ଲକ୍‌ଡାଉନ୍‌ ଭିତରେ ଅକ୍ଷିମୁଠି ଅନୁକୂଳ

ବଲାଙ୍ଗୀର ଅଫିସ, ୨୬ା୪: ବଲାଙ୍ଗୀର ସଦର ବ୍ଳକ ବୈଦିପାଲି ପଞ୍ଚାୟତ ଅନ୍ତର୍ଗତ ଫୁଲଝରଣ ଗଁ। ରେ ଜିଲା କୃଷକ ମହାସଂଘ ପକ୍ଷରୁ ରବିବାର ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯାଇ ଅକ୍ଷିମୁଠି ଅନୁକୂଳ କରାଯାଇଛି ।  ଗଁ।  କ୍ଳବ ସମ୍ମୁଖରୁ ଗିନି, ମୃଦଙ୍ଗ ତାଳେ ତାଳେ ପୂଜାର୍ଚ୍ଚନା ସାମଗ୍ରୀ ଧରି ଚାଷୀମାନେ ଗଁ।  ମୁଣ୍ଡ କ୍ଷେତରେ ପହଞ୍ଚତ୍ଥିଲେ ।  ସେଠାରେ ବୟୋାଜ୍ୟେଷ୍ଠ ଚାଷୀ ଦୁର୍ଜନ ଦାନୀ ପାରମ୍ପରିକ ପୂଜାର୍ଚ୍ଚନା କରିବା ପରେ ଜିଲା କୃଷକ ମହାସଂଘ ସଭାପତି ଡା ସୁଧୀର କୁମାର ପରିଚ୍ଛା ଅକ୍ଷିମୁଠି ଅନୁକୂଳ କରିଥିଲେ ।  ଚାଷୀ ଗଣେଶ୍ୱର ବାଗ ହଳ କରିଥିଲେ ।  ଚାଷୀ କେଳାସ ଷାଣ୍ଢ ପୂଜା ଥାଳ ଧରିଥିଲେ ।  ଚାଷୀ ଦୁର୍ଜନ ଓ ଗଣେଶ୍ୱରଙ୍କ ସୁମଧୁର ହଲିଆ ଗୀତରେ କୃଷି ପର୍ବ ଆରମ୍ଭ ହୋଇଥିଲା ।  ଜିଲା କୃଷକ ସଂଘ ସଭାପତି ଡା. ପରିଚ୍ଛା କହିଥିଲେ ଯେ ଭାରତୀୟ କୃଷି ପରମ୍ପରାରେ ଅକ୍ଷୟ ତୃତୀୟା ହେଉଛି କୃଷିପର୍ବର ଆଦ୍ୟାରମ୍ଭ ।  ଚାଷୀକୂଳ ଶ୍ରମ ଦେଇ ସମସ୍ତଙ୍କୁ ଅନ୍ନ ଯୋଗାଇଥାନ୍ତି ।  ଆଜି ସମଗ୍ର ବିଶ୍ୱ କରୋନା ମହାମାରୀରେ ସନ୍ତ୍ରସ୍ତ ଥିବାବେଳେ ଚାଷୀ ପୁଣି ଥରେ ତାହା ଚିରାଚରିତ ଯୁଦ୍ଧକ୍ଷେତ୍ରକୁ ଓହ୍ଳାଇଛି ଅନ୍ନ ଯୋଗାଇବାର ବାର୍ତ୍ତା ନେଇ ।  କରୋନା ସମୟରେ ଡାକ୍ତର, ନର୍ସ, ପୋଲିସ କର୍ମଚାରୀଙ୍କୁ କରୋନା ଯୋଦ୍ଧା କୁହାଯାଇ ଉତ୍ସାହିତ କରାଯାଉଛି ।  ମାତ୍ର ଚାଷୀ ହିଁ ହେଉଛି ସବୁ ସମୟର ଓ ସବୁଠୁ ବଡ ଯୋଦ୍ଧା ।  ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କଲାବେଳେ ଚାଷୀଙ୍କୁ ଭୁଲିଯିବା ଦୁର୍ଭାଗ୍ୟଜନକ ବୋଲି ଡା ପରିଚ୍ଛା କରିଥିଲେ ।  କରୋନା ସଂକ୍ରମଣ କାଳରେ ଚାଷୀଙ୍କୁ ସହଯୋଗ ଓ ସଦିଚ୍ଛାର ହାତ ବଢ଼ାଇବା ସରକାରଙ୍କ ମୁଖ୍ୟ କର୍ତ୍ତବ୍ୟ ବୋଲି ସେ କହିଥିଲେ ।  ଚଳିତବର୍ଷ ଭଲ ବର୍ଷା ହେଲେ ପୁଣିଥରେ ଚାଷୀ ନିଜ ହସିବା ସହ ଦୁନିଆକୁ ହସାଇବ ବୋଲି ଚାଷୀ ଦୁର୍ଜନ ଜାନୀ କହିଛନ୍ତି ।  ତେବେ କରୋନା ଲକ୍‌ଡାଉନ୍‌ ସମୟରେ ଚାଷ କାର୍ଯ୍ୟ କିଭଳି ସମ୍ପନ୍ନ ହେବ ନେଇ ଚାଷୀ ସନ୍ଦୀହାନ ଥିବା ଚାଷୀ ଗଣେଶ୍ୱର ବାଗ, କୈଲାସ ଷାଣ୍ଢ, ବିକାଶ ଷାଣ୍ଢ ଓ ଅନ୍ୟମାନେ କହିଛନ୍ତି ।  କରୋନା ଲକ୍‌ଡାଉନ୍‌ କାରଣରୁ କୃଷି ବିଭାଗ ତରଫରୁ ପାଳନ କରାଯାଉଥିବା ଅକ୍ଷୟ ତୃତୀୟା ମହୋତ୍ସବକୁ ଚଳିତବର୍ଷ ବାତିଲ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri