ଲକ୍‌ଡାଉନ୍‌ ଯୋଗୁ ମିଳିଛି ସୁଫଳ: ୩୦ ଦିନରେ ଭାରତରେ ୨୨ ହଜାର ସଂକ୍ରମିତ; ଚାଇନାରେ ୭୫ ହଜାର, ଇଟାଲିରେ ଟପିଥିଲା ଲକ୍ଷେ ୨୬ ହଜାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ସ୍ଥିତିରେ ସୁଧାର ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଏହା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା କମ୍‌ ହୋଇଛି। ୩୦ ଦିନରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ରହିଛି। ପ୍ରଥମ ୩୦ ଦିନରେ ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଛୁଇଁଥିବାବେଳେ ଇଟାଲିରେ ପ୍ରଥମ ଏକ ମାସ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୨୬ ହଜାର ଟପିଥିଲା। ଏପରିସ୍ଥଳେ ଭାରତର ସ୍ଥିତି ବେଶ୍‌ ଭଲ ରହିଥିବା କୁହାଯାଉଛି। ସେହିପରି ଭାରତରେ ପ୍ରତିଦିନ ହାରାହାରି ୭୩୩ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଚାଇନାରେ ୨୫୧୫ ଏବଂ ଇଟାଲିରେ ୪୨୦୦ ସଂକ୍ରମିତଙ୍କୁ ପ୍ରଥମ ଏକମାସର ଗୋଟିଏ ଦିନରେ ଚିହ୍ନଟ କରାଯାଇଥିବା କରୋନା ଓ୍ବାଲ୍ଡ ମିଟର ସର୍ଭେରୁ ଜଣାପଡ଼ିଛି। ଭାରତରେ ଲକ୍‌ଡାଉନ୍‌ ଯୋଗୁ ସୁଫଳ ମିଳିଥିବା ଏଥିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗରୋଧରେ ରହିଲେ ରଥ ନିର୍ମାଣକାରୀ: ୨ ଭକ୍ତ ନିବାସରେ ୧୪୮ ସେବକ

ପୁରୀ ଅଫିସ,୧୧।୫: ଜୁନ୍‌ ୨୩ରେ ରଥଯାତ୍ରା। ତେଣୁ କମ୍‌ ସମୟରେ କିପରି ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ ଓ ଧାର୍ଯ୍ୟ ସମୟ ମଧ୍ୟରେ କାମ...

୬୮,୯୮୦ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଦିଆଗଲା ପ୍ରୋତ୍ସାହନ ରାଶି

ଭଦ୍ରକ ଅଫିସ,୧୧।୪: ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲାର ୬୮,୯୮୦ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ...

ଘରେ ଥାଇ ବି ବୟସ୍କ ହୋଇଛନ୍ତି ସଂକ୍ରମିତ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଶିଶୁଠାରୁ ବୁଢ଼ା, କାହାକୁ ଛାଡ଼ୁନି କରୋନା। ତେବେ କେଉଁ ବୟସର ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ ଆସିପାରେ, ସେ ବିଷୟରେ କରୋନା ଭୂତାଣୁ...

ଆଦିବାସୀଙ୍କୁ ମିଳିନି ସହାୟତା, ପତ୍ରରେ ତିଆରି ମାସ୍କ ସାହାରା

ଛତ୍ରପୁର,୧୯ା୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ ଆଦିବାସୀମାନେ ଜଙ୍ଗଲ ଜମି ଅଧିକାରଠାରୁ ଆରମ୍ଭ କରି ପାଣି, ବିଭିନ୍ନ ସରକାରୀ ସହାୟତା ଆଦି ପାଇବାରୁ ବଞ୍ଚିତ ଥିବାବେଳେ ବର୍ତ୍ତମାନର ଲକ୍‌ଡାଉନ ସମସ୍ୟା...

କରୋନା ସଂକ୍ରମଣ: ରାସ୍ତାରେ ପଡ଼ିଥିବା ୫୦୦ ଟଙ୍କିଆ ନୋଟ୍‌କୁ ବି ଛୁଇଁଲେନି ଲୋକେ !

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଲୋକେ ରାସ୍ତାଘାଟରେ ପଡ଼ିଥିବା କୌଣସି ସନ୍ଦିଗ୍ଧ ବସ୍ତୁକୁ ଛୁଇଁବାକୁ ମଧ୍ୟ ଚାହୁଁ ନାହାଁନ୍ତି। ଦିଲ୍ଲୀର...

୧୩ରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ସ୍ପେଶାଲ ଟ୍ରେନ: ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୧।୫(ବ୍ୟୁରୋ)-କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ କରାଯାଇଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ସମସ୍ତ ଟ୍ରନ ଚଳଚଳକୁ ବନ୍ଦ...

ଆମେରିକାକୁ ଚାଇନାର କଡ଼ା ଜବାବ: ଭାରତ-ଚାଇନା ସୀମା ସ୍ଥିତି ସ୍ଥିର, ତୃତୀୟପକ୍ଷର ହସ୍ତକ୍ଷେପ ଅନାବଶ୍ୟକ

ବେଜିଂ, ୩।୬: ଭାରତ-ଚାଇନା ସୀମାରେ କିଛି ଦିନ ଧରି ଉତ୍ତେଜନା ଲାଗି ରହିଛି। ଏହାର ସମାଧାନ ପାଇଁ ଆମେରିକା ନିଜେ ହସ୍ତକ୍ଷେପ କରିବା ସମ୍ପର୍କରେ ସୂଚନା...

ଆଲବାନିଆରେ ଭୂମିକମ୍ପ: ୪୯ ମୃତ

ଟିରାନା,୩୦ା୧୧(ଏଏଫ୍‌ପି): ଆଲବାନିଆ ଭୂମିକମ୍ପରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୫୦ ଆହତ ହୋଇଛନ୍ତି। ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ଭୋର ସମୟରେ ଆଲବାନିଆରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *