ରୋଗ ପ୍ରତିରୋଧକ ଶକ୍ତି କମାଏ ଅତ୍ୟଧିକ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ୍‌ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଏହା ଅଭ୍ୟାସରେ ପରିଣତ ହୋଇଗଲେ ତାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ ରହିଥାଏ। ତେଣୁ ଆମେ ପିଉଥିବା ପାଣିର ତାପମାତ୍ରା ୨୦-୨୨ ଡିଗ୍ରୀ ସେଲ୍‌ସିୟସ ରହିବା ଆବଶ୍ୟକ। ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇଲେ ତାହା ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ପ୍ରଥମ କଥା ହେଲା ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମାଇଦିଏ। କେବଳ ସେତିକି ନୁହେଁ, ଏହାର ସିଧାସଳଖ ପ୍ରଭାବ ପାଚନ କ୍ରିୟା ଉପରେ ପଡ଼ିଥାଏ। ଅତ୍ୟଧିକ ଥଣ୍ଡା ପାଣି ପିଇଲେ ତାହାକୁ ଢୋକିବାକୁ କିଛି ସମୟ ଲାଗିଥାଏ। କାରଣ ଏହି ପାଣିର ତାପମାତ୍ରା ଅଳ୍ପ ପରିମାଣରେ ସାମାନ୍ୟ ହେବା ପରେ ତାହା ଗଳାରୁ ଖସିଥାଏ। ଏହାଦ୍ୱାରା ଟନ୍‌ସିଲଜନିତ ସମସ୍ୟା ଦେଖାଯିବା ଆଶଙ୍କା ଅଧିକ ଥାଏ। ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ପେଟର ଅନ୍ତଳନୀ ସଙ୍କୁଚିତ ହୋଇଯାଇଥାଏ, ଯାହାଦ୍ୱାରା କଫଜନିତ ସମସ୍ୟା ଦେଖାଯାଏ। ଅତ୍ୟଧିକ ଥଣ୍ଡାପାଣି ପିଇବା ଅଭ୍ୟାସରେ ପରିଣତ ହେଲେ ତାହା ହୃଦ୍‌ଜନିତ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଥାଏ ବୋଲି ଆମେରିକୀୟ ହୃଦ୍‌ରୋଗ ବିଶେଷଜ୍ଞମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ ଦହି

ଦହି ଶରୀର ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଦହି ରକ୍ତରେ ନିର୍ମିତ ହେଉଥିବା କୋଲେଷ୍ଟ୍ରଲର ଅତ୍ୟଧିକ ମାତ୍ରାକୁ ନିୟନ୍ତ୍ରିତ କରିଥାଏ। ଯଦ୍ଦ୍ବାରା ଶିରାପ୍ରଶିରାରେ ରକ୍ତପ୍ରବାହ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ହେଙ୍ଗୁ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ...

ଏପରି କରନ୍ତୁ ପକ୍ଷାଘାତରୁ ରହିବେ ଦୂରେଇ…

ଗାଧୋଇବା ସମୟରେ କେତେକ ସାବଧାନତା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଥାଏ। ଏପରି ସତର୍କତା ଅବଲମ୍ବନ ନ କଲେ ଶରୀର ଅସୁସ୍ଥ ହେବା ସହିତ ପକ୍ଷାଘାତ...

୧୦ବର୍ଷ ପୂର୍ବରୁ ଜାଣିହେବ କ୍ୟାନ୍‌ସର

ଚିକିତ୍ସା ବିଜ୍ଞାନରେ କ୍ୟାନ୍‌ସର ହେଉଛି ଚିନ୍ତାର କାରଣ ସାଜିଥିବା ଅନ୍ୟତମ ପ୍ରମୁଖ ରୋଗ । ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ନିରୂପଣ କରି ଯଦି ଠିକ୍‌ ଚିକିତ୍ସା...

ଶୀତଦିନେ ଖାଆନ୍ତୁ ବାଦାମ, ମିଳିବ ଏସବୁ ଫାଇଦା

ଶୀତଦିନେ ଅତ୍ୟଧିକ ଥଣ୍ଡା ଯୋଗୁ ସାଧାରଣତଃ ଶରୀରର ରୋଗପ୍ରତିରୋଧକ ଶକ୍ତି କମ ହୋଇଯାଏ। ଫଳରେ ଥଣ୍ଡା, କାଶ ଭଳି ଅନେକ ପ୍ରକାର ରୋଗ ଶରୀରକୁ ମାଡି...

ଦାନ୍ତ ବିନ୍ଧୁଥିଲେ…

ଖାଇବା ପରେ ଆମେ ଭଲ ଭାବରେ କୁଳି କରି ପାଟିକୁ ଧୋଇବା ଦରକାର। ନ ହେଲେ ଦାନ୍ତ ମୂଳରେ ଖାଦ୍ୟପଦାର୍ଥର ଅବଶିଷ୍ଟାଂଶ ଲାଗି ରହି ଦାନ୍ତଜନିତ...

କନ୍ଦମୂଳର ଉପକାରିତା

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ ହୋଇଥାଏ।...

ପଞ୍ଜାବୀ ଡାଲ୍‌ ମଖାନୀ

ଆବଶ୍ୟକ ସାମଗ୍ରୀ:ବିରି ଡାଲି- ୧ କପ୍‌ (ରାତିରୁ ଭିଜା ହୋଇଥିବା), ରାଜମା- ୧ କପ୍‌ (ରାତିରୁ ଭିଜା ହୋଇଥିବା), ପିଆଜ- ୨ଟି (କଟା), ଟମାଟୋ- ୨ଟି,...

Advertisement
Archives

Model This Week