ବଡ଼ବିଲ, ୩୦ା୪(ସ୍ବ.ପ୍ର.)-ଲକ୍ଡାଉନ ପାଇଁ ବିଭିନ୍ନ ଦୋକାନ ଖୋଲିବା ନେଇ କଟକଣା ଲାଗିଥିବାବେଳେ ମଦ ବିକ୍ରି ଉପରେ ନିଷେଧାଦେଶ ଲାଗିଛି। ହେଲେ ଲୁଚାଛପାରେ ବିକ୍ରି ହେଉଛି ମହୁଲି ଓ ବିଦେଶୀ ମଦ। ବଡ଼ବିଲ ପୋଲିସ ଚଢ଼ାଉ କରି ୨ଦିନରେ ମୋଟ ୧୨ ବୋତଲ ବିଦେଶୀ ମଦ ଓ ୨୦ ଲିଟର ମହୁଲି ମଦ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ବୁଧବାର ଓ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବିଲ ମୁଖ୍ୟ ବଜାରସ୍ଥିତ ଟୁରିଷ୍ଟ ଲଜ ମ୍ୟାନେଜର ଚନ୍ଦ୍ରସେନ ମହାନ୍ତ, ସହଯୋଗୀ ଛୋଟୁ ଗୁପ୍ତା, ଗାଢ଼ା ହଟିଂ ଅଞ୍ଚଳର କୈଳାଶ ପୂର୍ତ୍ତି ଏବଂ ଦଲକି ବସ୍ତିର ସୁରେଶ ମୁଣ୍ଡା। ବୁଧବାର ପୋଲିସ କୈଳାଶ ଓ ସୁରେଶଙ୍କ ନିକଟରୁ ମୋଟ ୨୦ ଲିଟର ମହୁଲି ମଦ ଜବତ କରିଛି। ସେହିପରି ଗୁରୁବାର ପୋଲିସ ଚନ୍ଦ୍ରସେନ ଓ ତାଙ୍କ ସହଯୋଗୀ ଛୋଟୁଙ୍କ ନିକଟରୁ ୧୨ ବୋତଲ ବିଦେଶୀ ମଦ ଜବତ କରିଛି। ସେମାନଙ୍କୁ ଯୋଗାଉଥିବା ଯୁବକଜଣକ ଫେରାର ହୋଇଯାଇଥିବା ଜଣାପଡିଛି।
Posted inଅପରାଧ, ଆମ ଜିଲା ଖବର, କେନ୍ଦୁଝର View All

ପୃଥକ୍ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
ମୁନିଗୁଡ଼ା/ଟିକିରି,୭ା୧୨(ଡି.ଏନ୍.ଏ.)-ରାୟଗଡ଼ା ଜିଲାରେ ପୃଥକ୍ ଦୁର୍ଘଟଣାରେ ସୋମବାର ୪ଜଣଙ୍କ ମୃତ୍ୟୁ ଘଟିଛି। ମୁନିଗୁଡ଼ା ଥାନା ଅଧୀନ ଦେଓକୁଗୁଲି ଛକରେ ସୋମବାର ଦୁଇ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି...

ଆଉ ୧୦ ଦିନ ପରେ ହୋଇଥାନ୍ତା ବାହାଘର: କରୋନା ନେଇଗଲା ଜୀବନ
ବାଉଁଶୁଣୀ,୧୨ା୬: ବାହାଘର ଥିଲା ଆଉ ୧୦ ଦିନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ବାହା ହେବାକୁ ଥିବା ଯୁବକ ଜଣକ କରୋନାରେ...

ଭକ୍ତଙ୍କ ପାଇଁ ଖୋଲିଲା ତାରାତାରିଣୀ ମନ୍ଦିର
ପୁରୁଷୋତ୍ତମପୁର,୧୩।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ସୋମବାରଠାରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିଛି। ଏହାକୁ ନେଇ ଭକ୍ତ ବେଶ ଖୁସି...

କଳାହାଣ୍ଡିରେ ପୁଣି ମାତିଲେ ଲାଲବାହିନୀ: ଗଛ କାଟି ରାସ୍ତା ଅବରୋଧ
ଭବାନୀପାଟଣା,୨୮।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆମୂଳ ରାମପୁର ୪୪ ନଂ. ରାଜ୍ୟ ରାଜପଥ ଯାଖମ ନିକଟରେ ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିଛନ୍ତି । ଏହା...

‘ଖାଣ୍ଟି ଓଡ଼ିଆଭାବେ ମାତୃଭୂମି, ମାତୃଭାଷାକୁ ଭଲ ପାଅ’
ନବରଙ୍ଗପୁର,୧୨।୩(ବି.ପ୍ର.): ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଆ ବିଭାଗର ମୁଖ୍ୟ ତଥା...

୩ ପୋଲିସ କର୍ମଚାରୀ ନିଲମ୍ବିତ
ବଲାଙ୍ଗୀର ଅଫିସ,୧୮ା୧୦: କଳାହାଣ୍ଡି ଜିଲା ମହାଲିଙ୍ଗ ଗ୍ରାମର ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ଅଟକ ଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁ ଟିଟିଲାଗଡ଼...

କ୍ୱାରାଣ୍ଟାଇନ କେନ୍ଦ୍ରରେ ରଜ ପାଳିଲେ ୪୮ ପ୍ରବାସୀ
ବଅଁରପାଳ,୧୪।୬(ଡି.ଏନ.ଏ.)-ବଅଁରପାଳସ୍ଥିତ ପିବିକେ ହାଇସ୍କୁଲରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ରବିବାର ୪୮ ଜଣ ପ୍ରବାସୀ ରଜ ଉତ୍ସବ ପାଳନ କରିଛନ୍ତି। ମୁଖ୍ୟଅତିଥି ଭାବେ ବଅଁରପାଳ ବିଡିଓ ଏଲିଜା...

ଗଛ ମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର
ପଦ୍ମପୁର, ୧୨।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଠାକୁରାଣୀସାହି ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ୯ ବର୍ଷ ଧରି ଗଛ...