବେ। ଅବସର ନେଇ ଥିବା ଖଣି ଅଧିକାରୀମାନଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯିବ। ସେମାନେ ନିୟମିତ ଜିଲା ପରିଦର୍ଶନ କରି ଲଘୁ ଖଣିଜ ପଦାର୍ଥ ନିଲାମ ଓ ଚୋରି ଉପରେ ନଜର ରଖିବେ। ଏଥିସହିତ ଖଣି ବିଶେଷଜ୍ଞମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ। ଲଘୁ ଖଣିଜ ପଦାର୍ଥ ଚୋରିକୁ ରୋକିବା ପାଇଁ ଖଣି ଓ ଇସ୍ପାତ ବିଭାଗ ଏବଂ ରାଜସ୍ବ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ। ଖଣି ଓ ଇସ୍ପାତ ସଚିବ ଏହାକୁ ନିୟମିତ ମିନିଟରିଂ କରିବେ। ଲଘୁ ଖଣିଜ ପଦାର୍ଥ ତାଲିକାରେ ୩୧ଟି ଖଣିଜ ପଦାର୍ଥ ରହିଛି। ଓଡ଼ିଶାରେ ବାଲି, ମାଟି, ମୋରମ ଭଳି ୧୦ ପ୍ରକାରର ଲଘୁ ଖଣିଜ ପଦାର୍ଥ ଉପଲବ୍ଧ ହେଉଛି। ଖଣିଜ ପଦାର୍ଥ ଲିଜ୍‌ ନେବାକୁ
ଜଗିବେ
ସରକାରୀ ଉଦ୍ୟୋଗ ଗୁଡ଼ିକୁ କୁହାଯାଇଛି। ଏହାଦ୍ୱାରା ଜନସାଧାରଣଙ୍କୁ ଲଘୁଖଣିଜ ପଦାର୍ଥ ସହଜରେ ମିିଳି ପାରିବ । ଲଘୁ ଖଣିଜ ପଦାର୍ଥ ଚୋରିକୁ ଯେପରି ସମ୍ପୂର୍ଣ୍ଣ ପ୍ରତିହତ କରାଯାଇ ପାରିବ ସେ ନେଇ ନୂତନ ନିୟମରେ ବ୍ୟବସ୍ଥା କରିବା ରହିଛି। ଖୁବ୍‌ଶୀଘ୍ର ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri