‘ଲକ୍‌ଡାଉନ ଯଥେଷ୍ଟ ନୁହେଁ’

ନୂଆଦିଲ୍ଲୀ/ଲଣ୍ଡନ,୨୩ା୩: କରୋନା ମୁକାବିଲା ଲାଗି ଲକ୍‌ଡାଉନକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବିରୋଧ କରିଛି। ଏକସଙ୍ଗେ ଯଥେଷ୍ଟ ଜନସ୍ବାସ୍ଥ୍ୟଜନିତ ପଦକ୍ଷେପ ନିଆ ନ ଗଲେ ଏହି ଭୂତାଣୁ ପରେ ପୁଣି ସକ୍ରିୟ ହୋଇପାରେ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ଏହି ସଂସ୍ଥାର ଜରୁରୀ ବିଭାଗ ମୁଖ୍ୟ ବିଶେଷଜ୍ଞ ମାଇକ୍‌ ର଼୍ୟାନ୍‌ କହିଛନ୍ତି, କରୋନା ସଂକ୍ରମଣ ରୋକିବା ଲାଗି ଦେଶଗୁଡ଼ିକ କେବଳ ଲକ୍‌ଡାଉନ କରିପାରିବେ ନାହିଁ। ଜନସ୍ବାସ୍ଥ୍ୟ ପଦକ୍ଷେପ ଜରୁରୀ। ତାଙ୍କ କହିବା ଅନୁଯାୟୀ, ପ୍ରଥମେ କେଉଁମାନେ ଅସୁସ୍ଥ ଅଛନ୍ତି, ସେମାନଙ୍କୁ ଖୋଜି ବାହାର କରିବା ସହ ଆଇସୋଲେଶନରେ ରଖିବାକୁ ହେବ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଲଗା ରଖିବାକୁ ପଡ଼ିବ। ଏସବୁ ବ୍ୟବସ୍ଥା ନ କରି ଲକ୍‌ଡାଉନ କଲେ ବିପଜ୍ଜନକ ହୋଇପାରେ। କାରଣ ଯେତେବେଳେ ଲକ୍‌ଡାଉନ ଓ କଟକଣା ଉଠିଯିବ, ସେତେବେଳେ ରୋଗ ଅଧିକ ଭୟାବହ ହେବ ବୋଲି ର଼୍ୟାନ୍‌ କହିଛନ୍ତି। କରୋନା ସମ୍ପର୍କରେ ବିଶ୍ୱକୁ ସଚେତନ କରାଇବାରେ ବିଳମ୍ବ ଲାଗି ଡବ୍ଲ୍ୟୁଏଚ୍‌ଓ ସମାଲୋଚିତ ହୋଇଛି। ଡିସେମ୍ବର ୩୧ରେ ତାଇଓ୍ବାନର ସ୍ବାସ୍ଥ୍ୟ ଅଧିକାରୀମାନେ ଡବ୍ଲ୍ୟୁଏଚ୍‌ଓ ଏବଂ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ନିୟନ୍ତ୍ରକକୁ ଚାଇନାର ଉହାନ ସହରରେ ଏହି ଭୂତାଣୁ ସଂକ୍ରମିତ ହେଉଥିବା ସମ୍ପର୍କରେ ଜଣାଇଥିଲେ। ତେବେ ଚାଇନାର ଚାପ ଯୋଗୁ ସେତେବେଳେ ଡବ୍ଲ୍ୟୁଏଚ୍‌ଓ ନୀରବ ରହି ଜାନୁୟାରୀ ୨୦ରେ ସ୍ପଷ୍ଟ କରିଥିଲା। ଫଳରେ କରୋନା ଅଧିକରୁ ଅଧିକ ଦେଶକୁ କାୟା ବିସ୍ତାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାସ୍କର୍ଯ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା

କଟକ ଅଫିସ,୧୧ା୪: କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ସାମାଜିକ ଦୂରତ୍ୱ। ଲୋକେ ଅନେକ ସମୟରେ ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି।...

ଆଣବିକ ଆକ୍ରମଣ ପାଇଁ ରୁଷିଆର ଯୋଜନା, ସୀମାରେ ମହାବିନାଶକ ତୋପ ମୁତୟନ…

ମସ୍କୋ, ୧୩।୨ : ରୁଷିଏ ଏବଂ ୟୁକ୍ରେନରେ ଯୁଦ୍ଧ ସଙ୍କଟ ଜାରି ରହିଛି। ଏହି ପରିସ୍ଥିତି ମଧ୍ୟରେ ରୁଷିଆ ଏହାର ମହାବିନାଶକ ଆଣବିକ ତୋପ ୨-ଏସ୍‌-୭...

ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୫୦୭କୁ ବୃଦ୍ଧି

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି। ଆଜି ଆଉ ୬ ଜଣଙ୍କ ଜୀବନ ନେଇଛି...

ଭାରତ ସରକାରଙ୍କୁ ଦୋଷାରୋପ କରିବାକୁ ଯାଇ ନିଜ ସରକାରକୁ ପରିହାସ କରିପକାଇଲେ ଇମ୍ରାନଙ୍କ ମନ୍ତ୍ରୀ

ଇସ୍‌ଲାମାବାଦ,୧୭ ।୧୧: ପାକିସ୍ତାନର ନେତା ସବୁବେଳେ ଭାରତ ଉପରେ ମନଗଢା ଅଭିଯୋଗ ଆଣିବାକୁ ପ୍ରୟାସ କରିଥାଆନ୍ତି । ଇମ୍ରାନ ଖାଁଙ୍କ ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ...

ମୁସଲମାନ୍‌ଙ୍କ ପାଇଁ ଇଫତାର ଆୟୋଜନ କରୁଛି ଗୁରୁଦ୍ୱାର

ଦୁବାଇ,୨୮।୫: ରମଜାନ୍‌ ମାସରେ ମୁସଲମାନ୍‌ଙ୍କ ପାଇଁ ଦୁବାଇର ଏକ ଗୁରୁଦ୍ୱାର ଇଫତାର ଆୟୋଜନ କରୁଛି। ପୂର୍ବରୁ ଗୁରୁଦ୍ୱାର ପକ୍ଷରୁ ରମଜାନ୍‌ ମାସରେ କେବଳ ଗୋଟିଏ ଦିନ...

ୟୁଏଇରୁ ଭାରତ ଫେରିବାକୁ ପଞ୍ଜିକରଣ କଲେ ଦେଢ଼ଲକ୍ଷରୁ ଅଧିକ ଭାରତୀୟ

ଆବୁଧାବି,୩।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ୟୁଏଇରୁ ସ୍ବଦେଶ...

ଟ୍ୟୁନିସିଆର ପ୍ରଥମ ମହିଳା ମୁଖିଆ

ଟୁନିସ୍‌: ଟ୍ୟୁନିସିଆରେ ପ୍ରଥମ କରି ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରାଷ୍ଟ୍ରପତି କାଏସ୍‌ ସଇଦ୍‌ ଆଶ୍ଚର୍ଯ୍ୟଜନକ ଭାବେ ୬୩ ବର୍ଷୀୟା ରାଓଧା ବୁଡେଣ୍ଟ ରାମାଧାନେଙ୍କ ନାଁ...

ଟିକା ନୀତି ସ୍ବେଚ୍ଛାଚାରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୬(ପି.ଟି.): କରୋନା କାଳରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଟିକା କିଣିବା...

Advertisement
Archives

Model This Week