Posted inଖେଳ

ରୋମାଞ୍ଚକ ସ୍ଥିତିରେ ଲଡର୍‌ସ ଟେଷ୍ଟ

ଲଣ୍ଡନ, ୨୫ା୭ (ଏଏଫ୍‌ପି)-ଲଡର୍‌ସଠାରେ ଚାଲିଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ଜ୍ୟାକ୍‌ ଲିଚ୍‌ ଏବଂ ଜାସନ ରୟ ସେମାନଙ୍କର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଭୟେ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୧୪୫ରନ ଯୋଗ କରିବା ଦ୍ୱାରା ଇଂଲଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଛି। ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୯ ଉଇକେଟ ବିନିମୟରେ ୩୦୩ ରନ କରିଛି। ଫଳରେ ଘରୋଇ ଦଳ ଏପର୍ଯ୍ୟନ୍ତ ମୋଟ ଉପରେ ୧୮୧ ରନ୍‌ର ଅଗ୍ରଣୀ ଲାଭ କରିସାରିଛି। ଷ୍ଟୁଆର୍ଟ ବ୍ରଡ୍‌ ୨୧ ଏବଂ ଓଲି ଷ୍ଟୋନ୍‌ ବିନା କୌଣସି ରନରେ ଅପରାଜିତ ରହିଛନ୍ତି।
ପ୍ରଥମ ଇନିଂସରେ ୧୧୨ରନ ପଛୁଆ ରହିଥିବା ଇଂଲଣ୍ଡ ଏହାର ଦ୍ୱିତୀୟ ଇନିଂସ ଖେଳିବାକୁ ଯାଇ ୨୬ରନରେ ପ୍ରଥମ ଉଇକେଟ ହରାଇଥିଲା। ରୋରି ବର୍ନସ ମାତ୍ର ୬ ରନ କରି ବଏଡ୍‌ ରାନକିନଙ୍କ ବଲ୍‌ରେ ଉଇକେଟକିପର ଗ୍ୟାରି ଓ୍ବିଲସନଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ପରେ ଲିଚ୍‌ଙ୍କ ସହିତ ଜାସନ ରୟ ବ୍ୟାଟିଂରେ ଯୋଗ ଦେଇଥିଲେ। ଟିମ୍‌ ମୁର୍ଟାଗଙ୍କ ବଲ୍‌ରେ ମାର୍କ ଆଡେରଙ୍କ ଦ୍ୱାରା କ୍ୟାଚଆଉଟ ହେବା ପୂର୍ବରୁ ଲିଚ୍‌ ୧୬୨ ବଲ୍‌ର ସାମ୍ନା କରି ୧୬ ଚୌକା ସହ ୯୨ ରନ କରିଥିଲେ। ରୟ ୭୮ବଲ୍‌ରୁ ୭୨ରନ କରିଥିବାବେଳେ ୧୦ ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ସେ ଷ୍ଟୁଆର୍ଟ ଥମ୍ପସନଙ୍କ ଦ୍ୱାରା କ୍ୟାଚ ଓ ବୋଲ୍ଡ ହୋଇଯାଇଥିଲେ। ଆୟର୍ଲାଣ୍ଡ ପକ୍ଷରୁ ସଫଳ ବୋଲର ମାର୍କ ଆଡେର ୩ଟି ଉଇକେଟ ଅକ୍ତିଆର କରିଥିବାବେଳେ ବଏଡ୍‌ ରାନକିନ୍‌ ଏବଂ ଷ୍ଟୁଆର୍ଟ ଥମ୍ପସନ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଛନ୍ତି। ବୁଧବାର ପ୍ରଥମ ଦିବସ ଖେଳରେ ଇଂଲଣ୍ଡ ୮୫ରନରେ ଅଲଆଉଟ ହୋଯାଇଥିଲା। ଜବାବରେ ଆୟର୍ଲାଣ୍ଡ ସମସ୍ତ ଉଇକେଟ ହରାଇ ୨୦୭ରନ କରିଥିଲା।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୮୫/ଅଲଆଉଟ
ଆୟର୍ଲାଣ୍ଡ ପ୍ରଥମ ଇନିଂସ: ୨୦୭/ଅଲଆଉଟ
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୦୩/୯ (ଜ୍ୟାକ୍‌ ଲିଚ୍‌-୯୨, ଜାସନ ରୟ-୭୨, ସାମ୍‌ କୁରାନ-୩୭, ଜୋ ରୁଟ୍‌-୩୧, ମାର୍କ ଆଡେର୍‌-୩/୬୬,ଷ୍ଟୁଆର୍ଟ ଥମ୍ପସନ-୨/୪୪, ବଏଡ୍‌ ରାନ୍‌କିନ୍‌-୨/୮୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଟେଷ୍ଟରେ ଖେଳିବେନି ଓ୍ବିଲିୟମସନ

ଓ୍ବେଲିଂଟନ, ୧୧ା୧୨ (ଏପି)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳିବେ ନାହିଁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ। ତାଙ୍କ ସ୍ତ୍ରୀ ପ୍ରଥମ ସନ୍ତାନ ଜନ୍ମ...

