Posted inଖେଳ

ରୌପ୍ୟରେ ସନ୍ତୁଷ୍ଟ ମଞ୍ଜୁ ରାଣୀ

ଉଲାନ-ଉଡେ(ରୁଷିଆ),୧୩।୧୦(ପି.ଟି.)- ଭାରତୀୟ ବକ୍ସର ମଞ୍ଜୁ ରାଣୀଙ୍କ ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌ ଅଭିଯାନ ରୌପ୍ୟ ପଦକ ସହ ଶେଷ ହୋଇଛି। ରବିବାର ଅନୁଷ୍ଠିତ ୪୮ କେଜି ଓଜନ ବର୍ଗର ଫାଇନାଲରେ ମଞ୍ଜୁ ରୁଷିଆର ଇକାଟେରିନା ପାଲଟ୍‌ସେଭାଙ୍କଠାରୁ ପରାସ୍ତ ହୋଇଛନ୍ତି। ଦ୍ୱିତୀୟ ସିଡ୍‌ ଘରୋଇ ବକ୍ସର ଇକାଟେରିନା ୪-୧ ବ୍ୟବଧାନରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଗତ ଶନିବାର ୨୦ ବର୍ଷରେ ପାଦ ଥାପିଥିବା ରାଣୀ ଏକମାତ୍ର ଭାରତୀୟ ବକ୍ସର ଭାବେ ଫାଇନାଲରେ ପ୍ରବେଶ କରିଥିଲେ। ଚଳିତ ପ୍ରତିଯୋଗିତାରେ ଛ’ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌(୫୧ କେଜି), ଯମୁନା ବୋରୋ (୫୪ କେଜି) ଓ ଲଭଲିନା ବରଗୋହେନ (୬୯ କେଜି) ବ୍ରୋଞ୍ଜ ପଦକ ଜିତିଛନ୍ତି।
ବାଉଟ୍‌ ଆରମ୍ଭରୁ ଉଭୟ ବକ୍ସର ଆଟାକ କରିଥିଲେ। କିନ୍ତୁ ରାଣୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସିଧା ପଞ୍ଚ ମାରିପାରି ନ ଥିଲେ। ଦ୍ୱିତୀୟ ରାଉଣ୍ଡରେ ୬ଷ୍ଠ ସିଡ୍‌ ଭାରତୀୟ ବକ୍ସର ରାଣୀ ସିଧା ପଞ୍ଚ ମାରିବା ସହ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ଅନ୍ତିମ ରାଉଣ୍ଡର ଦୁହେଁ ଅତି ସବଧାନତା’ର ସହ ଖେଳିଥିଲେ। ଏପରି କି ରେଫରିଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଶେଷରେ ଘରୋଇ ବକ୍ସର ମ୍ୟାଚ୍‌ ଜିତି ନେଇଥିଲେ। ଜଜ୍‌ଙ୍କ ଏହି ନିଷ୍ପତ୍ତିରେ ମଞ୍ଜୁ ଖୁସି ନ ଥିଲେ। ରାଣୀ ପ୍ରଥମ ଥର ପାଇଁ ଚଳିତ ବର୍ଷ ଜାତୀୟ କ୍ୟାମ୍ପରେ ଯୋଗଦେଇଥିଲେ। ହରିୟାଣା ପକ୍ଷରୁ ଚୟନ ହେବାରେ ବିଫଳ ହୋଇଥିଲେ। ଏଣୁ ସେ ପଞ୍ଜାବରୁ ମନୋନୀତ ହୋଇଥିଲେ। ଏଥିପୂର୍ବରୁ ୟୁରୋପର ସବୁଠୁ ପୂରୁଣା ସମ୍ମାନଜନକ ବକ୍ସିଂ ଇଭେଣ୍ଟ ଷ୍ଟ୍ରାଣ୍ଡଜା ମେମୋରିଆଲ ଟୁର୍ନାମେଣ୍ଟରେ ସେ ରୌପ୍ୟ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ...

କରୋନାରେ ଆଖିବୁଜିଲେ ତେନ୍ଦୁଲକରଙ୍କ ବନ୍ଧୁ: ୮୦ ଦଶକରେ ଖେଳୁଥିଲେ ଏକାଠି

ଭାରତୀୟ କ୍ରିକେଟ ଦଳର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତାଙ୍କର ବନ୍ଧୁ ବିଜୟ ଶିର୍କେଙ୍କୁ ହରାଇଛନ୍ତି। ମହାମାରୀ କରୋନାରେ ଅକ୍ରାନ୍ତ ହୋଇ ବିଜୟ ଥାନେ ହସ୍ପିଟାଲରେ...

ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକ: ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌ର ପୁନଃନିର୍ଦ୍ଧାରଣ ହେବ

ଦୁବାଇ, ୨୪ା୪ (ପି.ଟି.)- କୋଭିଡ୍‌-୧୯ ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କ୍ରୀଡ଼ା କାର୍ଯ୍ୟକଳାପ ଏକପ୍ରକାର ସ୍ଥାଣୁ ପାଲଟିଯାଇଛି। ଏଥିଯୋଗୁ ୨୦୨୩ ପର୍ଯ୍ୟନ୍ତ ରହିଥିବା ଫ୍ୟୁଚର ଟୁର୍‌...

କୋହଲିଙ୍କ ଏମିତି କାର୍ଯ୍ୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା

ମୁମ୍ବାଇ,୩୦।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଜଣାଶୁଣା। କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା...

ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର୍‌

ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କ୍ରିକେଟପ୍ରେମୀ କମ୍‌ ଜାଣିଥିବେ। ଜୁଲାଇ...

ରାଜସ୍ଥାନ ପକ୍ଷରୁ ଡେବ୍ୟୁ କଲେ ବିଶ୍ୱର ନମ୍ବର-୧ ବୋଲର୍‌; ଅଡୁଆରେ ପଡ଼ିବ କି ଦିଲ୍ଲୀ…

ଆବୁଧାବି,୨୫।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ଶନିବାର ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ପର୍ଯ୍ୟାୟରେ ରାଜସ୍ଥାନର...

ନିରପେକ୍ଷ ଭେନ୍ୟୁରେ ମ୍ୟାଚ ଆୟୋଜନ କରିବନି ପାକିସ୍ତାନ

ରାଓ୍ବଲପିଣ୍ଡି, ୧୦ା୧୨ (ଏଏପି)- ପାକିସ୍ତାନ ଏହାର ଅନ୍ତର୍ଜାତୀୟ ମ୍ୟାଚଗୁଡ଼ିକର ଆୟୋଜନ ଏଣିକି ନିରପେକ୍ଷ ଭେନ୍ୟୁରେ କରିବ ନାହିଁ। ଅନ୍ୟ ଦଳଗୁଡ଼ିକ କାହିଁକି ପାକିସ୍ତାନରେ ଖେଳିବେ ନାହିଁ...

ଦଳର ପ୍ରଦର୍ଶନ ଦେଖି ୩-୪ ଟିଭି ରିମୋଟ ଭାଙ୍ଗିଦେଲେ କୋଚ

ମୁମ୍ବାଇ,୨୭।୪: ଆଇପିଏଲ ୨୦୨୨ରେ ଦିଲ୍ଲୀର ପ୍ରଦର୍ଶନ କିଛି ବିଶେଷ ହୋଇନାହିଁ। ୭ଟି ମ୍ୟାଚ୍‌ରେ ଚାରିଟି ପରାଜୟ ଏବଂ ତିନୋଟି ବିଜୟ ସହିତ ଦଳ ପଏଣ୍ଟ ଟେବୁଲରେ...

Advertisement
Archives

Model This Week