Posted inଖେଳ

ରୋଜର୍ସ କପ୍‌: ସେମିରେ ହାରିଲେ ବୋପାନ୍ନା- ଶାପୋଭାଲୋଭ

ମଣ୍ଟ୍ରିଲ,୧୧।୮(ପି.ଟି.): ଏଠାରେ ଚାଲିଥିବା ଏଟିପି ମଣ୍ଟ୍ରିଲ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ଭାରତର ରୋହନ ବୋପାନ୍ନା ଓ ତାଙ୍କ କାନାଡା ପାର୍ଟନର ଡେନିସ ଶାପୋଭାଲୋଭ ପୁରୁଷ ଡବଲ୍ସ ଇଭେଣ୍ଟରେ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଅଣସିଡ୍‌ ଏହି ଯୋଡି ୬-୭, ୬-୭ ସେଟ୍‌ରେ ଡଚ୍‌ ଯୋଡି ରବିନ ହାସ ଓ ଓ୍ବେସଲି କୁଲହୋଫଙ୍କୁ ଠାରୁ ସେମିରେ ପରାସ୍ତ ହୋଇଥିଲେ। ଏହି ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏବେ ଫାଇନାଲ ମୁକାବିଲାରେ ହାସ୍‌ ଓ କୁଲହୋଫ ପ୍ରତିପକ୍ଷ ସ୍ପେନ୍‌- ଆର୍ଜେଣ୍ଟିନା ଯୋଡି ମାର୍ସେଲ ଗ୍ରାନୋଲେର୍ସ ଓ ହୋରାସିଓ ଜେବାଲୋସଙ୍କୁ ଟାଇଟଲ ପାଇଁ ଭେଟିବେ।
ବୋପାନ୍ନା ଓ ଶାପୋଭାଲୋଭ ପୂର୍ବରୁ ଫ୍ରାନ୍ସର ବେନୋଇଟ୍‌ ପାଇରେ ଓ ସୁଇଜରଲାଣ୍ଡର ଷ୍ଟାନିସ୍‌ଲାସ ଓ୍ବାରିଙ୍କାଙ୍କ ବିପକ୍ଷ କ୍ୱାର୍ଟର ଫାଇନାଲରେ ଓ୍ବାକ୍‌ଓଭର ପାଇଥିଲେ। ପାଇରେ ଓ ଓ୍ବାରିଙ୍କା ଏହି ମ୍ୟାଚ୍‌ରୁ ଓହରିଯାଇଥିଲେ। ସେହିପରି ରାଉଣ୍ଡ ଅଫ୍‌ ୧୬ ମ୍ୟାଚ୍‌ରେ ବୋପାନ୍ନା- ଶାପୋଭାଲୋଭ ପ୍ରତିପକ୍ଷ କାଏଲ ଏଡମଣ୍ଡ ଓ ଟେଲର ଫ୍ରଜ୍‌ଙ୍କୁ ୬-୩, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ତେବେ ଏହା ପୂର୍ବରୁ ରାଉଣ୍ଡ ଅଫ୍‌ ୩୨ରେ ଏହି ଇଣ୍ଡୋ- କାନାଡା ଯୋଡି ଚତୁର୍ଥ ସିଡ୍‌ ଫ୍ରେଞ୍ଚ୍‌ ଯୋଡି ନିକୋଲା ମାହୁତ ଓ ଏଡୁଆର୍ଡୋ ରୋଜର- ଭାସେଲିନ୍‌ଙ୍କୁ ୪-୬, ୬-୧, ୧୦-୬ ସେଟରେ ପରାସ୍ତ ଅଗ୍ରଗତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜର୍ସି ନଂ ୧୨କୁ ସନ୍ନ୍ୟାସ ଦିଆଯାଉ

ନୂଆଦିଲ୍ଲୀ, ୧୨।୬: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ୧୨ ନଂ ଜର୍ସିକୁ ଭରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସନ୍ନ୍ୟାସ ଦେବା ଉଚିତ। ଏହା...

ଆଇପିଏଲ୍‌ରେ ବିରାଟଙ୍କୁ ଗାଳି ଦେଇଥିଲେ ନୀତିଶ ରାଣା: ହେଲେ ନିଜ ବ୍ୟାଟ୍‌ ଉପହାର ଦେଇ ଚମକାଇ ଦେଇଥିଲେ ଆର୍‌ସିବି ଅଧିନାୟକ..

ନୂଆଦିଲ୍ଲୀ,୧୦।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ। ଏହାର ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ...

କେନ୍‌ ଓ୍ବିଲିୟମସନଙ୍କୁ ଗ୍ରୀନ୍‌ ସିଗ୍‌ନାଲ

ଓ୍ବେଲିଂଟନ,୧।୧୧(ଏଏଫ୍‌ପି)- ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ବୋଲିଂ ଷ୍ଟାଇଲକୁ ଶୁକ୍ରବାର ଗ୍ରୀନ୍‌ ସିଗ୍‌ନାଲ ମିଳିଛି। ତାଙ୍କ ବୋଲିଂ ଶୈଳୀ ନେଇ ଗତ ଅଗଷ୍ଟରେ...

ବ୍ୟାଡ୍‌ମିଣ୍ଟନ: ଉଦ୍‌ଘାଟନୀ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ୍‌, ୨୯ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତ ଏହାର ଉଦ୍‌ଘାଟନୀ ମୁକାବିଲାରେ ବିଜୟ ହାସଲ କରିଛି। ପାକିସ୍ତାନ ବିପକ୍ଷରେ ୩-୦ରେ ଅଗ୍ରଣୀ ସହ ଲଢ଼େଇକୁ...

ଇତିହାସ ରଚିଲେ ଜେମ୍ସ ଆଣ୍ଡରସନ୍‌: ୧୪୫ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ନଟିଂହାମ,୧୪।୬: ଇଂଲଣ୍ଡର ତାରକା ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ୬୫୦ ଉଇକେଟ ନେବାରେ ଜେମ୍ସ ଆଣ୍ଡରସନ ଦୁନିଆର ପ୍ରଥମ...

ଭାରତୀୟ କ୍ରିକେଟ ଅଧିନାୟକଙ୍କ ଲାଗି ସ୍ବତନ୍ତ୍ର ନମ୍ବର ୧୮୩

ଭାରତୀୟ ଦିନିକିଆ କ୍ରିକେଟ ଦଳର ସଫଳତମ ଅଧିନାୟକଙ୍କ ଲକି ନମ୍ବର ହେଉଛି ୧୮୩ । ଏହାର କାରଣ ଭାରତୀୟ କ୍ରିକେଟ ଦଳର ପ୍ରଶଂସକମାନଙ୍କୁ ଜଣାଥିବ। ସୌରଭ...

ଇଂଲଣ୍ଡ ଦଳକୁ ଟୋପ୍‌ଲେଙ୍କ ପ୍ରତ୍ୟାବର୍ତ୍ତନ

ସାଉଥାମ୍ପଟନ, ୨୮।୭ (ପି.ଟି.)- ଦୀର୍ଘ ୪ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବାମହାତୀ ପେସ୍‌ ବୋଲର ରିଷି ଟୋପ୍‌ଲେ। ଆୟର୍ଲାଣ୍ଡ ବିପକ୍ଷ...

ପନ୍ତଙ୍କ ଅପରାଜିତ ଶତକ, ଶୁବମନ ୮୫

ସାଉଥାମ୍ପଟନ, ୧୩ା୬ (ପି.ଟି.)-ଏଠାରେ ଭାରତୀୟ କ୍ରିକେଟ ଦଳର ଇଣ୍ଟ୍ରା-ସ୍କ୍ବାଡ ମ୍ୟାଚ୍‌ରେ ରିଷଭ ପନ୍ତ ଅପରାଜିତ ଶତକ ହାସଲ କରିଥିବାବେଳେ ଓପନର ଶୁବମନ ଗିଲ୍‌ ଆକର୍ଷଣୀୟ ୮୫ରନ...

Advertisement
Archives

Model This Week