ରାବାଡ଼ା କ୍ଷଣକୋପୀ ନୁହନ୍ତି

କୋଲକାତା, ୭ା୬ (ପି.ଟି.)- ଖେଳ ପଡ଼ିଆରେ ଆକ୍ରମଣାତ୍ମକ ଆଚରଣ ଯୋଗୁ ଅନେକ ଥର ଅଡୁଆରେ ପଡ଼ିଛନ୍ତି ଦକ୍ଷିଣଆଫ୍ରିକା ସ୍ପିଡ୍‌ଷ୍ଟର କାଭିସୋ ରାବାଡ଼ା। ଏଥିପାଇଁ ଅନେକେ ତାଙ୍କୁ...

ଶୋଇକି ଉଠିଲା ବେଳକୁ ବେଶୀ ଯନ୍ତ୍ରଣା ଦେଉଛି ବିଶ୍ୱକପ୍‌ ପରାଜୟ:କୋହଲି

ନୂଆଦିଲ୍ଲୀ, ୨୫।୭: ଆଇସିସି ବିଶ୍ୱକପ୍‌ ସରିବାର ପାଖାପାଖି ମାସେ ହୋଇଯାଇଥିଲେ ମଧ୍ୟ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ଦର୍ଶକଙ୍କ ମନରୁ ଲିଭିନାହିଁ। କେବଳ ଦର୍ଶକ ନୁହଁନ୍ତି,...

୪୧ ବର୍ଷ ପରେ କ୍ୱାର୍ଟରରେ ଭାରତୀୟ ମହିଳା ହକି ଦଳ

ଟୋକିଓ,୧ା୮: ଭାରତୀୟ ମହିଳା ହକି ଦଳ ଇତିହାସ ରଚିଛି। ମହିଳା ଦଳ ଦୀର୍ଘ ୪୧ ବର୍ଷ ପରେ ପ୍ରଥମଥର ପାଇଁ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ...

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଏହି ମହାନ କ୍ରିକେଟର୍‌

ଅକଲାଣ୍ଡ,୩୦।୧୨: ନ୍ୟୁଜିଲାଣ୍ଡର ମହାନ ଖେଳାଳି ରସ ଟେଲର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଘରୋଇ ଗ୍ରୀଷ୍ମ ପରେ ସେ ଅନ୍ତର୍ଜାତୀୟ କ୍ରିକେଟ ସହିତ...

କୋକୋ ଗଫ୍‌ ସେମିଫାଇନାଲରେ

ଆଡିଲେଡ୍‌, ୨୬ା୨ (ଏପି)-କୋକୋ ଗଫ୍‌ ଓ ଜିଲ୍‌ ଟିଚ୍‌ମ୍ୟାନ ଗୁରୁବାର ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟେନିସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୬ ବର୍ଷୀୟା ଗଫ୍‌ ୨-୬,...

‘ମୁଁ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଦେବି’

ମୁମ୍ବାଇ,୧୬।୫: ରାଜସ୍ଥାନ ରୟାଲ୍ସର ଲେଗ-ସ୍ପିନର ୟୁଜଭେନ୍ଦ୍ର ଚହଲ ସବୁବେଳେ ପ୍ରଶଂସକଙ୍କ ମନୋରଞ୍ଜନ କରନ୍ତି । ନିକଟରେ ସେ ଏପରି ଏକ ଥଟ୍ଟା ସହିତ ସମସ୍ତଙ୍କ ଦୃଷ୍ଟି...

ଚତୁର୍ଥ ପିଢିର ପ୍ରଥମ କ୍ରିକେଟର ଭାବେ ଇତିହାସ ରଚିଲେ ମାଇକେଲ

ଅକ୍‌ଲାଣ୍ଡ,୩୦।୧୦:ନ୍ୟୁଜିଲାଣ୍ଡର ଘରୋଇ କ୍ରିକେଟ ଟୁର୍ନାମେଣ୍ଟରେ ଓ୍ବେଲିଂଣ୍ଟନ ଫାୟାରବାର୍ଡସ ଏବଂ କେଣ୍ଟରବରି ମଧ୍ୟରେ ମଙ୍ଗଳବାର ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚରେ ଓ୍ବେଲିଂଣ୍ଟନ ଟିମ୍‌ ଏକାଦଶରେ ସାମିଲ ହୋଇଥିଲେ...

Advertisement
Archives

Model This Week