ଲକ୍‌ଡାଉନ ୩.୦: ମଦ କିଣିବା ପାଇଁ ଲାଇନ୍‌ ଲଗାଇଲେ ହେଲମେଟ୍‌, ବୋତଲ

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ତୃତୀୟ ପର୍ଯ୍ୟାୟର ଏହି ଲକ୍‌ଡାଉନରେ ସରକାର କେତେକ କଟକଣାକୁ କୋହଳ କରିଛନ୍ତି। ସେଥିମଧ୍ୟରୁ ମଦ ଦୋକାନ ଖୋଲିବା ଅନ୍ୟତମ। ଏହି କଟକଣା କୋହଳ ପରେ ପ୍ରଥମ ଦିନରେ ମଦ ଦୋକାନ ସମ୍ମୁଖରେ ଅସଂଖ୍ୟ ଲୋକଙ୍କ ଭିଡ଼ ଜମିଥିଲା। ଆଉ ଏହି ସମୟରେ ଲୋକମାନେ ସାମାଜିକ ଦୂରତ୍ୱକୁ ଏକପ୍ରକାର ମଜାକ ବନେଇ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ସାମାଜିକ ଦୂରତ୍ୱକୁ ରକ୍ଷା କରିବା ପାଇଁ ଦିଲ୍ଲୀରେ ଏକ ନିଆରା ଦୃଶ୍ୟ ନଜର ଆସିଛି।

ମଦ କିଣିବା ପାଇଁ ଲୋକମାନେ ନିଜେ ଛିଡା ନ ହୋଇ ଦୋକାନ ସମ୍ମୁଖରେ ଟଣାଯାଇଥିବା ବୃତ୍ତ ଭିତରେ ସେମାନଙ୍କ ସାମଗ୍ରୀକୁ ରଖୁଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଲୋକମାନେ ମଦ ଦୋକାନ ସମ୍ମୁଖରେ ହେଲମେଟ୍‌, ବୋତଲ, ଜୋତା ଓ ଅନ୍ୟ ସାମଗ୍ରୀକୁ ଲାଇନ୍‌ରେ ଲଗାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଅପରପକ୍ଷେ ମଦ ବିକ୍ରି ପାଇଁ ଦିଲ୍ଲୀ ସରକାର ଏବେ ଇ-ଟୋକନର ବ୍ୟବସ୍ଥା କରିଥିବା ଜଣାପଡ଼ିଛି।

ମଦ ଦୋକାନରେ ଲାଗୁଥିବା ଭିଡ଼ ଏବଂ ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ଯାହାଦ୍ୱାରା ଦୋକାନରେ ନିୟମ ଅନୁସାରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇପାରିବ। ଏଥିପାଇଁ ସରକାର ଏକ ଓ୍ବେବ ଲିଙ୍କ୍‌ ଜାରି କରିଛନ୍ତି। ଏହି ଲିଙ୍କ୍‌କୁ କ୍ଲିକ୍‌ କରି ଲୋକମାନେ ନିଜର ସମସ୍ତ ତଥ୍ୟ ଦେଇ ମଦ କିଣିବାର ସମୟ ଧାର୍ଯ୍ୟ କରିବେ। ଏହାପରେ ସେମାନଙ୍କୁ ମୋବାଇଲ୍‌ରେ ଏକ ଇ-କୁପନ ପଠାଇଦିଆଯିବା ନେଇ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ କଲା ଆମେରିକା: ଅରୁଣାଞ୍ଚଳରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୪।୧୧: ଅରୁଣାଞ୍ଚଳ ସଂଲଗ୍ନ ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ଭିତରେ ଗାଁ ନିର୍ମାଣ କରିଛି ଚାଇନା। ଏହା ଆମେରିକାର ବାର୍ଷିକ ପ୍ରତିରକ୍ଷା ବିଭାଗର ରିପୋର୍ଟରେ...

ବେଦୀକୁ ଆସିବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ

ଲକ୍ଷ୍ନୌ, ୨୭।୬- ଉତ୍ତର ପ୍ରଦେଶର କନୌଜ ଜିଲାରେ ଘଟିଯାଇଥିବା ଏକ ଦୁଃଖଦାୟକ ଘଟଣା ଏବେ ସାମ୍ନାକୁ ଆସିଛି। ବାହାଘର ପୂର୍ବରୁ ହଠାତ୍‌ କନ୍ୟାର ଜୀବନ ଚାଲିଯିବାରୁ...

ଜଳ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୨୪।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଠାରେ ଜାଣିଶୁଣି ଚାଇନା ସୀମା ବିବାଦକୁ ଅଧିକ ସଙ୍କଟ ଜନକ...

ବେଡ୍‌ରୁମ ଭିତରେ ରହିଛି ଆମ୍ବ ଏବଂ ଜାମୁ ଗଛ, ଘରର ଡିଜାଇନ୍‌ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ କୌଣସି ବ୍ୟକ୍ତି ଘର ତିଆରି କରିବା ପୂର୍ବରୁ ବିଭିନ୍ନ ଦିଗପ୍ରତି ଧ୍ୟାନ ରଖି ଘର ତିଆରି କରିଥାନ୍ତି। ଯେମିତିକି ଘର ଭିତରେ ଯେପରି କିଛି...

କରୋନା ଭାଇରସ ଯୋଗୁ କ୍ୟାସ୍‌ଲେସ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ବିଶ୍ୱର ଅଧିକାଂଶ ଦେଶରେ ପହଞ୍ଚି ସାରିଥିବା ବେଳେ ଭାରତରେ ମଧ୍ୟ ଏହା ପହଞ୍ଚି ଯାଇଛି। ସମୟ କ୍ରମେ ଭାରତରେ ଏହା କାୟା...

୨୬/୧୧ରେ ନିଜ ଜୀବନକୁ ବାଜି ଲଗାଇ ଅନେକଙ୍କୁ ବଞ୍ଚାଇ ଥିଲେ ମୁମ୍ବାଇର ନୂଆ କମିଶନର

ମୁମ୍ବାଇ,୧୭।୩: ବରିଷ୍ଠ ଆଇପିଏସ୍‌ ଅଫିସର ହେମନ୍ତ ନାଗ୍ରାଲେଙ୍କୁ ବୁଧବାର ମୁମ୍ବାଇ ପୋଲିସ କମିଶନର ପଦରେ ନିଯୁକ୍ତ କରାଯାଇଛି। ମୁମ୍ବାଇ ଉପରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ...

କଫିନ୍‌ ଭିତରେ ଶାନ୍ତି

ନୂଆଦିଲ୍ଲୀ: କଫିନ୍‌ ଭିତରେ ଶୋଇଲେ ଶାନ୍ତି ମିଳିବ। ମନ ହାଲକା ଲାଗିବ। ଏକଥା ଶୁଣିବା ମାତ୍ରେ ସମସ୍ତଙ୍କର ଭ୍ରୂକୁଞ୍ଚନ ସୃଷ୍ଟି ହେବ ନିଶ୍ଚୟ। ଏଭଳି ଏକ...

କଂଗ୍ରେସରୁ ଦୂରେଇ ଯାଇଥିଲେ ବି ଫେରିବାର ବାଟ ଖୋଲା ରଖିଛନ୍ତି ପାଇଲଟ

ନୂଆଦିଲ୍ଲୀ,୩୦।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ମନୋମାଳିନ୍ୟକୁ ନେଇ ପୁର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କ ପଦ ହରାଇଛନ୍ତି। ଆଉ ଏବେ ସେ...

Advertisement


Archives

Model This Week