ଲକ୍‌ଡାଉନ ଖୋଲିଲେ କ’ଣ କରିବେ ଜରିନ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ମେ’ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ବଲିଉଡ୍‌ର ପ୍ରାୟ ସବୁ ସେଲିବ୍ରିଟି ଘରେ ରହି ପରିବାର ସହ ସମୟ କାଟୁଛନ୍ତି। ବଲିଉଡ୍‌ ମୁଭି ‘ବୀର’ରେ ନଜର ଆସିଥିବା ନାୟିକା ଜରିନ ଖାଁ ମଧ୍ୟ ଏବେ ଘରେ ନିଜ ପରିବାର ସହ ସମୟ କାଟୁଛନ୍ତି। ହେଲେ ସେ ଏବେ ଅପେକ୍ଷା ରଖିଛନ୍ତି କେବେ ଖୋଲିବ ଏହି ଲକ୍‌ଡାଉନ। ନିକଟରେ ଏକ ସାକ୍ଷାତ୍‌କାରରେ ଜରିନ କହିଛନ୍ତି ମାସରୁ ଊର୍ଦ୍ଧ୍ୱ ସମୟ ହେବ ସେ ଘରେ ରହି ରହି ବୋର୍‌ ହୋଇଗଲେଣି। ଏବେ ସେ ଅପେକ୍ଷା କରିଛନ୍ତି କେବେ ଖୋଲିବ ଏହି ଲକ୍‌ଡାଉନ୍‌। ଆଉ ଏହାପରେ ସେ ତୁରନ୍ତ ଦୁବାଇ ଗସ୍ତ କରିବେ ବୋଲି କହିଛନ୍ତି। ଏବେଠାରୁ ସେ ବିମାନବନ୍ଦରର ସ୍ବପ୍ନ ଦେଖିଲେଣି। କାରଣ ଏତେ ସମୟ ଘରେ ରହିବା ପରେ ସେ ପୁଣିଥରେ ବିମାନ ଯାତ୍ରା କରିବାକୁ ଉତ୍କଣ୍ଠାର ସହ ଅପେକ୍ଷା ରଖିଥିବା କହିଛନ୍ତି। ତେବେ ତାଙ୍କ ଦୁବାଇ ଗସ୍ତ ପଛର କାରଣ ହେଉଛି ସେଠାରେ ତାଙ୍କର ଜଣେ ଅତିପ୍ରିୟ ବନ୍ଧୁ ରହୁଛନ୍ତି। ଆଉ ବନ୍ଧୁଙ୍କର ଏକ ୪ ବର୍ଷର କନ୍ୟା ସନ୍ତାନ ଥିବା ବେଳ ତା’ର ଜନ୍ମଦିନ ଅଗଷ୍ଟ ମାସରେ ପଡୁଥିବାରୁ ସେ ଏହି ପାର୍ଟିରେ ଯୋଗ ଦେବାକୁ ଆଶାବାନ୍ଧି ବସିଥିବା କହିଛନ୍ତି। କାରଣ ସେତେବେଳକୁ ନିଶ୍ଚୟ ଲକ୍‌ଡାଉନ ଖୋଲି ଯାଇଥିବ ଓ ସବୁ ସ୍ଥିତି ସାମାନ୍ୟ ହୋଇଯାଇଥିବ ବୋଲି ସେ ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି ଟଙ୍କାର ବଙ୍ଗଳାରେ ରୁହନ୍ତି ଅଭିନେତ୍ରୀ ସୋନମ କପୁର

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଏଭରଗ୍ରୀନ ଅଭିନେତା ଅନିଲ କପୁରଙ୍କ ଝିଅ ହୋଇଥିଲେ ମଧ୍ୟ ସୋନମ...

ଫେବୃୟାରୀରେ ରିଲିଜ୍ ହେବ ‘ଶେହଜାଦା’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନନଙ୍କ ମୋଷ୍ଟ ଆୱେଟେଡ ମୁଭି ‘ଶେହଜାଦା’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢି ଯାଇଛି । ଗୁରୁବାର ମୁମ୍ବାଇର...

‘ଯବାନ’ର ସକ୍ସେସ୍‌ ଇଭେଣ୍ଟରେ ସାମିଲ ହେଲେନି ନୟନତାରା

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ଫିଲ୍ମ ‘ଯବାନ’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ଆଟଲେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ ୪୦୦ କୋଟି...

ରଣବୀରଙ୍କ ପରେ ଏବେ ଏହି ଅଭିନେତା ଆସିବେ ସଞ୍ଜୟ ଦତ୍ତଙ୍କ ଭୂମିକାରେ

ମୁମ୍ବାଇ: ‘ଲଭ ହଷ୍ଟେଲ’ରୁ ବଲିଉଡରେ ପାଦ ଦେଇଥିବାରୁ ‘ହିରୋପନି୍ଥ ୨’ରେ ତାରା ସୁତାରିଆଙ୍କ ପ୍ରେମିକ ଭୂମିକାରେ ନଜର ଆସିଥିବା ନବନିତ ମଲିକ କିଛି ଉଲ୍ଲେଖନୀୟ ପରିଯୋଜନାରେ...

ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କଲେ ବିକି କୌଶଲ

ଅଭିନେତା ବିକି କୌଶଲ ଭାରତୀୟ ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କରିଛନ୍ତି। ଭାରତ-ଚାଇନା ବର୍ଡରରେ ଗସ୍ତ କରି ସୋସିଆଲ ମିଡିଆରେ ଫଟୋ ଶେୟାର୍‌ କରିଛନ୍ତି ବିକି।...

ଦିନ ମଜୁରିଆଙ୍କୁ ସହାୟତା ଲାଗି ଆଗକୁ ଆସିଲେ ଦବଙ୍ଗ ଗର୍ଲ: ନିଲାମ କରିବେ ନିଜ ପେଣ୍ଟିଂ

ବମ୍ବେ: ମହାମାରୀ କରୋନା ଏବେ ବୈଶ୍ୱିକ ବିପତ୍ତି ଭାବେ ଉଭା ହୋଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ହେଲେ ଏଥିରେ ସବୁଠାରୁ ବେଶୀ...

ରେଡ ଲିପଷ୍ଟିକ, ସିଲଭର ହୁଡି ଗାଉନରେ ଐଶ୍ୱର୍ଯ୍ୟାଙ୍କ କାନ୍ସ ଲୁକ ଭାଇରାଲ

ମୁମ୍ବାଇ: କାନ୍ସ ୨୦୨୩ରେ ବଲିଉଡ ନାୟିକାମାନେ ଗ୍ଲାମରର ତଡକା ଲଗାଉଥିବା ଦେଖାଯାଇଛି। ବି-ଟାଉନର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ କାନ୍ସ ଲୁକରେ...

ସ୍ବାମୀଙ୍କ ଗିରଫ ପରେ ପ୍ରଥମଥର ମୁହଁ ଖୋଲିଲେ ଶିଳ୍ପା ସେଟ୍ଟୀ: କହିଲେ ଏମିତି କଥା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରାଜ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ଆପରେ ଅପଲୋଡ କରିଥିବା ଅଭିଯୋଗ...

Advertisement
Archives

Model This Week