Posted inଖେଳ

ରୋହିତଙ୍କ କୀର୍ତ୍ତିମାନ

ବର୍ମିଂହାମ, ୩।୭ (ପି.ଟି.)-ଭାରତୀୟ ତାରକା ଓପନର ରୋହିତ ଶର୍ମା ମଙ୍ଗଳବାର ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ ଖେଳିବା ଅବସରରେ ଏକାଧିକ କୀର୍ତ୍ତିମାନ ହାସଲ କରିଛନ୍ତି। ୯୨ ବଲରୁ ୭ ଚୌକା ଓ ୫ ଛକା ସହାୟତାରେ ୧୦୪ ରନର ଶତକୀୟ ଇନିଂସ ଖେଳିଥିଲେ ରୋହିତ। ଚଳିତ ବିଶ୍ୱକପ୍‌ରେ ଏହାଥିଲା ତାଙ୍କର ଚତୁର୍ଥ ଶତକ। ଏଥିସହିତ ସେ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟ୍ସମ୍ୟାନ କୁମାର ସାଙ୍ଗକାରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସେ ଗୋଟିଏ ବିଶ୍ୱକପ୍‌ରେ ସର୍ବାଧିକ ୪ଟି ଶତକ ଅର୍ଜନ କରିଛନ୍ତି। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୦୩ ବିଶ୍ୱକପ୍‌ରେ ୩ଟି ଶତକ ହାସଲ କରିଥିଲେ। ସେ କ୍ୟାରିୟରରେ ୨୬ତମ ଦିନିକିଆ ଶତକ ଅର୍ଜନ କରିବା ସହିତ ମୋଟ ଉପରେ ୫୪୪ ରନ ସଂଗହ କରି ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି। ସେ ଏହି କ୍ରମରେ ଅଷ୍ଟ୍ରେଲିଆ ତାରକା ଓପନର ଡେଭିଡ ଓ୍ବାର୍ନରଙ୍କୁ (୫୧୬)ଙ୍କୁ ପଛରେ ପକାଇଛନ୍ତି। ସୌଭାଗ୍ୟବଶତଃ ୯ ରନ କରିଥିବାବେଳେ ଜୀବନଦାନ ପାଇଥିବା ରୋହିତ ଏହାର ପୂରାପୁରି ଫାଇଦା ଉଠାଇଥିଲେ। ଶତକ ହାସଲ କରିବାପରେ ସେ ସୌମ୍ୟ ସରକାରଙ୍କ ବଲ୍‌କୁ ଏକ୍ସଟ୍ରା କଭର ଉପରେ ମାରବାକୁ ଯାଇ ଲିଟନ ଦାସଙ୍କ ହାତରେ ଧରା ପଡି ପ୍ୟାଭିଲିୟନ ଫେରିଥିଲେ। ବିଶ୍ୱକପ୍‌ ଇତିହାସରେ ରୋହିତ ଓ ଲୋକେଶ ରାହୁଲ ଓପନିଂ ଯୋଡିରେ ୧୮୦ ରନ କରି ଭାରତୀୟ ଦୃଷ୍ଟିକୋଣରୁ ସର୍ବାଧିକ ପାର୍ଟନଶିପ୍‌ କରି ରେକର୍ଡ କରିଛନ୍ତି।
କ୍ରମାଗତ ଶତକ ହାସଲ କରି ୩୨ ବର୍ଷୀୟ ରୋହିତ ଶର୍ମା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ବିଶ୍ୱକପ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ପୂର୍ବରୁ ସଚିନ ୧୯୯୬ ଓ ୨୦୦୩ ବଶ୍ୱକପ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ। ମୋଟ ଉପରେ ରୋହିତ ପଞ୍ଚମ ବିଶ୍ୱକପ୍‌ ଶତକ ଅର୍ଜନ କରିଛନ୍ତି। ପୂର୍ବରୁ ୨୦୧୫ରେ ସେ ଗୋଟିଏ ଶତକ ହାସଲ କରିଥିଲେ। ଗତ ୭ଟି ମ୍ୟାଚ୍‌ରେ ୪ଟି ଶତକ ହାସଲ କରି ରୋହିତ ଜବରଦସ୍ତ ଫର୍ମରେ ଥିବା ସୂଚନା ଦେଇଛନ୍ତି। ପ୍ରଥମ ମ୍ୟାଚ୍‌ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୨ ରନର ଶତକୀୟ ଇନିଂସ ଖେଳିଥିଲେ। ଏହାପରେ ପାକିସ୍ତାନ ବିପକ୍ଷରେ ୧୪୦, ଗତ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ୧୦୨ ରନ କରିଥିଲେ। ରୋହିତ ଓ ସାଙ୍ଗକାରା ଗୋଟିଏ ବିଶ୍ୱକପ୍‌ରେ ୪ଟି ଲେଖାଏ ଶତକ ହାସଲକରି ଥିବାବେଳେ ଅଷ୍ଟ୍ରେଲିଆର ମାର୍କ ଓ୍ବ (୧୯୯୬), ଭାରତ ସୌରଭ ଗାଙ୍ଗୁଲି (୨୦୦୩) ଓ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ (୨୦୦୭) ଗୋଟିଏ ବିଶ୍ୱକପ୍‌ରେ ୩ଟି ଲେଖାଏ ଶତକ ହାସଲ କରିଥିଲେ। ଚଳିତ ବିଶ୍ୱକପ୍‌ରେ ରୋହିତ ଓ ଓ୍ବାର୍ନରଙ୍କୁ ବାଦ୍‌ ଦେଲେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ମଧ୍ୟ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ସେ ୫୦୪ ରନ କରି ସର୍ବାଧିକ ରନ ସ୍କୋରର ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।
ଭାରତୀୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ରୋହିତଙ୍କୁ ବାଦ୍‌ ଦେଲେ ସଚିନ ୩ଥର ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି। ସଚିନ ପୂର୍ବରୁ ୨୦୦୩ ବିଶ୍ୱକପ୍‌ରେ ୬୭୩, ୧୯୯୬ ବିଶ୍ୱକପ୍‌ରେ ୫୨୩ ଓ ୨୦୧୧ ବିଶ୍ୱକପ୍‌ରେ ସର୍ବାଧିକ ୪୮୨ ରନ ସଂଗ୍ରହ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ରୋହିତ ୭ ଇନିଂସରୁ ୯୦.୬୭ ହାରରେ, ୯୬.୯୭ ଷ୍ଟ୍ରାଇକରେଟରେ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରୋଏସିଆ ଦଳରୁ ଓହରିଲେ ସିଲିକ୍‌

ଜାଗ୍ରେବ୍‌, ୮ା୧୧(ଏଏଫ୍‌ପି)- ପୂର୍ବତନ ୟୁଏସ୍‌ ଓପନ୍‌ ବିଜେତା ମାରିନ୍‌ ସିଲିକ୍‌ କ୍ରୋଏସିଆ ଡେଭିସ୍‌ କପ୍‌ ଦଳରୁ ଓହରି ଯାଇଛନ୍ତି। ଆଣ୍ଠୁରେ ଇଞ୍ଜୁରି ପାଇଁ ସେ ଏହି...

ଭାରତୀୟ ମହିଳା ଦଳରେ ୧୫ ବର୍ଷୀୟା ଶେଫାଳୀ

ନୂଆଦିଲ୍ଲୀ, ୬।୯ (ପି.ଟି.)- ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ ଲାଗି ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି। ୫...

ବାର୍ବାଡସ ଟ୍ରାଇଡେଣ୍ଟକୁ ଦ୍ୱିତୀୟ ସିପିଏଲ୍‌ ଟାଇଟଲ

ତ୍ରିନିଦାଦ୍‌,୧୪।୧୦- ଚଳିତ କାରିବିୟନ ପ୍ରିମିୟର ଲିଗ୍‌ରେ ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ବାର୍ବାଡସ ଟ୍ରାଇଡେଣ୍ଟ ଚାମ୍ପିୟନ ହୋଇଛି। ଏହା ଦଳର ଦ୍ୱିତୀୟ ସିପିଏଲ ଟାଇଟଲ। ଏଠାରେ ଶନିବାର...

କେବେଠାରୁ ଟ୍ରେନିଂ ସ୍ପଷ୍ଟ କରାଯାଉ

ନୂଆଦିଲ୍ଲୀ, ୨୨ା୫ (ପି.ଟି.)-କରୋନା ଭାଇରସ୍‌ ପାଇଁ ଲକ୍‌ଡାଉନ୍‌ ସତ୍ତ୍ୱେ ଆଥଲେଟ୍‌୍‌ମାନଙ୍କ ଟ୍ରେନିଂ ଲାଗି ସରକାର ବିନା ଦର୍ଶକରେ ଷ୍ଟାଡିୟମ ଓ ସ୍ପୋଟର୍‌ସ କମ୍ପ୍ଲେକ୍ସ ଖେଳିବାକୁ ଅନୁମତି...

ମୋଣ୍ଟେ-କାର୍ଲୋରୁ ଜୋକୋଭିଚ୍‌ ଭ୍ରାତାଙ୍କ ବିଦାୟ

ମୋନାକୋ (ଫ୍ରାନ୍ସ), ୧୬।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ଓ ତାଙ୍କ ଭ୍ରାତା ମାର୍କୋ ଏଠାରେ ଚାଲିଥିବା ମୋଣ୍ଟେ-କାର୍ଲୋ ମାଷ୍ଟର୍ସ ପ୍ରତିଯୋଗିତାର...

ସିନ୍ଧୁ କ୍ୱାର୍ଟରଫାଇନାଲରେ

ଜାକର୍ତ୍ତା, ୧୮ା୭ (ପି.ଟି.)- ଭାରତର ଟପ୍‌ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଇଣ୍ଡୋନେସିଆନ ଓପନ୍‌ ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ...

ଭାରତ ଗସ୍ତ ଲାଗି ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷିତ

ମେଲବୋର୍ନ, ୩୦।୧୨(ପି.ଟି.)- ଆଗାମୀ ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷିତ ହୋଇଛି। ଆହତ ହୋଇଥିବା ଦ୍ରୁତ ବୋଲର ସିନ ଆବୋଟ୍ଟଙ୍କ ବଦଳରେ ବିସ୍ଫୋରକ...

ସ୍ବତନ୍ତ୍ର ରେକର୍ଡ ବୁକ୍‌ରେ ରୋହିତ

ବିଶାଖାପାଟଣା,୫।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ପ୍ରଥମ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ଦଳର ଓପନର ରୋହିତ ଶର୍ମା ଶତକ ଲଗାଇଛନ୍ତି।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *