Posted inଖେଳ

ରୋହିତଙ୍କୁ ଦିନିକିଆ କ୍ରିକେଟର ପୁରସ୍କାର; କୋହଲିଙ୍କୁ ‘ସ୍ପିରିଟ୍‌ ଅଫ୍‌ ଦି କ୍ରିକେଟ’ ସମ୍ମାନ

ଦୁବାଇ,୧୬।୧(ପି.ଟି.)- ଭାରତୀୟ ତାରକା ଓପନର ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ‘୨୦୧୯ ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର’ ବିବେଚିତ ହୋଇଛନ୍ତି। ଗତବର୍ଷ ଦମ୍‌ଦାର ପ୍ରଦର୍ଶନ କରି ସେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟପଟେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ବର୍ଷର ଶ୍ରେଷ୍ଠ କ୍ରିକେଟର ବିବେଚିତ ହୋଇଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ‘ସ୍ପିରିଟ ଅଫ୍‌ ଦି କ୍ରିକେଟ’ ପୁରସ୍କାର ଲାଭ କରିଛନ୍ତି। ଇଂଲଣ୍ଡର ଓଭାଲରେ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ପ୍ରଶଂସକମାନେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ବଲ ଟ୍ୟାମ୍ପରିଂ ମାମଲା ପାଇଁ ସମାଲୋଚନା କରି ଗାଳି ଦେଉଥିବା ବେଳେ କୋହଲି ସେମାନଙ୍କୁ ଏଥିରୁ ବିରତ କରାଇଥି ଓ ଏଥିପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ବଲ ଟ୍ୟାମ୍ପରିଂ ମାମଲାରେ ବାସନ୍ଦ ହୋଇ ସ୍ମିଥ୍‌ କ୍ରକେଟକୁ ପ୍ରତ୍ୟାବର୍ତ୍ତନ କରି ବିଶ୍ୱକପ୍‌ ଖେଳିଥିଲେ।
ବିଶ୍ୱକପ୍‌ ବିଜୟୀ ଇଂଲଣ୍ଡ ଦଳର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ସବୁଠାରୁ ବଡ଼ ପୁରସ୍କାର ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ସେହିପରି ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ଟେଷ୍ଟ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ଭାରତୀୟ ଯୁବ ଦ୍ରୁତ ବୋଲର ଦୀପକ ଚହର ଟି୨୦ ଅନ୍ତର୍ଜାତୀୟ ପରଫର୍ମାନ୍ସ ଅଫ୍‌ ଦି ଇୟର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅଷ୍ଟ୍ରେଲିଆ ମାର୍ନସ ଲାବୁସେନ ଇମର୍ଜିଂ କ୍ରିକେଟର ଅଫ୍‌ ଦି ଇୟର, ସ୍କଟଲାଣ୍ଡର କାଏଲ କୋଏଜସର ଆସୋସିଏଟ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି।
ରୋହିତ ବିଶ୍ୱକପରେ ୯ଟି ମ୍ୟାଚ୍‌ ଖେଳି ୫ଟି ଶତକ, ଗୋଟିଏ ଅର୍ଦ୍ଧଶତକ ସହ ୮୧.୦୦ ରନ ହାରରେ ୬୪୮ ରନ ସଂଗ୍ରହ କରିଥିଲେ। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଗୋଟିଏ ବିଶ୍ୱକପ୍‌ରେ ୫ଟି ଶତକ ଅର୍ଜନ କରି ରେକର୍ଡ କରିଥିଲେ। ସେ ଗତବର୍ଷ ୨୮ଟି ଦିନିକିଆ ଖେଳି ୧୪୦୯ ରନ ସଂଗ୍ରହ କରିଥିଲେ। ଓଡ଼ିଆଇ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଥିବାରୁ ରୋହିତ ଖୁସି ଜାହିର କରିଛନ୍ତି। ନାଗପୁରରେ ବାଂଲାଦେଶ ବିପକ୍ଷ ଟି୨୦ ମ୍ୟାଚ୍‌ରେ ୭ ରନ ବ୍ୟୟ କରି ଚହର ୬ ଉଇକେଟ ଅକ୍ତିଆର କରିବା ସହ ଟି୨୦ ପରଫର୍ମାନ୍ସ ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ଏଥିରେ ସେ ହ୍ୟାଟ୍ରିକ ଉଇକେଟ ମଧ୍ୟ ହାସଲ କରିଥିଲେ। କୁମିନ୍ସ ୧୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୫୯ ଉଇକେଟ ନେବା ସହ ପୁରସ୍କୃତ ହୋଇଛନ୍ତି। ସେହିପରି ଗତବର୍ଷ ଓ ଖାସ୍‌ କରି ବିଶ୍ୱକପ୍‌ରେ ଷ୍ଟୋକ୍ସଙ୍କ ପ୍ରଦର୍ଶନ ଐତିହାସିକ ଥିଲା ଓ ଏଥିପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ଲାବୁସେନ ୧୧ ଟେଷ୍ଟ ଖେଳି ୧,୧୦୪ ରନ ସଂଗ୍ରହ କରି ଜବରଦସ୍ତ ଫର୍ମର ନମୁନା ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ଅମ୍ପାୟର ରିଚାର୍ଡ ଇଲିଙ୍ଗ୍‌ଓ୍ବର୍ଥ ସପ୍ତମ ବ୍ୟକ୍ତି ଭାବେ ଡେଭିଡ ଶେଫର୍ଡ ଟ୍ରଫି ଫର ଅମ୍ପାୟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ଗତବର୍ଷ ତାଙ୍କ ଅମ୍ପାୟରିଂ ନିରପେକ୍ଷ ଓ ଦୃଷ୍ଟାନ୍ତମୂଳକ ଥିଲା।
ଆଇସିସି ପୁରୁଷ କ୍ରିକେଟ ପୁରସ୍କାର:
ବେଷ୍ଟ କ୍ରିକେଟର ଅଫ୍‌ ଦି ଇୟର- ବେନ୍‌ ଷ୍ଟୋକ୍ସ (ଇଂଲଣ୍ଡ)
ଟେଷ୍ଟ କ୍ରିକେଟର ଅଫ୍‌ ଦି ଇୟର- ପ୍ୟାଟ୍‌ କୁମିନ୍ସ (ଅଷ୍ଟ୍ରେଲିଆ)
ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର- ରୋହିତ ଶର୍ମା (ଭାରତ)
ଟି୨୦ ଫରଫର୍ମାନ୍ସ ଅଫ୍‌ ଦି ଇୟର- ଦୀପକ ଚହର( ବାଂଲାଦେଶ ବିପକ୍ଷରେ ୬ ଉଇକେଟ /୭ ରନ୍‌)
ଇମର୍ଜିଂ କ୍ରିକେଟର ଅଫ୍‌ ଦି ଇୟର- ମାର୍ନସ ଲାବୁସେନ (ଅଷ୍ଟ୍ରେଲିଆ)
ଆସୋସିଏଟ୍‌ କ୍ରିକେଟର ଅଫ୍‌ ଦି ଇୟର- କାଏଲ କୋଏଜର (ସ୍କଟ୍‌ଲାଣ୍ଡ)
ସ୍ପିରିଟ ଅଫ୍‌ ଦି କ୍ରିକେଟ ଆଓ୍ବାର୍ଡ- ବିରାଟ କୋହଲି
ଅମ୍ପାୟର ଅଫ୍‌ ଦି ଇୟର- ରିଚାର୍ଡ ଇଲିଂଙ୍ଗଓ୍ବର୍ଥ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପସନ୍ଦ ବ୍ୟାଟ୍ସମ୍ୟାନଙ୍କ ନାମ କହିଲେ ୱିଲିୟମସନ

ଓ୍ବେଲିଂଟନ, ୨୮ା୪: ‘କ୍ରିକେଟିଂ ବ୍ରେନ୍‌’ ପାଇଁ ବିଶ୍ୱ କ୍ରିକେଟରେ ପରିଚିତ ଲାଭ କରିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ନିଜେ ଜଣେ ମ୍ୟାଚ ବିଜେତା। ସେ...

