Posted inଖେଳ

ରୋହିତ ଶର୍ମା ମୋ ସ୍ତ୍ରୀ ନୁହଁନ୍ତି: ଶିଖର ଧାଓ୍ବନ

ନୂଆଦିଲ୍ଲୀ, ୧୫।୫: ଆଇପିଏଲ ମହାସମର ଶେଷ ହେବା ପରେ ଏବେ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ୱକପ ଉପରେ ସମସ୍ତଙ୍କ ନଜର ରହିଛି। ଏଥିପାଇଁ ଖେଳାଳିମାନେ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି। ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ବନ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ ପାଇଁ ବେଶ୍‌ ଆଶାବାଦୀ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ ଖେଳି ସେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୧୫ଟି ମ୍ୟାଚ୍‌ ଖେଳି ଦଳ ପକ୍ଷରୁ ସର୍ବାଧିକ ୫୨୧ରନ କରିଥିଲେ। ବିଶ୍ୱକପ୍‌ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ବୋଲି ଶିଖରଙ୍କୁ ପଚରାଯିବାକୁ ସେ କହିଛନ୍ତି ଭାରତୀୟ ଦଳ ଏବେ ଭଲ ପ୍ରଦର୍ଶନ କରୁଛି। ବିଶ୍ୱକପରେ ମଧ୍ୟ ତାହା ଜାରି ରହିବ ବୋଲି ସେ କହିଛନ୍ତି। ଓପନିଂ ପାର୍ଟନର୍‌ ରୋହିତ ଶର୍ମାଙ୍କ ସହ ଆପଣ ସମ୍ପର୍କରେ ଅଛନ୍ତି କି ନାହିଁ ବୋଲି ପଚାରାଯିବାରୁ ସେ ମଜାଦାର ଉତ୍ତର ଦେଇ କହିଥିଲେ, ସେ ମୋ ସ୍ତ୍ରୀ ନୁହଁନ୍ତି,ଯାହା ସହ ମୁଁ ସମ୍ପର୍କରେ ରହିବି। ଆମେ ଅନେକ ଦିନରୁ ଭାରତ ପାଇଁ ଏକାଠି ଖେଳିଆସୁଛୁ। ଆମ ଭିତରେ ଉତ୍ତମ ବୁଝାମଣା ରହିଛି। ତେଣୁ ବିଶ୍ୱକପରେ ମଧ୍ୟ ଆରମ୍ଭରୁ ଭଲ ସ୍କୋର କରିବାର ଲକ୍ଷ୍ୟ ରହିଛି ବୋଲି ଶିଖର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCI ଉପରେ ଖାଲି ଟଙ୍କା ବର୍ଷା: ଶାହାଙ୍କ ପୁଅ କରିଦେଲେ କମାଲ୍‌

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ମଧ୍ୟରେ ଗଣାଯାଏ। ଏହା ପଛରେ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର...

ପ୍ରେମରେ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବିବେଚନା କରାଯାଉଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଏବେ ଇଂଲଣ୍ଡରେ ଭାରତୀୟ ୧୯ ବର୍ଷରୁ କମ...

କ୍ରିକେଟରଙ୍କ ପତ୍ନୀଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଫସିଯିବେ କି ଶାମି?

ନୂଆଦିଲ୍ଲୀ,୧୮।୭: ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାନ ପୁଣି ଥରେ ଖବର ଶିରୋନାମାରେ ଅଛନ୍ତି। କିନ୍ତୁ, ଏଥର ସେ ସମସ୍ୟାରେ ପଡ଼ିଛନ୍ତି। ପ୍ରକୃତରେ, ଭାରତୀୟ କ୍ରିକେଟରଙ୍କ...

ଫେରିବେ ବିରାଟ କୋହଲି! କ’ଣ କହୁଛନ୍ତି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୮।୭: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସ୍ଥାନ ନେବା କଷ୍ଟକର,ଏହାକୁ ମାନିବାକୁ ପଡିବ। କିନ୍ତୁ ଏବେ ଏହି ଦୁଇ ମହାନ ଖେଳାଳିଙ୍କଠାରୁ ଆଗକୁ ବଢ଼ିବାର...

୨୨ ବଲ୍‌ରେ ବଡ଼ କାରନାମା: ଚୌକା-ଛକା ବର୍ଷା କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଲେ ଏହି କ୍ରିକେଟର୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୭: T20 ବ୍ଲାଷ୍ଟରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ୨୪ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋର୍ଡାନ କକ୍ସ ଏକ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।...

ଚତୁର୍ଥ ଟେଷ୍ଟ ମ୍ୟାଚ ପୂର୍ବରୁ ହନୁମାନ ଚାଳିଶା ଶୁଣୁଛନ୍ତି ଭାରତୀୟ କ୍ରିକେଟର, ମିଳିବ କି ବିଜୟ ?

ଇଂଲଣ୍ଡ,୧୮।୭: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଦଳ କେଣ୍ଟ କାଉଣ୍ଟି କ୍ରିକେଟ ଗ୍ରାଉଣ୍ଡରେ ଏକମାତ୍ର ଅଭ୍ୟାସ ସେସନରେ ଅଂଶଗ୍ରହଣ କରିଛି।...

ଅର୍ଶାଦ ନଦୀମଙ୍କ କ୍ଷୋଭ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ମିଳିଥିବା ପୁରସ୍କାର ପ୍ରତିଶ୍ରୁତି ‘ମିଛ’

ନୂଆଦିଲ୍ଲୀ,୧୭।୭: ପାରିସ୍ ଅଲିମ୍ପିକ୍ସରେ ଭାରତର ନୀରଜ ଚୋପ୍ରାଙ୍କୁ ହରାଇ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିବା ପାକିସ୍ତାନର ପ୍ରଥମ ଆଥଲେଟ୍ ଅର୍ଶାଦ ନଦୀମ ତାଙ୍କୁ ଦିଆଯାଇଥିବା ‘ମିଛ’...

ସାଇକେଲ ରେସ୍‌ ବେଳେ ବଡ଼ ଅଘଟଣ

ଆଉଚ୍‌(ଫ୍ରାନ୍ସ),୧୭ା୭: ୧୯ ବର୍ଷୀୟ ଇଟାଲିଆନ ସାଇକ୍ଲିଷ୍ଟ ସାମୁଏଲ ପ୍ରିଭିଟେରା ଟୁର ଅଫ୍‌ ଦି ଆଓଷ୍ଟେ ଭ୍ୟାଲି-ମଣ୍ଟ ବ୍ଲାଙ୍କ ବେଳେ ସାଇକେଲରୁ ଖସି ପ୍ରାଣ ହରାଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri