Posted inଖେଳ

ରୋଜର୍ସ କପ୍‌ ଫାଇନାଲରେ ନାଡାଲ

ମଣ୍ଟ୍ରିଲ,୧୧।୮(ଏଏଫ୍‌ପି): ସ୍ପେନ୍‌ ତାରକା ଟେନିସ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟ୍ରିଲ ମାଷ୍ଟର୍ସ ଟେନିସ୍‌ ବା ରୋଜର୍ସ କପ୍‌ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ଗୋଟିଏ ହେଲେ ବି ଶଟ୍‌ ନ ଖେଳି ସେ ଫାଇନାଲକୁ ଉଠିଛନ୍ତି। ବିଶ୍ୱର ୨ ନମ୍ବର ଖେଳାଳି ନାଡାଲ ଏଥି ସହିତ କ୍ରମାଗତ ଦ୍ୱିତୀୟଥର ପାଇଁ କାଡ଼ାଡିଆନ ଓପନ୍‌ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛନ୍ତି। ଫାଇନାଲରେ ନାଡାଲ ରବିବାର ରୁଷିଆର ଡାନିଲି ମେଡଭେଡେଭଙ୍କୁ ଭେଟିବେ। ଅନ୍ୟ ଏକ ସେମିଫାଇନାଲରେ ମେଡଭେଡେଭ ନିଜ ଦେଶର କାରେନ ଖାଚାନୋଭଙ୍କୁ ୬-୧, ୭-୬ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି।
ଟୁର୍ନାମେଣ୍ଟରେ ଟପ୍‌ ସିଡ ମାନ୍ୟତା ପାଇଥିବା ନାଡାଲ ବିନା ମ୍ୟାଚ୍‌ ଖେଳିବାରେ ଟାଇଟଲ ମୁକାବିଲା ଖେଳିବାକୁ ଓ ଗୋଟିଏ ଦିନ ଅତିରିକ୍ତ ବିଶ୍ରାମ ପାଇବାର ସୁଯୋଗ ପାଇଛନ୍ତି। ଗୋଇଠିରେ ଆଘାତ ପାଇବା କାରଣରୁ ମନଫିଲ୍ସ ସେମିଫାଇନାଲ ମ୍ୟାଚ୍‌ରୁ ଓହରିଯାଇଥିଲେ। ଫଳରେ ନାଡାଲ ସିଧାସଳଖ ଓ୍ବାକ୍‌ ଓଭର ପାଇ ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଏହାର କିଛି ସମୟ ପୂର୍ବରୁ ମନଫିଲ୍ସ କ୍ୱାର୍ଟର ଫାଇନାଲରେ ସ୍ପେନ୍‌ର ରୋବେର୍ଟୋ ବତିସ୍ତା ଅଗୁଟଙ୍କୁ ୬-୪, ୩-୬, ୭-୬ ସେଟରେ ପରାସ୍ତ କରି ସେମିକୁ ଉଠିଥିଲେ। ଅବଶ୍ୟ ବର୍ଷା ଯୋଗୁ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା।
ଏଥି ସହିତ ୧୮ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ନାଡାଲ କ୍ୟାରିୟରର ୫୧ତମ ଏଟିପି ମାଷ୍ଟର୍ସ ୧୦୦୦ ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମଥର ପାଇଁ ନାଡାଲ ଓ ମେଡଭେଡେଭ ମୁହଁାମୁହିଁ ହେବାକୁ ଯାଉଛନ୍ତି। ନାଡାଲ ପୂର୍ବରୁ ଏହି ଟୁର୍ନାମେଣ୍ଟରେ ୪ଥର ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ବିଜୟୀ ହେଲେ ସେ ୩୫ତମ ଏଟିପି ୧୦୦୦ ମାଷ୍ଟର୍ସ ଟାଇଟଲ ଅର୍ଜନ କରିବେ। ବୁଧବାର ଅନ୍ୟଏକ ସେମିଫାଇନାଲ ମ୍ୟାଚ୍‌ରେ ନାଡାଲ ଇଟାଲୀର ଫାବିଓ ଫୋଗନିନିଙ୍କୁ ୨-୬, ୬-୧, ୬-୨ ସେଟରେ ହରାଇ ସେମିକୁ ଉଠିଥିଲେ। ନିଜ ପ୍ରଦର୍ଶନରେ ନାଡାଲ ସନ୍ତୋଷ ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଲୋ ଇଣ୍ଡିଆ ଗେମ୍ସ ଅନୁପ୍ରାଣିତ କରିଛି: ରାହି

ଭୁବନେଶ୍ୱର, ୨୦।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ଗେମ୍ସ ଦେଶରେ ଅନେକ ପିଲାଙ୍କୁ ଖେଳରେ ଅଂଶଗ୍ରହଣ କରିବା ପାଇଁ ଅନୁପ୍ରାଣିତ କରିଛି। ୟୁଥ ଗେମ୍ସର ତିନୋଟି ସଂସ୍କରଣ...

ନିଜ ମାଟିରେ ପାକିସ୍ତାନର ଲଜ୍ଜାଜନକ ପରାଜୟ

କରାଚି,୨୦।୧୨: ଇଂଲଣ୍ଡ କରାଚି ଟେଷ୍ଟକୁ ୮ ଉଇକେଟରେ ଜିତିଛି। ଏହା ସହ ଇଂଲଣ୍ଡ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପାକିସ୍ତାନକୁ ୩-୦ରେ କ୍ଲିନ୍‌ସୁଇପ୍‌ କରିଛି।...

ଦୀର୍ଘ ୧୪୪ ବର୍ଷ ଟେଷ୍ଟ ଇତିହାସରେ କେବଳ ଏହି କ୍ରିକେଟର ପ୍ରଥମ ବଲ୍‌ରେ ମାରିଛନ୍ତି ଛକା, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତାଲିକାରେ…

ନୂଆଦିଲ୍ଲୀ,୧୧।୮: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏଥିରେ ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ହୋଇଥାଏ। ଦୀଘେ ପାଞ୍ଚ ଦିନ ଧରି ଚାଲୁଥିବା...

ମୁଁ କୋହଲିଙ୍କ ସହ ବ୍ୟାଟିଂ କରିପାରିବି ନାହିଁ; କାହିଁକି ଏମିତି କହିଲେ ମାକ୍ସଓ୍ବେଲ୍‌

ପୁଣେ,୬।୫:ଆଇପିଏଲ ୨୦୨୨ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମାକ୍ସଓ୍ବେଲ୍‌ ରନଆଉଟ୍‌ ହୋଇଥିଲେ। ଏହି ସମୟରେ...

୧୦୦ ମିଟର ଫ୍ରି-ଷ୍ଟାଇଲ ରେକର୍ଡ ବଜାୟ ରଖିଲେ ମାନୁଏଲ୍‌

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୬ା୭ (ଏଏଫ୍‌ପି)-ଆମେରିକାର ସିମୋନ୍‌ ମାନୁଏଲ୍‌ ତାଙ୍କ ୧୦୦ ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ ବଜାୟ ରଖିଛନ୍ତି। ଗ୍ବାଙ୍ଗଜୁରେ ଏହି ଅଲିମ୍ପିକ ଚାମ୍ପିୟନ...

ପାକିସ୍ତାନ ମହିଳା କ୍ରିକେଟରଙ୍କ ଫିଟ୍‌ନେସ୍‌ ଟେଷ୍ଟ

ଲାହୋର, ୧୧ା୫ (ପି.ଟି.)- ସୋମାବରଠାରୁ ପାକିସ୍ତାନର ୩୮ ଜଣ ଏଲିଟ୍‌ ମହିଳା କ୍ରିକେଟରଙ୍କ ଅନ୍‌ଳାଇନରେ ଫିଟ୍‌ନେସ୍‌ ଟେଷ୍ଟ ହେବ। କରୋନାଭାଇରସ୍‌ ଯୋଗୁ ଖେଳାଳିମାନେ ସେମାନଙ୍କ ଫିଟ୍‌ନେସ୍‌ର...

୧୦ ବର୍ଷ ପୂର୍ବେ ଆଜିର ଦିନରେ ଶେଷ ଆଇସିସି ଟାଇଟଲ ଜିତିଥିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୩।୬: ଆଜିର ଦିନ ଅର୍ଥାତ୍‌ ୨୩ ଜୁନ ଭାରତୀୟ କ୍ରିକେଟ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଟିମ ଇଣ୍ଡିଆ ଏହାର ଶେଷ ଆଇସିସି ଟାଇଟଲ...

୨୬୫ ରନ୍‌ରେ ଅଟକିଲା ବାଂଲାଦେଶ

କଲମ୍ବୋ,୧୫।୯: କଲମ୍ବୋସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ୨୦୨୩ ଏସିଆ କପ୍‌ର ସୁପର-୪ର ଷଷ୍ଠ ମ୍ୟାଚ୍‌ରେ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି...

Advertisement
Archives

Model This Week