ଲକ୍‌ଡାଉନ୍‌ ପ୍ରଭାବ: ବଜାରରୁ ଆଳୁ, ପିଆଜ ଉଭାନ୍‌

ଖୋର୍ଦ୍ଧା ଅଫିସ,୨୫।୩: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ବିଭିନ୍ନ ସତର୍କତା ଅବଲମ୍ବନ କରୁଛନ୍ତି। କେନ୍ଦ୍ର ସରକାର ମଙ୍ଗଳବାର ମଧ୍ୟରାତ୍ରରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରିବା ପରେ ବୁଧବାର ବଜାରରୁ ଆଳୁ ଓ ପିଆଜ ଉଭାନ୍‌ ହୋଇଯାଇଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଶାସନର ଅବହେଳାରୁ ଦର ଅନିୟନ୍ତ୍ରିତ ରହିଥିବା ଅଭିଯୋଗ ହେଉଛି।
ଅନ୍ୟପଟେ ଲକ୍‌ଡାଉନକୁ ଦୃଷ୍ଟିରେ ରଖି କେତେକ ବେପାରୀ ଗୋଦାମରେ ଆଳୁ ଓ ପିଆଜ ଷ୍ଟକ୍‌ ରଖିବା ଆରମ୍ଭ କରିଦେଇଛନ୍ତି। ଏ ନେଇ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି, ବର୍ତ୍ତମାନ ଆଳୁ ଓ ପିଆଜ ଯଥେଷ୍ଟ ଆମଦାନୀ ହୋଇଛି। କଳାବଜାର ରୋକିବା ଦାୟିତ୍ୱ ପ୍ରଶାସନର। ପ୍ରଶାସନ ଏ ନେଇ ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ନାକାବନ୍ଦୀ, ପୋଲିସ କଟକଣା ଯୋଗୁ ଗ୍ରାମାଞ୍ଚଳ ବ୍ୟବସାୟୀ ବଜାରକୁ ଆସିପାରୁନାହାନ୍ତି। ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡୁଛି। ଏ ନେଇ ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଜିଲାପାଳ ସୀତାଂଶୁ ରାଉତ କୁହନ୍ତି, ଏ ସମ୍ପର୍କରେ ଆଲୋଚନା ଚାଲିଛି। ଏଥିପ୍ରତି ପ୍ରଶାସନ ସଚେତନ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

କଟକ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

କଟକ ଅଫିସ, ୯।୫: କଟକର ନୂଆ ଡିସିପି ଭାବେ ପିନାକ ମିଶ୍ର ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସହରର ଆଇନଶୃଙ୍ଖଳା, ସାଇବର କ୍ରାଇମ ଓ ଅପରାଧ...

ଲଖନପୁର ବ୍ଲକ ସରପଞ୍ଚ ସଂଘର ସଭାପତି ହେଲେ ରଘୁମଣି ପ୍ରଧାନ

ଝାରସୁଗୁଡା ଅଫିସ,୪।୯: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଝାରସୁଗୁଡା ଜିଲା ଲଖନପୁର ବ୍ଲକର ନବନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ସର୍ବସମ୍ମତିକ୍ରମେ ରବିବାର ଏକ ସରପଞ୍ଚ ସଂଘ...

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି

ପୁରୀ ଅଫିସ,୨୫।୪: ବୈଶାଖ ମାସ କୃଷ୍ଣପକ୍ଷ ଦଶମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିର ଶ୍ରୀବିଗ୍ରହମାନଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଏହି...

ଡାକ୍ତରଖାନାରେ ୪୦ଘଣ୍ଟା ପଡ଼ିରହିଲା ମୃତଦେହ

ରାଜନଗର,୧୨।୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୀୟ ବହୁଳ ତାଳଚୁଆ ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସନ୍ଦେହନକ ମୃତ୍ୟୁ ଘଟିଛି। ଇତିମଧ୍ୟରେ ୪୦ ଘଣ୍ଟା ବିତିଥିଲେ ମଧ୍ୟ...

ଆଜି ଖୋଲିଲା ଆଖଣ୍ଡଳମଣି ମନ୍ଦିର, ପ୍ରଥମେ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର

ଭଦ୍ରକ ଅଫିସ,୨୮ା୧୨: ଦୀର୍ଘ ମାସର କୋଭିଡ୍‌ କଟକଣା ଯୋଗୁ ଭକ୍ତ ଓ ଭଗବାନ ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତା କ୍ରମଶଃ ହ୍ରାସ ପାଇଛି। ଭକ୍ତମାନଙ୍କ ଦୀର୍ଘ...

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ କ୍ରାଇମବ୍ରାଞ୍ଚର ଆଡ୍‌ଭାଇଜରି

କଟକ ଅଫିସ, ୧।୭: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଉଦ୍ଦେଶ୍ୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବୁଧବାର ଟୁଇଟର ମାଧ୍ୟମରେ ଆଡ୍‌ଭାଇଜରି ଜାରି କରାଯାଇଛି। ଏଥିରେ କୁହାଯାଇଛି, ସୋସିଆଲ ମିଡିଆରେ...

କରୋନା ମୁକାବିଲା, ସରପଞ୍ଚଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ମାର୍ଶାଘାଇ, ୨୨।୪ (ଡି.ଏନ୍‌.ଏ.)- କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏହି ଭୂତାଣୁ ପ୍ରତିହତ କରିବା ସକାଶେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ...

ଦୁର୍ଘଟଣାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଭାପୁର, ୨ା୯(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ବଜାରରେ ଔଷଧ ଦୌକାନ କରିଥିବା ଶ୍ରୀନିବାସ ଗୋଛି(୩୫)ଙ୍କ ରବିବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।...

Advertisement
Archives

Model This Week