ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୯ ଗିରଫ, ୫ ବାଇକ୍‌ ଜବତ

ଦିଗପହଣ୍ଡି,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମନୋଜ ବେହେରା, ହିମାଂଶୁ ପାଣିଗ୍ରାହୀ, ଚନ୍ଦ୍ର ଶେଖର ଦୋରା, କୁନା ସାହୁ, ଆଲୋକ ନାଥ ମହାରଣା, ରମେଶ ମହାରଣା, ସମୀର ବାଡ଼ତ୍ୟା, ସଜ୍ଞନ୍ତ୍ର କୁମାର ଦାସ ଓ କବିରାଜ ବିଷୋୟୀ ସମୁଦାୟ ୯ ଜଣଙ୍କୁ ଗୁରୁବାର ପୋଲିସ ଗିରଫ କରିବା ସହ ୫ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନାଁରେ କେସ୍‌ ନଂ.୭୪/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି।
ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ମଧୁସ୍ମିତା ପ୍ରଧାନଙ୍କ ସୂଚନାନୁସାରେ ଗୁରୁବାର ପୂର୍ବାହ୍ନରେ ଅଭିଯୁକ୍ତମାନେ ସ୍ଥାନୀୟ ପୁଞ୍ଜିକଁୟା ଛକ ଓ ଜନତା ଲେନ୍‌ଠାରେ ସାମାଜିକ ଦୂରତ୍ୱ ରକ୍ଷା ନ କରି ଲକ୍‌ଡାଉନ୍‌ ନିୟମ ଭଙ୍ଗ କରିଥିଲେ। ଖବର ପାଇ ଆଇଆଇସି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଏଏସ୍‌ଆଇ ବି.ଲଛ୍‌ମେୟା ରେଡ୍ଡୀଙ୍କ ଏତଲା କ୍ରମେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟରେ ପାରୋଲ୍‌ କୋହଳ: ମୁକୁଳିବେ ୭ବର୍ଷ ଦଣ୍ଡ ପାଇଥିବା ଦୋଷୀ

କଟକ ଅଫିସ୍‌,୨୯ା୩: ଜେଲ୍‌ରେ ବହୁ ସଂଖ୍ୟକ ଅନ୍ତେବାସୀ ଗୋଟିଏ ସ୍ଥାନରେ ରହୁଥିବାରୁ ସେମାନେ କରୋନା ଭୂତାଣୁରେ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ଏଣୁ ଜେଲ୍‌ଗୁଡ଼ିକରେ ଯଥାସମ୍ଭବ...

ବରପାଲି ଏନଏସିରେ ଅଧ୍ୟକ୍ଷ ପଦବୀ ହାତେଇଲେ ସ୍ବାଧିନ ପ୍ରାର୍ଥୀ

ବରଗଡ଼ ଅଫିସ,୨୬।୩: ବରଗଡ଼ ଜିଲା ବରପାଲି ଏନ୍‌ଏସି ଅଧ୍ୟକ୍ଷ ପଦବୀରେ ସ୍ବାଧୀନ ପ୍ରାର୍ଥୀ ଦିନେଶ ଗହୀର ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ...

ଅଙ୍ଗନଓ୍ବାଡି ଶିକ୍ଷକ ମାନ୍ୟତା ଦାବିରେ ଧାରଣା

ବଲାଙ୍ଗୀର ଅଫିସ,୧୮।୧୧: ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ବଲାଙ୍ଗୀର ଜିଲା ଶାଖା ପକ୍ଷରୁ ବଲାଙ୍ଗୀର ଜିଲାପାଳ ଅଫିସ ସମ୍ମୁଖରେ ଶୁକ୍ରବାର ଧାରଣା ଓ ବିକ୍ଷୋଭ...

ପିଇବା ପାଣି ବିଷ: ଲକ୍ଷ୍ମୀବିହାରରେ ଚାଲିଛି ଚଢ଼ାଉ

ବ୍ରହ୍ମପୁର ଅଫିସ ,୨୪।୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ବଢ଼ିଚାଲିଛି ନକଲି କାରବାର। ଭେଜାଲ ମସଲା ଗୁଣ୍ଡ, ଚା’ଗୁଣ୍ଡ ପରେ ଏବେ ଭେଜାଲ ପାଣି କାରଖାନା...

ପୁଣି ଏଭରେଷ୍ଟ ଅଭିଯାନରେ କଳ୍ପନା ଦାଶ

ଢେଙ୍କାନାଳ ଅଫିସ, ୧୮।୪- ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗରୁ ଗୁଞ୍ଜରିତ ହେବ ବିଶ୍ୱଶାନ୍ତି, ନାରୀ ସଶକ୍ତୀକରଣ ବାର୍ତ୍ତା। ମାଉଣ୍ଟ ଏଭରେଷ୍ଟରେ ପାଦ ରଖି ପୁଣିଥରେ ଇତିହାସ ରଚିବେ...

କମ୍ପାନୀକୁ ୧୨ କୋଟି ଟଙ୍କାର ଚୂନା ଲଗାଇଥିଲେ କ୍ୟାସିୟର

ଝାରସୁଗୁଡା ଅଫିସ୍‌,୨୩।୫, ଝାରସୁଗୁଡ଼ା ସରବାହାଲ ସ୍ଥିତ ଓଡ଼ିଶା-ବେଙ୍ଗଲ କ୍ୟାରିୟର ଲିଃ ନାମକ ଟ୍ରାନ୍ସପୋର୍ଟ କମ୍ପାନୀରୁ ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା।...

କାଦେ ମାଝୀଙ୍କ ହତ୍ୟାକାଣ୍ଡ ଘଟଣା:୯ ଅଭିଯୁକ୍ତ ଗିରଫ

ପାଟଣା,୩୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲପାହାଡ଼ି ଗ୍ରାମର ଭାଲୁଘରା ସାହିର ୫୫ ବର୍ଷୀୟ ବୃଦ୍ଧ କାଦେ ମାଝୀଙ୍କୁ ୧୬ହଜାର ଟଙ୍କା ପାଇଁ...

ବିନା ଭକ୍ତରେ ତିନି ଠାକୁରଙ୍କ ସୁନାବେଶ

ଜି.ଉଦୟଗିରି,୨।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଜଗନ୍ନାଥ ମନ୍ଦିରରେ ଗୁରୁବାର ବିନା ଭକ୍ତରେ ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଭୋଗ ମଣ୍ଡପରେ ସକାଳର...

Advertisement
Archives

Model This Week