ଲକ୍‌ଡାଉନ ବଢାଇଲା ଚାଷୀଙ୍କ ଦୁର୍ଦ୍ଦଶା

କର୍ଲାମୁଣ୍ଡା, ୧୩ା୪(ଡି.ଏନ.ଏ.) ଲକ୍‌ଡାଉନ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର ପରିବା ଓ ତରଭୁଜ ଚାଷୀ ସଙ୍କଟରେ ପଡିଛନ୍ତି। ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁ ଭଲ ଫସଲ ହୋଇଥିଲେ ମଧ୍ୟ ଲକ୍‌ଡାଉନ ଜନିତ କଟକଣା ଯୋଗୁ ଏ ସବୁ ଏବେ କ୍ଷେତରେ ସଢୁଛି। ଉତ୍ପାଦିତ ସାମଗ୍ରୀ ବିକ୍ରି କରି ନ ପାରି ଚାଷୀ ଆର୍ଥିକ ଦୁର୍ଗତି ମଧ୍ୟକୁ ଚାଲିଯାଇଛି। ମାତ୍ର ତିନି ଚାରି ମାସରେ ତରଭୁଜ ଚାଷରୁ ବେଶ ଅର୍ଥ ରୋଜଗାରର ଆଶାଥିଲା। ହେଲେ କରୋନା ସବୁ କିଛି ବିଗାଡି ଦେଲା ବୋଲି ବ୍ଲକ ଅଧୀନ ବିଜାପାଟି ଗାଁର ଚାଷୀ କୁମୁଦ ଚୌଧୁରୀ କହିଛନ୍ତି । ସେହିପରି ତରଭୁଜ ଚାଷ କରି ବିକ୍ରି କରିପାରୁ ନ ଥିବା କହିଛନ୍ତି କୁସୁର୍ଲାର ଚାଷୀ ମାନ ରଣା ଓ କେରଣାପଲାର କୁଞ୍ଜ ରଣା। ପରମାନନ୍ଦପୁରର ପୂର୍ଣ୍ଣ ମାଝୀ ତିନି ଏକର ଜମିରେ ପରିବା ଚାଷ କରିଛନ୍ତି। ହେଲେ ଲକଡାଉନ ସମୟ କଟକଣା ଯୋଗୁଁ ତାହା ବିକ୍ରି ହୋଇ ପାରୁ ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ବ୍ଲକର ସବୁଠୁ ବଡ଼ ସାପ୍ତାହିକ ହାଟ ରିସିଡ଼ା ଓ କୁସୁର୍ଲାଠାରେ ହୋଇଥାଏ। ଏହି ଦୁଇଟି ହାଟ ବନ୍ଦ ହେବା ଦ୍ୱାରା ଚାଷୀମାନେ ପରିବାଗୁଡିକ ବିକ୍ରି କରିବା ଅସମ୍ଭବ ହୋଇପଡିଛି। ଏ ନେଇ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠଙ୍କୁ ପଚାରିବାରୁ ଚାଷୀମାନେ ସାମାଜିକ ଦୂରତା ରକ୍ଷା କରି ସାମଗ୍ରୀ ବିକ୍ରୟ କରିବାରେ କିଛି ବାଧା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଗୁଡ଼ା ଗ୍ରାମରେ ଅଚଳ ହୋଇପଡ଼ିଛି ସୋଲାର ପ୍ରକଳ୍ପ

ବାଲିମେଳା, ୩୦।୪ (ଡି.ଏନ୍‌.ଏ.): ଏବେ ଚାଲିଛି ଗ୍ରୀଷ୍ମଋତୁ। ମାଲକାନଗିରି ଜିଲାରେ ଆରମ୍ଭ ହୋଇଛି ଜଳସଙ୍କଟ। ଜିଲାର କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ କେନ୍ଦୁଗୁଡ଼ା ଗ୍ରାମରେ ଜଳସଙ୍କଟ...

ଅପହରଣ, ଲୁଟ୍‌ ମାମଲା: ଜେଲ ଗଲେ ଭାଜପା ନେତ୍ରୀଙ୍କ ପୁଅ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ପୋଲିସ ଏକ ଲୁଟ୍‌ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମଦ୍ୱୟ...

ଅନୁପଙ୍କୁ ରାତିଅଧିଆ ମାରାଥନ ଜେରା

ଝାରସୁଗୁଡ଼ା, ୨୨।୨(ଡି.ଏନ.ଏ.): ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ମାରାଥନ...

ତରଭା ବ୍ଲକ କାର୍ଯ୍ୟାଳୟ ଶଟ୍‌ଡାଉନ

ତରଭା,୧୩ା୮(ଡି.ଏନ.ଏ.)  ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ତରଭା ବ୍ଲକ କାର୍ଯ୍ୟାଳୟକୁ ୨୪ ଘଣ୍ଟା ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏଥିସହିତ ବ୍ଲକ କାର୍ଯ୍ୟାଳୟର...

ଆଜିଠୁ ସହଜ ଦର୍ଶନ

ପୁରୀ ଅଫିସ,୨୧।୧:ଶ୍ରୀମନ୍ଦିରରେ ଗୁରୁବାରଠାରୁ ବିନା କୋଭିଡ୍‌ ନେଗେଟିଭ୍‌ ରିପୋର୍ଟରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ସକାଳ ୭ଟାରୁ ଶ୍ରଦ୍ଧାଳୁମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଓ ସ୍ବତନ୍ତ୍ର ଏସ୍‌ଓପି...

ବିପଦ ସାଜିଛି ଟ୍ରାନ୍ସଫର୍ମର

ପାରଳାଖେମୁଣ୍ଡି, ୨୩ା୧(ଡି.ଏନ୍‌.ଏ):ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି। ଏହି ବିଦ୍ୟୁତ୍‌...

ବାଘୁଆ ଜଳଭଣ୍ଡାରରୁ ପାଣି ଛାଡ଼ିଲା ପ୍ରଶାସନ

ବୁଗୁଡ଼ା,୨୨ା୭(ଡି.ଏନ୍‌.ଏ.): ବାଘୁଆ ଜଳଭଣ୍ଡାରରୁ ପାଣି ଛଡ଼ାଯାଇଛି। ଏହି ପାଣି ବାଘୁଆ ଜଳଭଣ୍ଡାରର ବାମ ଏବଂ ଦକ୍ଷିଣ କେନାଲ ଦେଇ ଛଡ଼ାଯାଇଥିବା ବୁଗୁଡ଼ା ଜଳସେଚନ ସହ ନିର୍ବାହୀ...

ପୋଲିସ ହାତରେ ଆର୍‌ଟିଓ ରିପୋର୍ଟ

ଖୋର୍ଦ୍ଧା ଅଫିସ,୨୬ା୩: ବାଣପୁର ବ୍ଲକ ସମ୍ମୁଖରେ ପୋଲିସ କର୍ମଚାରୀ ଓ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ...

Advertisement
Archives

Model This Week