ସ୍ନାଇଡରଙ୍କ ସହ ଲଢ଼ିବେ ବିଜେନ୍ଦର

ନ୍ୟୁଆର୍କ, ୧୩ା୭ (ପି.ଟି.)-ଏକ ବର୍ଷ ପରେ ପ୍ରଫେଶନାଲ ବକ୍ସିଂକୁ ଫେରିବେ ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ। ଶନିବାର ସେ ଏଠାରେ ଆମେରିକାର ମାଇକ୍‌ ସ୍ନାଇଡରଙ୍କ...

ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଅନୁଗୋଳ ଅଫିସ, ୨୬ା୧୨ : ଅନୁଗୋଳ ଜିଲା କ୍ରିକେଟ ସଂଘର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ସର୍ବଭାରତୀୟ ଅନୁଗୋଳ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ...

ବିସିସିଆଇ ରୋଜଗାର ଉପରେ ଲାଗିବନି ଆୟକର…

ନୂଆଦିଲ୍ଲୀ,୧୪।୧୧: ବିଶ୍ୱ କ୍ରିକେଟରେ ବିସିସିଆଇ ହେଉଛି ସବୁଠାରୁ ଧନୀ କ୍ରିକେଟ ବୋର୍ଡ । ବିସିସିଆଇ ଆଇସିସିକୁ ମଧ୍ୟ ସର୍ବାଧିକ ଟଙ୍କା ଦେଇଥାଏ। ଯେବେଠାରୁ ଆଇପିଏଲ ଆରମ୍ଭ...

ବିରାଟଙ୍କ ପାଇଁ ଘର ତିଆରି ଖାଇବା ନେଇ ପହଞ୍ଚିଲେ ଶ୍ରେୟାଶ

କରୋନା ଭାଇରସ ପାଇଁ ଏବେ ଚାରିଆଡେ ଲକ୍‌ଡାଉନ୍‌ ଜାରି ରହିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର, ଖେଳାଳୀମାନେ ନିଜ ଘରେ ରହି ପରିବାର...

୧୨୭ ବର୍ଷ ପରେ ପୁଣି କ୍ରିକେଟ୍‌ରେ ଘଟିଲା ଏମିତି

ବ୍ରିସବେନ୍‌,୮।୧୨: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟ ୨୦୨୧-୨୨ ବ୍ରିସବେନର ଗାବାଠାରେ ଖେଳାଯାଉଛି । ଗାବାରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ...

ନ୍ୟୁଜିଲାଣ୍ଡକୁ ସର୍ବନିମ୍ନ ସ୍କୋରରେ ରୋକିଲା ଭାରତ

ମୁମ୍ବାଇ,୪।୧୨: ଚଳିତ ମୁମ୍ବାଇ ଟେଷ୍ଟରେ ବାମହାତୀ ସ୍ପିନର ଏଜାଜ ପଟେଲ ପ୍ରଥମ ଇନିଂସରେ ୧୦ ଉଇକେଟ ନେଇ ଭାରତକୁ ୩୨୫ ରନ୍‌ରେ ଅଲଆଉଟ୍‌ କରି ଦେଇଥିଲେ।...

ଚେଲସି ଏଫ୍‌ସି ଭାରତ ଆମ୍ବାସାଡର ଅର୍ଜୁନ କପୁର

ନୂଆଦିଲ୍ଲୀ,୨୦।୧୦- ବଲିଉଡ ଷ୍ଟାର ଅଜୁର୍ନ କପୁରଙ୍କୁ ଇଂଲିଶ ପ୍ରିମିୟର ଲିଗ୍‌ କ୍ଲବ ଚେଲସି ଏଫ୍‌ସି ଦଳର ଭାରତ ପାଇଁ ଆମ୍ବାସାଡର ନିଯୁକ୍ତ କରାଯାଇଛି। ଏ ନେଇ...

Advertisement
Archives

Model This Week