ଲକ୍‌ଡାଉନ୍‌ ଭିତରେ ଅକ୍ଷିମୁଠି ଅନୁକୂଳ

ବଲାଙ୍ଗୀର ଅଫିସ, ୨୬ା୪: ବଲାଙ୍ଗୀର ସଦର ବ୍ଳକ ବୈଦିପାଲି ପଞ୍ଚାୟତ ଅନ୍ତର୍ଗତ ଫୁଲଝରଣ ଗଁ। ରେ ଜିଲା କୃଷକ ମହାସଂଘ ପକ୍ଷରୁ ରବିବାର ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯାଇ ଅକ୍ଷିମୁଠି ଅନୁକୂଳ କରାଯାଇଛି ।  ଗଁ।  କ୍ଳବ ସମ୍ମୁଖରୁ ଗିନି, ମୃଦଙ୍ଗ ତାଳେ ତାଳେ ପୂଜାର୍ଚ୍ଚନା ସାମଗ୍ରୀ ଧରି ଚାଷୀମାନେ ଗଁ।  ମୁଣ୍ଡ କ୍ଷେତରେ ପହଞ୍ଚତ୍ଥିଲେ ।  ସେଠାରେ ବୟୋାଜ୍ୟେଷ୍ଠ ଚାଷୀ ଦୁର୍ଜନ ଦାନୀ ପାରମ୍ପରିକ ପୂଜାର୍ଚ୍ଚନା କରିବା ପରେ ଜିଲା କୃଷକ ମହାସଂଘ ସଭାପତି ଡା ସୁଧୀର କୁମାର ପରିଚ୍ଛା ଅକ୍ଷିମୁଠି ଅନୁକୂଳ କରିଥିଲେ ।  ଚାଷୀ ଗଣେଶ୍ୱର ବାଗ ହଳ କରିଥିଲେ ।  ଚାଷୀ କେଳାସ ଷାଣ୍ଢ ପୂଜା ଥାଳ ଧରିଥିଲେ ।  ଚାଷୀ ଦୁର୍ଜନ ଓ ଗଣେଶ୍ୱରଙ୍କ ସୁମଧୁର ହଲିଆ ଗୀତରେ କୃଷି ପର୍ବ ଆରମ୍ଭ ହୋଇଥିଲା ।  ଜିଲା କୃଷକ ସଂଘ ସଭାପତି ଡା. ପରିଚ୍ଛା କହିଥିଲେ ଯେ ଭାରତୀୟ କୃଷି ପରମ୍ପରାରେ ଅକ୍ଷୟ ତୃତୀୟା ହେଉଛି କୃଷିପର୍ବର ଆଦ୍ୟାରମ୍ଭ ।  ଚାଷୀକୂଳ ଶ୍ରମ ଦେଇ ସମସ୍ତଙ୍କୁ ଅନ୍ନ ଯୋଗାଇଥାନ୍ତି ।  ଆଜି ସମଗ୍ର ବିଶ୍ୱ କରୋନା ମହାମାରୀରେ ସନ୍ତ୍ରସ୍ତ ଥିବାବେଳେ ଚାଷୀ ପୁଣି ଥରେ ତାହା ଚିରାଚରିତ ଯୁଦ୍ଧକ୍ଷେତ୍ରକୁ ଓହ୍ଳାଇଛି ଅନ୍ନ ଯୋଗାଇବାର ବାର୍ତ୍ତା ନେଇ ।  କରୋନା ସମୟରେ ଡାକ୍ତର, ନର୍ସ, ପୋଲିସ କର୍ମଚାରୀଙ୍କୁ କରୋନା ଯୋଦ୍ଧା କୁହାଯାଇ ଉତ୍ସାହିତ କରାଯାଉଛି ।  ମାତ୍ର ଚାଷୀ ହିଁ ହେଉଛି ସବୁ ସମୟର ଓ ସବୁଠୁ ବଡ ଯୋଦ୍ଧା ।  ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କଲାବେଳେ ଚାଷୀଙ୍କୁ ଭୁଲିଯିବା ଦୁର୍ଭାଗ୍ୟଜନକ ବୋଲି ଡା ପରିଚ୍ଛା କରିଥିଲେ ।  କରୋନା ସଂକ୍ରମଣ କାଳରେ ଚାଷୀଙ୍କୁ ସହଯୋଗ ଓ ସଦିଚ୍ଛାର ହାତ ବଢ଼ାଇବା ସରକାରଙ୍କ ମୁଖ୍ୟ କର୍ତ୍ତବ୍ୟ ବୋଲି ସେ କହିଥିଲେ ।  ଚଳିତବର୍ଷ ଭଲ ବର୍ଷା ହେଲେ ପୁଣିଥରେ ଚାଷୀ ନିଜ ହସିବା ସହ ଦୁନିଆକୁ ହସାଇବ ବୋଲି ଚାଷୀ ଦୁର୍ଜନ ଜାନୀ କହିଛନ୍ତି ।  ତେବେ କରୋନା ଲକ୍‌ଡାଉନ୍‌ ସମୟରେ ଚାଷ କାର୍ଯ୍ୟ କିଭଳି ସମ୍ପନ୍ନ ହେବ ନେଇ ଚାଷୀ ସନ୍ଦୀହାନ ଥିବା ଚାଷୀ ଗଣେଶ୍ୱର ବାଗ, କୈଲାସ ଷାଣ୍ଢ, ବିକାଶ ଷାଣ୍ଢ ଓ ଅନ୍ୟମାନେ କହିଛନ୍ତି ।  କରୋନା ଲକ୍‌ଡାଉନ୍‌ କାରଣରୁ କୃଷି ବିଭାଗ ତରଫରୁ ପାଳନ କରାଯାଉଥିବା ଅକ୍ଷୟ ତୃତୀୟା ମହୋତ୍ସବକୁ ଚଳିତବର୍ଷ ବାତିଲ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?