Posted inଖେଳ

ଲଗାତର ୩ୟ ଗୋଲ୍ଡେନ ବୁଟ୍‌ ଜିତିଲେ ମେସି

ବାର୍ସିଲୋନା, ୧୭।୧୦ (ଏଏଫ୍‌ପି)- ବାର୍ସିଲୋନା ଅଧିନାୟକ ଲିଓନେଲ ମେସି ୟୁରୋପିଆନ୍‌ ଲିଗ୍‌ରେ ମୋଟ୍‌ ଉପରେ ୬ଷ୍ଠ ଥର ପାଇଁ ଟପ୍‌ ଗୋଲ ସ୍କୋରର୍‌ ହୋଇଛନ୍ତି। ୨୦୧୮-୧୯ ସିଜନରେ ୩୬ ଗୋଲ୍‌ସ୍କୋର କରି ସେ ଗୋଲ୍ଡେନ ବୁଟ୍‌ ଅକ୍ତିଆର କରିଛନ୍ତି। ସେହିଭଳି ୩୨ ବର୍ଷୀୟ ଏହି ଆର୍ଜେଣ୍ଟିନାର ଷ୍ଟାର୍‌ ଲଗାତର ୩ୟ ବର୍ଷ ପାଇଁ ସୁନା ଜୋତା ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ଚଳିତ ବର୍ଷ ଏହି ଗୋଲ୍ଡେନ ବୁଟ୍‌ ଦୌଡ଼ରେ ପ୍ୟାରିସ ସେଣ୍ଟ-ଜର୍ମେନ କ୍ଲବର ଯୁବ ଫୁଟ୍‌ବଲର କିଲିୟାନ ଏମ୍‌ବାପ୍ପେ ରହିଥିଲେ। କିନ୍ତୁ ମେସିଙ୍କଠାରୁ ୩ଟି ଗୋଲ କମ୍‌ ଦେଇ ଏମ୍‌ବାପ୍ପେ (୩୩) ଏହି ପୁରସ୍କାରରୁ ବଞ୍ଚତ୍ତ ହୋଇଛନ୍ତି। ବୁଧବାର ଏଠାରେ ଅନୁଷ୍ଠିତ ପୁରସ୍କାର ଗ୍ରହଣ ଉତ୍ସବରେ ମେସିଙ୍କ ସହ ତାଙ୍କ ଦୁଇ ପୁତ୍ର ଥିଆଗୋ ଓ ମାଟେଓ ଏବଂ ସ୍ତ୍ରୀ ଆଣ୍ଟୋନେଲା ରୋକୁଜୋ ଉପସ୍ଥିତ ରହିଥିଲେ। ସେହିଭଳି ବାର୍ସିଲୋନାର ଷ୍ଟାର୍‌ ଖେଳାଳି ଲୁଇସ ସୁଆରେଜ, ଜୋର୍ଡି ଆଲ୍‌ବା ପ୍ରମୁଖଙ୍କୁ ଏହି ଅବସରରେ ଦେଖିବାକୁ ମିଳିଥିଲା। ‘ଏହି ପୁରସ୍କାର ମୋ ପରିବାର ଓ ଏଠାରେ ଉପସ୍ଥିତ ରହିଥିବା ମୋ ସାଥି ଖେଳାଳିଙ୍କୁ ସମର୍ପିତ କରିବି। ମୋ ଟିମ୍‌ ବିନା ଏହି ପୁରସ୍କାର ଜିତିପାରି ନ ଥାନ୍ତି’ ବୋଲି ମେସି ଏହି ଅବସରରେ କହିଛନ୍ତି। ଏହି ପୁରସ୍କାର ଜିତିବାରେ ମେସି ତାଙ୍କ ଚରିପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କଠାରୁ ଆଗରେ ରହିଛନ୍ତି। ରୋନାଲ୍ଡୋ କ୍ୟାରିୟରରେ ୪ଥର ଏହି ପୁରସ୍କାର ଜିତିଛନ୍ତି। ସେହିଭଳି ସୁଆରେଜଙ୍କ ସମେତ ୯ ଜଣ ଖେଳାଳି ୨ଥର ଲେଖାଏ ଏହି ସମ୍ମାନଜନକ ପୁରସ୍କାର ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ୧୯୬୭ରୁ ଏହି ଗୋଲ୍ଡେନ ବୁଟ୍‌ ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ପର୍ତ୍ତୁଗାଲ ଷ୍ଟ୍ରାଇକର୍‌ ଇଉସେବିଓ ପ୍ରଥମେ ଏହି ପୁରସ୍କାର ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri