Posted inଖେଳ

ରୋହିତଙ୍କୁ ଦିନିକିଆ କ୍ରିକେଟର ପୁରସ୍କାର; କୋହଲିଙ୍କୁ ‘ସ୍ପିରିଟ୍‌ ଅଫ୍‌ ଦି କ୍ରିକେଟ’ ସମ୍ମାନ

ଦୁବାଇ,୧୬।୧(ପି.ଟି.)- ଭାରତୀୟ ତାରକା ଓପନର ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ‘୨୦୧୯ ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର’ ବିବେଚିତ ହୋଇଛନ୍ତି। ଗତବର୍ଷ ଦମ୍‌ଦାର ପ୍ରଦର୍ଶନ କରି ସେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟପଟେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ବର୍ଷର ଶ୍ରେଷ୍ଠ କ୍ରିକେଟର ବିବେଚିତ ହୋଇଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ‘ସ୍ପିରିଟ ଅଫ୍‌ ଦି କ୍ରିକେଟ’ ପୁରସ୍କାର ଲାଭ କରିଛନ୍ତି। ଇଂଲଣ୍ଡର ଓଭାଲରେ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ପ୍ରଶଂସକମାନେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ବଲ ଟ୍ୟାମ୍ପରିଂ ମାମଲା ପାଇଁ ସମାଲୋଚନା କରି ଗାଳି ଦେଉଥିବା ବେଳେ କୋହଲି ସେମାନଙ୍କୁ ଏଥିରୁ ବିରତ କରାଇଥି ଓ ଏଥିପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ବଲ ଟ୍ୟାମ୍ପରିଂ ମାମଲାରେ ବାସନ୍ଦ ହୋଇ ସ୍ମିଥ୍‌ କ୍ରକେଟକୁ ପ୍ରତ୍ୟାବର୍ତ୍ତନ କରି ବିଶ୍ୱକପ୍‌ ଖେଳିଥିଲେ।
ବିଶ୍ୱକପ୍‌ ବିଜୟୀ ଇଂଲଣ୍ଡ ଦଳର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ସବୁଠାରୁ ବଡ଼ ପୁରସ୍କାର ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ସେହିପରି ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ଟେଷ୍ଟ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ଭାରତୀୟ ଯୁବ ଦ୍ରୁତ ବୋଲର ଦୀପକ ଚହର ଟି୨୦ ଅନ୍ତର୍ଜାତୀୟ ପରଫର୍ମାନ୍ସ ଅଫ୍‌ ଦି ଇୟର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅଷ୍ଟ୍ରେଲିଆ ମାର୍ନସ ଲାବୁସେନ ଇମର୍ଜିଂ କ୍ରିକେଟର ଅଫ୍‌ ଦି ଇୟର, ସ୍କଟଲାଣ୍ଡର କାଏଲ କୋଏଜସର ଆସୋସିଏଟ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି।
ରୋହିତ ବିଶ୍ୱକପରେ ୯ଟି ମ୍ୟାଚ୍‌ ଖେଳି ୫ଟି ଶତକ, ଗୋଟିଏ ଅର୍ଦ୍ଧଶତକ ସହ ୮୧.୦୦ ରନ ହାରରେ ୬୪୮ ରନ ସଂଗ୍ରହ କରିଥିଲେ। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଗୋଟିଏ ବିଶ୍ୱକପ୍‌ରେ ୫ଟି ଶତକ ଅର୍ଜନ କରି ରେକର୍ଡ କରିଥିଲେ। ସେ ଗତବର୍ଷ ୨୮ଟି ଦିନିକିଆ ଖେଳି ୧୪୦୯ ରନ ସଂଗ୍ରହ କରିଥିଲେ। ଓଡ଼ିଆଇ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଥିବାରୁ ରୋହିତ ଖୁସି ଜାହିର କରିଛନ୍ତି। ନାଗପୁରରେ ବାଂଲାଦେଶ ବିପକ୍ଷ ଟି୨୦ ମ୍ୟାଚ୍‌ରେ ୭ ରନ ବ୍ୟୟ କରି ଚହର ୬ ଉଇକେଟ ଅକ୍ତିଆର କରିବା ସହ ଟି୨୦ ପରଫର୍ମାନ୍ସ ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ଏଥିରେ ସେ ହ୍ୟାଟ୍ରିକ ଉଇକେଟ ମଧ୍ୟ ହାସଲ କରିଥିଲେ। କୁମିନ୍ସ ୧୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୫୯ ଉଇକେଟ ନେବା ସହ ପୁରସ୍କୃତ ହୋଇଛନ୍ତି। ସେହିପରି ଗତବର୍ଷ ଓ ଖାସ୍‌ କରି ବିଶ୍ୱକପ୍‌ରେ ଷ୍ଟୋକ୍ସଙ୍କ ପ୍ରଦର୍ଶନ ଐତିହାସିକ ଥିଲା ଓ ଏଥିପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ଲାବୁସେନ ୧୧ ଟେଷ୍ଟ ଖେଳି ୧,୧୦୪ ରନ ସଂଗ୍ରହ କରି ଜବରଦସ୍ତ ଫର୍ମର ନମୁନା ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ଅମ୍ପାୟର ରିଚାର୍ଡ ଇଲିଙ୍ଗ୍‌ଓ୍ବର୍ଥ ସପ୍ତମ ବ୍ୟକ୍ତି ଭାବେ ଡେଭିଡ ଶେଫର୍ଡ ଟ୍ରଫି ଫର ଅମ୍ପାୟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ଗତବର୍ଷ ତାଙ୍କ ଅମ୍ପାୟରିଂ ନିରପେକ୍ଷ ଓ ଦୃଷ୍ଟାନ୍ତମୂଳକ ଥିଲା।
ଆଇସିସି ପୁରୁଷ କ୍ରିକେଟ ପୁରସ୍କାର:
ବେଷ୍ଟ କ୍ରିକେଟର ଅଫ୍‌ ଦି ଇୟର- ବେନ୍‌ ଷ୍ଟୋକ୍ସ (ଇଂଲଣ୍ଡ)
ଟେଷ୍ଟ କ୍ରିକେଟର ଅଫ୍‌ ଦି ଇୟର- ପ୍ୟାଟ୍‌ କୁମିନ୍ସ (ଅଷ୍ଟ୍ରେଲିଆ)
ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର- ରୋହିତ ଶର୍ମା (ଭାରତ)
ଟି୨୦ ଫରଫର୍ମାନ୍ସ ଅଫ୍‌ ଦି ଇୟର- ଦୀପକ ଚହର( ବାଂଲାଦେଶ ବିପକ୍ଷରେ ୬ ଉଇକେଟ /୭ ରନ୍‌)
ଇମର୍ଜିଂ କ୍ରିକେଟର ଅଫ୍‌ ଦି ଇୟର- ମାର୍ନସ ଲାବୁସେନ (ଅଷ୍ଟ୍ରେଲିଆ)
ଆସୋସିଏଟ୍‌ କ୍ରିକେଟର ଅଫ୍‌ ଦି ଇୟର- କାଏଲ କୋଏଜର (ସ୍କଟ୍‌ଲାଣ୍ଡ)
ସ୍ପିରିଟ ଅଫ୍‌ ଦି କ୍ରିକେଟ ଆଓ୍ବାର୍ଡ- ବିରାଟ କୋହଲି
ଅମ୍ପାୟର ଅଫ୍‌ ଦି ଇୟର- ରିଚାର୍ଡ ଇଲିଂଙ୍ଗଓ୍ବର୍ଥ


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?