ରୋଡ୍‌ରୋମିଓଙ୍କୁ ଧରିବେ ମହିଳା ଏସ୍‌ପିଓ

ଭୁବନେଶ୍ୱର,୩ା୧(ବ୍ୟୁରୋ): ମହିଳାଙ୍କ ସୁରକ୍ଷା ଓ ସଶକ୍ତୀକରଣ ଦିଗରେ ବଡ଼ ପଦକ୍ଷେପ ନେଇଛି କମିଶନରେଟ ପୋଲିସ। ଗୁରୁବାର ଦ୍ୱାଦଶ ପ୍ରତିଷ୍ଠା ଦିବସରେ ଗଠନ ହୋଇଛି ସ୍ବତନ୍ତ୍ର ପୋଲିସ ଅଫିସର (ଏସ୍‌ପିଓ) ଟିମ୍‌। କମିଶନରେଟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଉତ୍ସବରେ ୨୪୬ଜଣ ଯୁବତୀ ଓ ମହିଳାଙ୍କୁ ଏସ୍‌ପିଓ ଭାବେ ନିଯୁକ୍ତିପତ୍ର ମିଳିଛି। ଏଥିସହ ସ୍ବତନ୍ତ୍ର ଜର୍ସିକୁ ଉଦ୍‌ଘାଟନ କରାଯାଇ ସେମାନଙ୍କୁ ପ୍ରଦାନ କରାଯାଇଛି।
ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଏସ୍‌ପିଓମାନେ ରାଜଧାନୀର ୩୦ ଶିକ୍ଷାନୁଷ୍ଠାନ ସମେତ ଘରୋଇ ସଂସ୍ଥା ଓ ଅନ୍ୟ କେତେକ ସ୍ଥାନରେ ୩ ମାସ ପାଇଁ ନିୟୋଜିତ ରହିବେ। ସଫଳତା ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏସ୍‌ପିଓମାନେ ପୋଲିସର ଆଖି-କାନ ଭଳି କାର୍ଯ୍ୟକରିବେ। କାହାକୁ ସୁରକ୍ଷା ଦରକାର, କେଉଁଠି ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି ଏସବୁ ଦିଗରେ କଡା ନଜର ରଖିବେ। ପୋଲିସକୁ ତୁରନ୍ତ ସବୁପ୍ରକାର ସୂଚନା ଦେବା ସହ ସହାୟତାର ହାତ ବଢାଇବେ। ବିଶେଷକରି ଛାତ୍ରୀ, ଯୁବତୀ ଓ ମହିଳାଙ୍କୁ ହଇରାଣ କରୁଥିବା ଅସାମାଜିକ ଯୁବକ ଓ ରୋଡ୍‌ ରୋମିଓଙ୍କୁ ଗିରଫ କରିବାର କ୍ଷମତା ସେମାନଙ୍କର ରହିଛି। ବାରମ୍ବାର ଛାତ୍ରୀ ବା କର୍ମଜୀବୀ ମହିଳାଙ୍କୁ କମେଣ୍ଟ କରୁଥିବା ବ୍ୟକ୍ତିଙ୍କୁ ରେଡ୍‌ କାର୍ଡ ଅନ୍ତର୍ଭୁକ୍ତ କରାଯାଇ ଆଇନ ଅନୁଯାୟୀ ତଡିପାର କରାଯିବ। ପ୍ରଥମେ ଉକ୍ତ ରୋଡ୍‌ ରୋମିଓଙ୍କୁ ରେଡ୍‌କାର୍ଡ ନୋଟିସ ଦିଆଯିବ। ସେମାନଙ୍କ ଅଭିଭାବକ ଓ ଓକିଲଙ୍କୁ ଏବାବଦରେ ଉତ୍ତର ରଖିବାକୁ ପଡିବ। ଉତ୍ତର ସନ୍ତାଷଜନକ ନ ହେଲେ ସ୍ବତନ୍ତ୍ର ଆଇନ ବଳରେ ଏକ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯିବ। ଖୁବ୍‌ଶୀଘ୍ର ଏସ୍‌ପିଓମାନଙ୍କୁ ପରିଚୟ ପତ୍ର ପ୍ରଦାନ, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ। ସମସ୍ତ ଏସପିଓଙ୍କୁ ନେଇ ଏକ ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ କରାଯିବ। ସେଥିରେ ସମସ୍ତ ଘଟଣାର ଠିକିନିଖି ଅପ୍‌ଡେଟ୍‌ କରାଯିବା ସହ ଏସ୍‌ପିଓମାନେ ପରସ୍ପର ଓ ପୋଲିସ ସହ ଯୋଗାଯୋଗରେ ରହିବେ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି।
ଟ୍ରାଫିକ ଡିସିପି ସାଗରିକା ନାଥ କହିଲେ, ଏହି ବ୍ୟବସ୍ଥା ଆଧାରରେ ଅଭିଯୁକ୍ତ ତୁରନ୍ତ ଦଣ୍ଡ ପାଇବା ସହ ପୀଡିତାଙ୍କୁ ନ୍ୟାୟ ମିଳିବ। ଫଳରେ ସହରରେ ଯୁବତୀ ଓ ମହିଳା ନିଜକୁ ସୁରକ୍ଷିତ ମଣିବା ସହ ସେମାନଙ୍କ ଉପରେ ହେଉଥିବା ନିର୍ଯାତନା ହ୍ରାସ ପାଇବ ବୋଲି ନାଥ କହିଛନ୍ତି। କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ସଞ୍ଜୟ ସିଂ ଏସ୍‌ପିଓମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇଥିଲେ। ଫିଲ୍ମ ଅଭିନେତ୍ରୀ ଅର୍ଚ୍ଚିତା ଓ ସବ୍ୟସାଚୀ ଅତିଥି ଭାବେ ଯୋଗଦେଇ ଏସ୍‌ପିଓମାନଙ୍କୁ ଉତ୍ସାହିତ କରିବା ସହ ନିର୍ଭୀକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri