ଲକ୍‌ଡାଉନରେ ବାବୁ ଅନୁପସ୍ଥିତ

ମେଡିକାଲ କିମ୍ବା ଅନ୍ୟ କାରଣରୁ ଯେଉଁ ଅଧିକାରୀମାନେ କାର୍ଯ୍ୟରେ ଯୋଗ ଦେଇ ପାରି ନ ଥିଲେ ସେମାନଙ୍କ ଜାଗାରେ ନୂଆ ଅଧିକାରୀଙ୍କୁ ରିପ୍ଲେସ୍‌ କରିବା ପାଇଁ ଉପଭୋକ୍ତା ବ୍ୟାପାର ବିଭାଗ ନିଷ୍ପତ୍ତି ନେଇଛି। ସରକାରୀ ନିର୍ଦ୍ଦେଶନାମା ସତ୍ତ୍ୱେ କେତେ ଜଣ ବାବୁ କାର୍ଯ୍ୟରେ ଯୋଗ ନ ଦେବାରୁ ବିଭାଗୀୟ ସଚିବ ପବନ କୁମାର ଅଗ୍ରଓ୍ବାଲା ଏହି ନିଷ୍ପତ୍ତି ଘୋଷଣା କରିଥିଲେ। ଲକ୍‌ଡାଉନ ସମୟରେ ଏହି ବିଭାଗ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ଦର ନିୟନ୍ତ୍ରଣ ଉପରେ ସମୀକ୍ଷା କରିବାରେ ଏହି ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଲକ୍‌ଡାଉନରୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଓ ଯୋଗାଣକୁ କଟକଣା ମୁକ୍ତ ରଖାଯାଇ ଏହାକୁ ମେ’ ୩ ଯାଏ ବଢ଼ାଇ ଦିଆଯାଇଛି। ଏଣୁ ଲକ୍‌ଡାଉନ ସମୟରେ ଯେଉଁ ଅଧିକାରୀମାନେ କାର୍ଯ୍ୟକୁ ଆସି ନ ଥିଲେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏକ ମେମୋ ବା ପ୍ରତିପତ୍ର ଜାରି କରାଯାଇଛି। ବିଭାଗରେ ଅଧିକ ଷ୍ଟାଫ୍‌ଙ୍କ ଆବଶ୍ୟକତା ଥିବାରୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗରୁ ସେମାନଙ୍କ ରିପ୍ଲେସ୍‌ମେଣ୍ଟ ପାଇଁ ଏଥିରେ ଅନୁମତି ଲୋଡ଼ାଯାଇଛି। କିନ୍ତୁ ଏହି ମେମୋରେ ଦ୍ୱନ୍ଦ୍ୱ ରହିଥିବା ସ୍ପଷ୍ଟ ଭାବେ ଜଣାପଡିଛିା। ଲକ୍‌ଡାଉନ ସମୟରେ କେଉଁ କର୍ମଚାରୀ ଓ ଅଧିକାରୀ ଆସିବାକୁ ଅକ୍ଷମ ସେମାନଙ୍କର ତାଲିକା ମେମୋରେ ସାମିଲ କରିବାର ଆବଶ୍ୟକତା ଥିଲା, ଯାହା ଏଥିରେ ନ ଥିଲା। ଏଣୁ ଏବେ ଏକ ନୂଆ ତାଲିକା ପ୍ରସ୍ତୁତ କରାଯାଇଛି।
କାନ୍ତଙ୍କ ମନ୍ତବ୍ୟ
କୋଭିଡ୍‌-୧୯ ମହାମାରୀ ସମୟରେ ଭାରତୀୟ ବ୍ୟବସାୟିକ କ୍ଷେତ୍ରରେ ଚାଇନାର ପୁନଃ ପ୍ରବେଶ ଉଦ୍ୟମକ୍‌ୁ ବନ୍ଦ କରିବା ପାଇଁ ମୋଦି ସରକାର ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ନିୟମକୁ କଡ଼ାକଡ଼ି କରିବାକୁ ନେଇଥିବା ନିଷ୍ପତ୍ତିକୁ ଚାଇନା ସମାଲୋଚନା କରିଛି। କିନ୍ତୁ ଏହି ସମାଲୋଚନାର ଗୁରୁତ୍ୱକୁ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଅମିତାଭ କାନ୍ତ କମାଇ ଦେଇଛନ୍ତି। ସେ କହିଛନ୍ତି ଯେ,ଚାଇନାର ପୁଞ୍ଜି ନିବେଶକୁ ଭାରତ ସ୍ବାଗତ କରେ । ଅପରପକ୍ଷରେ ସରକାରଙ୍କ ନିଷ୍ପତ୍ତିକୁ ବହୁ ରାଷ୍ଟ୍ରବାଦୀ ସମର୍ଥକ ସ୍ବାଗତ କରିଛନ୍ତି। ସମାଲୋଚନା କରି ଆକ୍ରମଣାମତ୍କ ଆଭିମୁଖ୍ୟ ପୋଷଣ କରିଥିବା ତଥା ଭାରତ ଓ ବିଶ୍ୱରେ କରୋନା ମହାମାରୀର ବିଭୀଷିକା ଖେଳାଇ ଦେଇଥିବା ଚାଇନା ବିରୋଧରେ ଏହି ନିଷ୍ପତ୍ତିକୁ ସରକାରଙ୍କର ଏକ ଦୃଢ ପଦକ୍ଷେପ ବୋଲି ସେମାନେ ବିବେଚନା କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଚାଇନାର ପିପୁଲ୍ସ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ତା’ର ଅଂଶଧନ ୦.୮ ପ୍ରତିଶତରୁ ୧.୦୧ ପ୍ରତିଶତକୁ ବୃଦ୍ଧି କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି। ବହୁ ଭାରତୀୟ କମ୍ପାନୀ କରୋନା ମହାମାରୀ ସଂକ୍ରମଣ ବ୍ୟାପିବା ପୂର୍ବରୁ ବି ଚାପରେ ରହିଥିଲେ ଓ ଏଗୁଡିକ ଏବେ ଦେବାଳିଆ ସ୍ଥିତିକୁ ଚାଲିଯିବାର ସମ୍ଭାବନା ଦେଖାଦେଇଛି। ବ୍ୟବସାୟିକ ମୂଲ୍ୟାଙ୍କନରେ ତୀବ୍ର ହ୍ରାସ ଘଟିଥିବା ଓ ଚାପଗ୍ରସ୍ତ ଭାରତୀୟ କମ୍ପାନୀଗୁଡିକ ଏବେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ସ୍ଥିତିର ସୁଯୋଗ ନେଇ ଆର୍ଥିକ କ୍ଷେତ୍ରରେ ବଳଶାଳୀ ଚାଇନା ନିବେଶକାରୀ ଭାରତରେ ସେମାନଙ୍କ ନିବେଶକୁ ବୃଦ୍ଧି କରିପାରନ୍ତି। କିନ୍ତୁ କାନ୍ତଙ୍କ ମନ୍ତବ୍ୟ ରାଷ୍ଟ୍ରବାଦୀ ସମର୍ଥକଙ୍କ ମୁହଁ ବନ୍ଦ କରିଦେଇଛି। ଏପରି କି ସରକାର ତାଙ୍କ ନିଷ୍ପତ୍ତିରୁ ଓହରି ଯାଇପାରନ୍ତି ବୋଲି ସେମାନଙ୍କ ମଧ୍ୟରୁ କେତେଜଣ ଅନୁମାନ କରି ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। କିନ୍ତୁ ସେମାନେ ଭଲ ଭାବେ ଜାଣନ୍ତି ଯେ, ଏବକାର ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ନିକଟ ଓ ବିଶ୍ୱାସଭାଜନ ହୋଇଥିବା କେତେ ଜଣ ବାବୁଙ୍କ ମଧ୍ୟରେ କାନ୍ତ ଅନ୍ୟତମ। ସେ କେବଳ ସରକାରଙ୍କ ପ୍ରମୁଖ ନୀତି ବିଚାର ମଞ୍ଚ କୁହାଯାଉଥିବା ନୀତି ଆୟୋଗର ସିଇଓ ନୁହନ୍ତି, ବରଂ ମୋଦି ସରକାରରେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ତାଙ୍କ ପ୍ରତ୍ୟକ୍ଷ ଯୋଗଦାନ ରହିଆସୁଛି। କୋଭିଡ-୧୯ ସଂକ୍ରମଣକୁ ରୋକିବା ଲାଗି ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସରକାର ଗଠନ କରିଥିବା ସଶକ୍ତ ସମିତିର ମୁଖ୍ୟ ଭାବେ କାନ୍ତଙ୍କୁ ମଧ୍ୟ ଚୟନ କରାଯାଇଥିଲା। କରୋନା ଭାଇରସ ବ୍ୟାପିବା ପରେ ଏଥିରୁ ମୁକୁଳିବା ଲାଗି ବିଶ୍ୱ କିଭଳି କଠିନ ପରିଶ୍ରମ କରୁଛି ସେଥିରେ ଭାରତର ଲଢ଼େଇ ଏକ ନିର୍ଣ୍ଣାୟକ ପ୍ରସଙ୍ଗ ହେବ ତାହା ସେ ଦୃଢ ଭାବେ ଜାଣିଛନ୍ତି। ଏଥିପାଇଁ ଯଥାର୍ଥବାଦୀ ରାଜନେତା, ତଥା କଥିତ ଅମଲାତନ୍ତ୍ରୀଙ୍କ ମଧ୍ୟରେ ସମନ୍ବୟ ଓ ଜନସାଧାରଣଙ୍କ ସହଯୋଗ ଅନିବାର୍ଯ୍ୟ। ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଇ କରୋନା ଭୂତାଣୁ ବିରୋଧରେ ଲଢେଇ କରିବା ଏକ ମାତ୍ର ବିକଳ୍ପ ନୁହେଁ ବୋଲି ସେ ଜାଣନ୍ତି। ଏଣୁ ସେ ଶୀଘ୍ର ବାଟ ସଫା କରି ଚାଇନାକୁ ସନ୍ତୁଷ୍ଟ କଲା ଭଳି ଏକ ସଂକେତ ପ୍ରଦାନ କଲେ। ସରକାରଙ୍କ ନିଷ୍ପତ୍ତିରେ ସେ ଏକମତ ନ ହୋଇ ଏଭଳି କରିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାନ୍ତ ଜଣେ ଦକ୍ଷ ଅଧିକାରୀ। କଥା କହି ଚାଇନା ସହ କିଭଳି ସମ୍ପର୍କ ରଖାଯାଇପାରିବ ତାହା ମଧ୍ୟ ସେ ଭଲ ଭାବେ ଜାଣନ୍ତି। ୧୦ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ଭାରତ ପାଇଁ ଚାଇନା ପୁଞ୍ଜିନିବେଶର ଗୁରୁତ୍ୱ ସମ୍ପର୍କରେ ସେ ଅବଗତ ଅଛନ୍ତି। ସେ ମଧ୍ୟ ଭଲ ଭାବେ ଜାଣନ୍ତି ଯେ, ଭାରତରେ ଚାଇନା ସବୁଠୁ ଅଧିକ ନିବେଶ କରିଛି। ଗତ କିଛି ବର୍ଷ ମଧ୍ୟରେ ଏହା ବିଭିନ୍ନ କ୍ଷେତ୍ରରେ ୮ ବିଲିୟନ ଡଲାରରୁ ଅଧିକ ନିବେଶ କରିଛି। ଭାରତୀୟ ଷ୍ଟାର୍ଟଅପ୍‌ରେ ଚାଇନା ପ୍ରମୁଖ ଭୂମିକା ତୁଲାଇ ଆସୁଛି। ସମ୍ଭବତଃ ଚାଇନା ଏକ ମାତ୍ର ଦେଶ ଯିଏ କି କରୋନା ଭାଇରସ ସଂକ୍ରମଣ ସମୟରେ ଅନ୍ୟ ଦେଶରେ ନିବେଶ କରୁଛି। କାନ୍ତ ଏବେ ଯେଉଁ ପଦବୀରେ ରହିଛନ୍ତି ସେଠି ଚାଇନା ସହ ସମ୍ପର୍କ ବଢାଇବା ଦରକାର କିନ୍ତୁ ଅନ୍ୟପକ୍ଷରେ ଏହାଦ୍ୱାରା କିଭଳି ଅର୍ଥ ଆସିପାରିବ ତାହା ଲାଗି ବାଟ ଖୋଲା ରଖିବା ମଧ୍ୟ ଆବଶ୍ୟକ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri