ରୋଡ଼ ରୋମିଓଙ୍କୁ ଗଛରେ ବାନ୍ଧି ନିସ୍ତୁକ ଛେଚିଲେ ଗାଁଲୋକେ

ବାଲେଶ୍ୱର ଅଫିସ୍‌,୪।୮: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ପଞ୍ଚାୟତର ଗୋପ ଗାଁରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଉକ୍ତ ଗାଁର ଲୋକେ ଜଣେ ରୋଡ଼ ରୋମିଓଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ରାସ୍ତାରେ ଯାଉଥିବା କଲେଜ ଛାତ୍ରୀ ଓ ମହିଳାମାନଙ୍କୁ ଜଣେ ଯୁବକ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅଶୋଭନୀୟ ଆଚରଣ ଦେଖାଉଥିବା ଅଭିଯୋଗ ହୋଇଛି। ତେବେ ଏହାକୁ ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଗାଁଲୋକେ ଉକ୍ତ ଯୁବକଙ୍କୁ କାବୁ କରି ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏହାକୁ ନେଇ ଗାଁରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ତେବେ ସମ୍ପୃକ୍ତ ଯୁବକ ଜଣଙ୍କ ହେଲେ ପଞ୍ଚୁଘୁଣ୍ଟା ଗାଁର ସାହିଲ ଖାନ(୨୩)। ଏହା ପୂର୍ବରୁ ମଧ୍ୟ ସାହିଲ ବହୁଥର ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ହେଲାଣି ଗଛରେ ଉଡୁଛି ଜାତୀୟ ପତାକା

ନୀଳଗିରି, ୧୭।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏକ ପଣସ ଗଛରେ ଦୀର୍ଘ ୩ ମାସ ଧରି ଏକ ଜାତୀୟ ପତାକା...

ଗ୍ରାହକ ସାଜି ଲୁଟିନେଲେ ୧୦ ଲକ୍ଷର ଅଳଙ୍କାର

ସମ୍ବଲପୁର,୩୦।୧୨(ବ୍ୟୁରୋ)- ଦିନ ଦ୍ୱିପହରରେ ଜଣେ ଯୁବକ ଗ୍ରାହକ ସାଜି ଏକ ସୁନା ଦୋକାନରୁ ୨୦୦ ଗ୍ରାମ ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିବା ଜଣାପଡିଛି।...

୩୮ଜଣଙ୍କୁ ମିଳିଲା ପୋଲିସ ପଦକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ସ୍ଥାନୀୟ ଜୟଦେବ ଭବନରେ...

ପୁଞ୍ଜିନିବେଶକାରୀଙ୍କ ପାଇଁ ୮ ନୂଆ ନୀତି

ଭୁବନେଶ୍ୱର,୧।୧୨(ବ୍ୟୁରୋ): ବୁଧବାରଠାରୁ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଆରମ୍ଭ ହୋଇଛି। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବାକୁ ୮ଟି ନୂଆ...

୪ ଦିନ ପ୍ରବଳ ବର୍ଷିବ: ସତର୍କ ରହିବାକୁ ସମସ୍ତ ଜିଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଛି। ଏହା ପ୍ରଭାବରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା...

ଜୁଲାଇ ୩୧ ଯାଏ ମୋ’ ବସ୍‌ ସେବା ବନ୍ଦ

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ସାରା ରାଜ୍ୟରେ ଦିକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାତି ୯ଟାରୁ ଜୁଲାଇ ୩୧...

ସୁବର୍ଣ୍ଣରେଖା ବନ୍ୟା ପରେ ଖସୁଛି ଅତଡ଼ା

ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟା ପରେ ବିଭିନ୍ନ ସ୍ଥାନରେ ନଦୀକୂଳରେ ଅତଡା ଖସିବାରେ ଲାଗିଛି। ଫଳରେ ତଟକୂଳବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଆଗାମୀ ଦିନରେ ଏସବୁର...

ରାଜଧାନୀରେ ହାତୀଦାନ୍ତ ର଼୍ୟାକେଟ୍‌

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱରରେ ହାତୀଦାନ୍ତ ର଼୍ୟାକେଟ ଧରାପଡିଛି। ସୈନିକ ସ୍କୁଲ ଛକ ନିକଟରେ ଡିଲ୍‌ବେଳେ ମୈତ୍ରୀବିହାର ଥାନା ପୋଲିସ ରବିବାର ସାରେ ଚଢ଼ାଉ କରି ୨ ବନ୍ୟଜନ୍ତୁ...

Advertisement
Archives

Model This Week