ଲକ୍‌ଡାଉନ ବଢାଇଲା ଚାଷୀଙ୍କ ଦୁର୍ଦ୍ଦଶା

କର୍ଲାମୁଣ୍ଡା, ୧୩ା୪(ଡି.ଏନ.ଏ.) ଲକ୍‌ଡାଉନ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର ପରିବା ଓ ତରଭୁଜ ଚାଷୀ ସଙ୍କଟରେ ପଡିଛନ୍ତି। ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁ ଭଲ ଫସଲ ହୋଇଥିଲେ ମଧ୍ୟ ଲକ୍‌ଡାଉନ ଜନିତ କଟକଣା ଯୋଗୁ ଏ ସବୁ ଏବେ କ୍ଷେତରେ ସଢୁଛି। ଉତ୍ପାଦିତ ସାମଗ୍ରୀ ବିକ୍ରି କରି ନ ପାରି ଚାଷୀ ଆର୍ଥିକ ଦୁର୍ଗତି ମଧ୍ୟକୁ ଚାଲିଯାଇଛି। ମାତ୍ର ତିନି ଚାରି ମାସରେ ତରଭୁଜ ଚାଷରୁ ବେଶ ଅର୍ଥ ରୋଜଗାରର ଆଶାଥିଲା। ହେଲେ କରୋନା ସବୁ କିଛି ବିଗାଡି ଦେଲା ବୋଲି ବ୍ଲକ ଅଧୀନ ବିଜାପାଟି ଗାଁର ଚାଷୀ କୁମୁଦ ଚୌଧୁରୀ କହିଛନ୍ତି । ସେହିପରି ତରଭୁଜ ଚାଷ କରି ବିକ୍ରି କରିପାରୁ ନ ଥିବା କହିଛନ୍ତି କୁସୁର୍ଲାର ଚାଷୀ ମାନ ରଣା ଓ କେରଣାପଲାର କୁଞ୍ଜ ରଣା। ପରମାନନ୍ଦପୁରର ପୂର୍ଣ୍ଣ ମାଝୀ ତିନି ଏକର ଜମିରେ ପରିବା ଚାଷ କରିଛନ୍ତି। ହେଲେ ଲକଡାଉନ ସମୟ କଟକଣା ଯୋଗୁଁ ତାହା ବିକ୍ରି ହୋଇ ପାରୁ ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ବ୍ଲକର ସବୁଠୁ ବଡ଼ ସାପ୍ତାହିକ ହାଟ ରିସିଡ଼ା ଓ କୁସୁର୍ଲାଠାରେ ହୋଇଥାଏ। ଏହି ଦୁଇଟି ହାଟ ବନ୍ଦ ହେବା ଦ୍ୱାରା ଚାଷୀମାନେ ପରିବାଗୁଡିକ ବିକ୍ରି କରିବା ଅସମ୍ଭବ ହୋଇପଡିଛି। ଏ ନେଇ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠଙ୍କୁ ପଚାରିବାରୁ ଚାଷୀମାନେ ସାମାଜିକ ଦୂରତା ରକ୍ଷା କରି ସାମଗ୍ରୀ ବିକ୍ରୟ କରିବାରେ କିଛି ବାଧା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ

ଛତ୍ରପୁର, ୧୦।୭ (ଦିଲୀପ ସାମଲ) : ୨୦୨୪ ମସିହାରେ କାର୍ଯ୍ୟରତ ଅବସ୍ଥାରେ ଅକସ୍ମାତ ହୃଦ୍ଘାତରେ ପରଲୋକ ବରଣ କରିଥିବା ଚମାଖଣ୍ଡି ପୋଲିସ ଥାନା କର୍ମଚାରୀ ସଞ୍ଜିତ ସ୍ୱାଇଁଙ୍କ…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

ପାଟପୁରରେ ବୁଲା କୁକୁରଙ୍କ ଆତଙ୍କ: ବ୍ରହ୍ମପୁର ବିଏମସି ପକ୍ଷରୁ କୁକୁର ଧରା ଅଭିଯାନ, ୯ ବୁଲା କୁକୁରଙ୍କୁ ଉଠାଇନେଲେ…

ଦିଗପହଣ୍ଡି,୧୦|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର, ମହାନାଳା,  ଜୟନଗର, ରାଧାଦେଇପୁର,ପଳାଶପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ଗତ ପ୍ରାୟ ୩ ମାସ ହେଲା…

ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ୩୮ ତମ ବାର୍ଷିକୋତ୍ସବ: ବୃନ୍ଦ ଯୋଗଦେଇ ଥିଲେ …

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ୩୮ତମ ବାର୍ଷିକୋତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ରାଜବାଟି ପରିସରରେ…

୧୨ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା: ଶିକ୍ଷା କ୍ଷେତ୍ରରେ ନେତୃତ୍ୱର ଭୂମିକା…

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକର ୧୨ ଜଣ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଗୋଷ୍ଠୀ ଉନ୍ନୟନ…

ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri