Posted inଖେଳ

ରୋମାଞ୍ଚକ ହେବ ବକ୍ସିଂ ଡେ ଟେଷ୍ଟ: ସିରିଜ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଦୀର୍ଘ ୩୦ ବର୍ଷ ପରେ ନ୍ୟୁଜିଲାଣ୍ଡ ବକ୍ସିଂ ଡେ ଟେଷ୍ଟ ଖେଳିବାକୁ ଯାଉଛି। ତାରକା ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ଦମ୍‌ଦାର ପ୍ରଦର୍ଶନ ସହାୟତାରେ ନ୍ୟୁଜିଲାଣ୍ଡ ବିଜୟୀ ହେବା ଲକ୍ଷ୍ୟରେ ରହିଛି।
ସାଇଡ୍‌ ଷ୍ଟ୍ରେନ୍‌ ଜନିତ ଆଘାତ ସମସ୍ୟା କାରଣରୁ ବୋଲ୍ଟ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିପାରି ନ ଥିଲେ। ଏଥିରେ ନ୍ୟୁଜିଲାଣ୍ଡ ବୃହତ୍‌ ୨୯୬ ରନରେ ପରାସ୍ତ ହୋଇଥିଲା। ବୋଲ୍ଟ ନେଟ୍ସରେ ବେଶ୍‌ ଝାଳ ବୁହାଇଛନ୍ତି ଓ ସେ ଦ୍ୱିତୀୟ ଟେଷ୍ଟ ଖେଳିବେ ବୋଲି ଆଶା କରାଯାଉଛି। ପାଖାପାଖି ଏକ ଲକ୍ଷ ଦର୍ଶକଙ୍କ ଉପସ୍ଥିତିରେ ଏହି ମ୍ୟାଚ୍‌ ବେଶ୍‌ ରୋମଞ୍ଚକ ହେବ ବୋଲି ଆଶା କରାଯାଉଛି। ବହୁ ସଂଖ୍ୟାରେ ନ୍ୟୁଜିଲାଣ୍ଡ ଦର୍ଶକ ମଧ୍ୟ ଉପସ୍ଥିତ ରହି ନିଜ ଦଳକୁ ଉତ୍ସାହିତ କରିବେ। ନ୍ୟୁଜିଲାଣ୍ଡ ଦର୍ଶକଙ୍କ ପାଇଁ ଅକଲାଣ୍ଡ ଓ ମେଲବୋର୍ନ ମଧ୍ୟରେ ଅତିରକ୍ତି ବିମାନ ଉଡାଣ ବ୍ୟବସ୍ଥା କରାଯାଇଛି।
ଶେଷଥର ପାଇଁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୧୯୮୭ରେ ବକ୍ସିଂ ଡେ ଟେଷ୍ଟରେ ପରସ୍ପରକୁ ଭେଟିଥିଲେ। ସେତେବେଳର ତାରକା ବୋଲର ରିଚାର୍ଡ ହାର୍ଡଲି ଦମ୍‌ଦାର ପ୍ରଦର୍ଶନ କରି ଏହି ମ୍ୟାଚ୍‌କୁ ଡ୍ର ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏମ୍‌ସିଜିର ଉଇକେଟ କିଭଳି ରଙ୍ଗ ଦେଖାଇବ ଅବଶ୍ୟ ତାହା ଅଜଣା ରହିଛି। ଏକ ନୂଆ ପିଚ୍‌ ପ୍ରସ୍ତୁତ କରିବା ପାଇଁ ଗ୍ରାଉଣ୍ଡ କ୍ୟୁରେଟର ମ୍ୟାଟ୍‌ ପେଜ ପ୍ରୟାସ ଜାରି ରଖିଛନ୍ତି। ପର୍ଥ ଟେଷ୍ଟରେ ଆହତ ହୋଇଥିବା ଜୋସ ହାଜେଲଉଡଙ୍କ ବଦଳରେ ଜେମ୍ସ ପାଟିନସନ ଖେଳିବେ। ସେହିପରି ପ୍ୟାଟ କୁମିନ୍ସ ଓ ମିଚେଲ ଷ୍ଟାର୍କ ମଧ୍ୟ କମାଲ କରିବେ ବୋଲି ଆଶା କରାଯାଉଛି। ଅଭିଜ୍ଞ ସ୍ପିନର ନାଥନ ଲିୟନ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବେ। ଜବରଦସ୍ତ ଫର୍ମରେ ଥିବା ୩ ନମ୍ବର ବ୍ୟାଟ୍ସମ୍ୟାନ ୨୫ ବର୍ଷୀୟ ମାର୍ନସ ଲାବୁସେନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସେ କ୍ରମାଗତ ୩ଟି ଶତକ ଅର୍ଜନ କରିବା ସହ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ ହାତଛଡ଼ା କରିଥିବାରୁ ନ୍ୟୁଜିଲାଣ୍ଡ ସିରିଜକୁ ଫେରିବା ପାଇଁ ଏହି ମ୍ୟାଚ୍‌ରେ ଜିତିବା ଜରୁରୀ ହୋଇ ପଡିଛି। ଅନ୍ୟପଟେ ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ଖ୍ରୀଷ୍ଟମାସ ନୂଆ ଭେଟି ଦେବା ଲକ୍ଷ୍ୟରେ ରହିଛି। ବକ୍ସିଂ ଡେ ରେ ଏହି ଟେଷ୍ଟ ଆରମ୍ଭ ହେଉଥିବାରୁ ଓ ଏବେ ଛୁଟି ଚାଲିଥିବାରୁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ପରିଲକ୍ଷିତ ହେବ। ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଅଷ୍ଟ୍ରେଲିଆ ଦଳ: ଡେଭିଡ ଓ୍ବାର୍ନର, ଜୋ ବନର୍‌ସ, ମର୍ନସ ଲାବୁସେନ, ଷ୍ଟିଭ ସ୍ମିଥ୍‌, ମାଥ୍ୟୁ ଓ୍ବେଡ, ଟ୍ରାଭିସ ହେଡ, ଟିମ୍‌ ପେନ (ଅଧିନାୟକ), ପ୍ୟାଟ୍‌ କୁମିନ୍ସ, ମିଚେଲ ଷ୍ଟାର୍କ, ନାଥନ ଲିୟନ, ଜେମ୍ସ ପାଟିନସନ, ମିଚେଲ ନେସେର ଓ ପିଟର ସିଡଲ।
ନ୍ୟୁଜିଲାଣ୍ଡ ଦଳ: ଟୋଡ୍ଡ ଆସଲେ, ଟମ୍‌ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, କଲିନ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, ମ୍ୟାନ ହେନେରୀ, ଟମ୍‌ ଲାଥମ, ହେନେରୀ ନିକୋଲ୍ସ, ଜିତ୍‌ ରାଭାଲ, ମିଚେଲ ସାଣ୍ଟନର, ଟିମ୍‌ ସୌଦି, ରସ୍‌ ଟେଲର, ବିଜେ ଓ୍ବାଟଲିଂ, ନେଲ ଓ୍ବାଗନର ଓ କେନ୍‌ ଓ୍ବିଲିୟମସନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଣ୍ଡିତଙ୍କ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲା କ୍ରିକେଟ କମିଟି

ଇନ୍ଦୋର,୩୦।୭(ପି.ଟି.): ପୂର୍ବତନ ଭାରତୀୟ ଉଇକେଟ କିପର ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ମଧ୍ୟ ପ୍ରଦେଶ ଦଳର କୋଚ୍‌ ନିଯୁକ୍ତି କରାଯିବା ଉପରେ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ)...

୧୧ବର୍ଷ ପରେ ପାକିସ୍ତାନ ଦଳକୁ ଫେରିଲେ ଆଲାମ

କରାଚୀ, ୨୯ା୭ (ପି.ଟି.)-ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲାମ ୧୧ ବର୍ଷ ବ୍ୟବଧାନରେ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷ ଆସନ୍ତା ଟେଷ୍ଟ ସିରିଜ ପାଇଁ ପାକିସ୍ତାନର...

ବାରବାଟୀ ଦିନିକିଆ: ମୁଖ୍ୟମନ୍ତ୍ରୀ କିଣିଲେ ଗ୍ୟାଲେରି ନଂ-୧ ଟିକେଟ୍‌

କଟକ ଅଫିସ,୧୧।୧୨- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଅଫଲାଇନ୍‌ ଟିକେଟ୍‌...

ସଚିନ ତେନ୍ଦୁଲକରଙ୍କ ଟ୍ରାଉଜର୍‌ ପିନ୍ଧିଥିଲେ ଏହି ମହାନ୍‌ ଖେଳାଳି

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ହେମାଙ୍ଗ ବଦାନି ଭାରତୀୟ ଦଳର ସଦସ୍ୟ ଥିବା ସମୟର ଏକ କୌତୁହଳ ବିଷୟ ଉପରୁ ପର୍ଦ୍ଦାଫାଶ କରିଛନ୍ତି। ଯେ କହିଛନ୍ତି ଯେ...

ଜର୍ସି ଯୋଗୁ ଭାରତ ହାରିଲା: ମେହବୁବା ମୁଫତି

ଶ୍ରୀନଗର, ୧।୭:ଆଇସିସି ବିଶ୍ୱକପରେ ଭାରତର ବିଜୟ ରଥକୁ ରୋକିବାରେ ସମର୍ଥ ହୋଇଛି ଆୟୋଜକ ଇଂଲଣ୍ଡ। ରବିବାର ବର୍ମିଂହାମରେ ଖେଳାଯାଇଥିବା ଏକ ମ୍ୟାଚ୍‌ ଭାରତକୁ ୩୧ରନରେ ପରାସ୍ତ...

ଏଟିକେକୁ ହରାଇଲା ମୁମ୍ବାଇ

ଫତୋର୍ଦା, ୧୨।୧: ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ସୋମବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୧-୦ ଗୋଲରେ ଏଟିକେ ମୋହନବାଗାନକୁ ପରାସ୍ତ...

ସେଲ୍‌ଫି ନେବାପରେ ଜଣାପଡ଼ିଲା କ୍ରିକେଟର୍‌ଙ୍କୁ ହୋଇଛି କରୋନା

ନୂଆଦିଲ୍ଲୀ, ୨୯।୭: ପସନ୍ଦର ସେଲିବ୍ରିଟିଙ୍କୁ ଜୀବନରେ ଥରେ ହେଉନା କାହିଁକି ଭେଟିବାକୁ ସବୁ ପ୍ରଶଂସକଙ୍କ ସ୍ବପ୍ନ ଥାଏ। ଏପରିକି କେତେଜଣ ଭାଗ୍ୟଶାଳୀ ବ୍ୟକ୍ତି ଥାଆନ୍ତି ଯିଏକି...

ବାପା ଧୋନୀଙ୍କୁ ଏମିତି ଉପହାର ଦେଇ ଭାବୁକ କରିଦେଲେ ଜିଭା

ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନରେ ତାଙ୍କ ଦେଶ ବିଦେଶର କୋଟି କୋଟି ଫ୍ୟାନ୍‌, ସାଥୀ ଖେଳାଳିମାନେ ଶୁଭେଚ୍ଛା ଜଣାଇଛନ୍ତି। ୩୯ ତମ ଜନ୍ମଦିନରେ ଧୋନୀଙ୍କୁ ଏକ...

Advertisement

BGU

Archives

Model This Week

Why Dharitri