ରୋଗୀ ସେବାରେ ଚପଲ

ଶୁଭନାରାୟଣ ଶତପଥୀ

ରୋଗୀ ସହ ରୋଗ ଓ ଡାକ୍ତରଖାନା ଯେଉଁଭଳି ଭାବେ ଜଡିତ, ଚପଲ ସହ ରୋଗୀର ସମ୍ପର୍କ ସେହିଭଳି ନିବିଡ। କାରଣ ରୋଗୀକୁ ଖାଲି ପାଦରେ ଚାଲିବା ମନା। ଏବଂ ଚପଲ ତାକୁ ଆସନ୍ନ ବାଧାବିଘ୍ନରୁ ଦୂର କରେ। ରୋଗୀଟି ଯେତେବେଳେ ଡାକ୍ତରଖାନାକୁ ଯାଏ ଓ ପରବର୍ତ୍ତୀ ସମୟରେ ତାକୁ ଆଡ୍‌ମିଶନ ହେବାକୁ ପଡେ ସେତେବେଳେ ସେ ଆବଶ୍ୟକତା ଅନୁସାରେ ଆଇସିୟୁ କିମ୍ବା ଭେଣ୍ଟିଲେଟର କିମ୍ବା କ୍ୟାବିନ କିମ୍ବା ଓାର୍ଡ କିମ୍ବା ପର୍ଯ୍ୟବେକ୍ଷଣ ଗୃହରେ ରହିଥାଏ। ରହିବା ସମୟରେ ଅଧିକାଂଶ ନର୍ସିଂ ହୋମ, ବେସରକାରୀ ଓ ସରକାରୀ ଡାକ୍ତରଖାନାରେ ମଧ୍ୟ ରୋଗୀଟି ବିନା ଚପଲରେ ଚଲାବୁଲା କରୁଥିବାର ନଜିର ସାମ୍ନାକୁ ଆସେ। ଫଳରେ ଅନେକ ଜୀବାଣୁ, ଭୂତାଣୁ ବାହାକ ବ୍ୟକ୍ତି, ବସ୍ତୁମାନଙ୍କ ଦ୍ୱାରା ସମ୍ପର୍କରେ ଆସିବାର ସମ୍ଭାବନା ଥାଏ। ତେବେ ସେଠାକାର କର୍ମକର୍ତ୍ତା, ଡାକ୍ତର, ସେବକ ସେବିକା, ଆଟେଣ୍ଡାଣ୍ଟମାନେ ଚପଲ ପିନ୍ଧି ରୋଗୀଟି ପାଖକୁ ଆସନ୍ତି ଓ ସେବା ଯୋଗାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେତେବେଳେ ସେହି ରୋଗୀଟି ସମ୍ପୃକ୍ତ କକ୍ଷର ଶୌଚାଳୟକୁ ଯାଏ ବା ଉକ୍ତ ସ୍ଥାନରେ ଚଲାବୁଲା କରେ, ସେତେବେଳେ ତା’ ପାଦରେ ଚପଲ ନ ଥାଏ। କାରଣ ଆଡ୍‌ମିଶନ ପୂର୍ବରୁ ରୋଗୀଟି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବା କକ୍ଷ ବାହାରେ ଚପଲ ରଖି ଭିତରକୁ ଆସିଥାଏ। ଫଳରେ ରୋଗୀର ଆଟେଣ୍ଡାଣ୍ଟ ବା ନିଜେ ରୋଗୀଟି ଓାର୍ଡ ବା କ୍ୟାବିନ ଭିତରେ ଆଉ ଚପଲ ବ୍ୟବହାର କରିପାରେ ନାହିଁ। ତେବେ ଯୁକ୍ତିସଂଗତ ଏହା ଯେ, ତା’ର ଚପଲଟି ପୂର୍ବ ବ୍ୟବହାର୍ଯ୍ୟ ତଥା ବାହାରୁ ପିନ୍ଧି ଆସିଥିବାରୁ ସେହି ଚପଲ ମାଧ୍ୟମରେ ରୋଗ, ଜୀବାଣୁ ଆସିବା ଓ ଅନ୍ୟ ରୋଗୀଙ୍କୁ ସଂକ୍ରମଣ କରାଇବାର ଭୟ ରହିଛି। କିନ୍ତୁ ସ୍ବୀକାର୍ଯ୍ୟ ଯେ, ଯେଉଁ ରୋଗୀଟି ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥାଏ ଓ ଆଡ୍‌ମିଶନ ହୋଇଥାଏ ସେ ନିଶ୍ଚିତ ରୂପେ ଅନ୍ୟାନ୍ୟ ରୋଗ ସଂକ୍ରମଣ ପ୍ରତି ଅଧିକ ଦୁର୍ବଳ। ଏଣୁ ଏପରିସ୍ଥଳେ ରୋଗୀ ଓ ରୋଗୀ ସାଥୀ ଉଭୟ ଜୀବଣୁଶୂନ୍ୟ ଚପଲ କିମ୍ବା ନୂତନ ଚପଲ ବ୍ୟବହାର କରିବାର ଆବଶ୍ୟକତା ରହିଛି। ଯେଉଁମାନେ ଚପଲ ପିନ୍ଧିବାରେ ଅକ୍ଷମ ଆବଶ୍ୟକ ସ୍ଥଳେ ସେମାନେ ନନ୍‌ ସ୍ଲିପ ସ୍ଲିପର ମଧ୍ୟ ବ୍ୟବହାର କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରତିଷେଧକ ରୂପରେ ପ୍ରଥମ ପ୍ରେସ୍‌କ୍ରିପସନରେ ଏପରି ପରାମର୍ଶ ଡାକ୍ତରଙ୍କ ତରଫରୁ ରହିବା ଜରୁରୀ। ରୋଗୀର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ନିଜ ଜୀବନକୁ ସୁରକ୍ଷିତ ରଖିବାକୁ ନିୟମିତ ଚପଲକୁ ସାନିଟାଇଜ କରିବା ବା ନୂତନ ଚପଲ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିବାରେ ଅସୁବିଧା କେଉଁଠି ଅଛି ? ହଁ ରୋଗୀ ରହୁଥିବା କକ୍ଷ ଯେପରି ପରିଷ୍କାର ପରିଚ୍ଛନ ରହିବ ସେଥିପ୍ରତି ରୋଗୀ, ତା’ର ସମ୍ପର୍କୀୟ, ଚିକିତ୍ସକ, ସେବିକା ସେବକଙ୍କର ନିଘାରହିବା ସର୍ବାଦୌ ବିଧେୟ।
ଟିକେ ନିରେଖି ଦେଖିଲେ ଏହା ପ୍ରତୀତ ହୁଏ ଯେ ଡାକ୍ତରଖାନାଗୁଡିକରେ କର୍ମକର୍ତ୍ତାଙ୍କ ନିମନ୍ତେ ବ୍ୟବହାର ପାଇଁ ଥିବା ଆନ୍ତଃଗୃହ ଚପଲଗୁଡିକୁ ସେମାନେ ନିଜ ଭିତରେ ଅଦଳବଦଳ କରି ପିନ୍ଧିଥାନ୍ତି। ଏମିତି କି ଛୋଟପାଦରେ ବଡ ଚପଲ, ବଡ ପାଦରେ ଛୋଟ ଚପଲ, ପୁରୁଷ ପାଦରେ ମହିଳା ଚପଲ ଓ ମହିଳା ପାଦରେ ପୁରୁଷ ଚପଲ ପନ୍ଧିଥିବାର ମଧ୍ୟ ଦେଖିବାକୁ ମିଳେ। ଆଉ ଗୋଟିଏ ଚପଲ ଯେ ନିର୍ଦ୍ଦିଷ୍ଟ ଷ୍ଟାଫ୍‌ ବ୍ୟବହାର କରିବେ, ସେପରି ସମ୍ଭବ ହୋଇ ନ ଥାଏ। ତା’ଛଡା ପ୍ରାୟତଃ ଚପଲ ସାନିଟାଇଜ ବ୍ୟବସ୍ଥା ଅଧିକାଂଶ ଡାକ୍ତରଖାନାରେ ଦେଖିବାକୁ ମିଳେନାହିଁ। ଏହି କ୍ରମରେ ରୋଗୀ ସେବା ପ୍ରଦାନକାରୀ କର୍ମକର୍ତ୍ତାଙ୍କ ନିମନ୍ତେ ଡିସ୍‌ପୋଜେବଲ, ସିଙ୍ଗଲ ୟୁଜ୍‌ ସ୍ଲିପରର ବ୍ୟବସ୍ଥା ରହିଲେ ଭଲ।
୨୦୧୭ରେ ପ୍ରକାଶିତ ନ୍ୟାଶନାଲ ମେଡିକାଲ ଜର୍ନାଲ ଅଫ ଇଣ୍ଡିଆର ରପୋର୍ଟରୁ ଜଣାଯାଏ ଉପଯୁକ୍ତ ଚପଲ ବା ଜୋତା ନ ପିନ୍ଧିବା କାରଣରୁ ଡାଇବେଟିସ, ସ୍ନାୟୁରୋଗୀଙ୍କ ମଧ୍ୟରେ ପାଦଘାଆର ସମସ୍ୟା ଦେଖାଯାଉଛି। ତେବେ ନଖରେ ସଂକ୍ରମଣ ଭଳି ସମସ୍ୟାକୁ ଏହା ବହୁଗୁଣିତ କରିପାରେ। ତା’ଛଡା ବିଭିନ୍ନ ଅପରିଷ୍କାର ପଦାର୍ଥ ବା ବସ୍ତୁ ଏମିତି କି ମଣିଷର ମଳ, ଛେପ, ମୂତ୍ର ଇତ୍ୟାଦିର ସଂସ୍ପର୍ଶରେ ଆସିବା ଦ୍ୱାରା ସଂକ୍ରମଣର ଭୟ ରହିଥାଏ। ଏଣୁ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଡାକ୍ତରଖାନା ପରିଦର୍ଶକମାନେ ରୋଗୀକୁ ଚପଲ ପିନ୍ଧିବା ସମ୍ବନ୍ଧରେ ସଚେତନ କରାଇବା ସହ ନିୟମିତ ନିରୀକ୍ଷଣ କରିବା ଆବଶ୍ୟକ। ଆମେ ଜାଣୁ ଯେ, ପରିଦର୍ଶକଙ୍କଠାରୁ ଆରମ୍ଭକରି ରୋଗୀ ପର୍ଯ୍ୟନ୍ତ ସମସ୍ତେ ଭିନ୍ନ ଭିନ୍ନ ସ୍ଥାନରୁ ବା ପରିବେଶରୁ ଜୋତା ପିନ୍ଧି ଆସିଥାନ୍ତି। ଯଦିଓ ଡାକ୍ତରଖାନାରେ ସ୍ବଚ୍ଛତା, ପରିମଳ ପ୍ରତି ଧ୍ୟାନ ଦିଆଯାଉଛି, ତଥାପି ବ୍ୟକ୍ତିଗତ ସୁରକ୍ଷା ନିମନ୍ତେ ରୋଗୀ ବା ରୋଗୀ ସାଥୀଙ୍କର ଚପଲ ବ୍ୟବହାରକୁ ବାଧ୍ୟତାମୂଳକ କରିବା ଉଚିତ। ଫଳରେ ଅଧିକ ଦିନ ଧରି ରହୁଥିବା ରୋଗୀମାନଙ୍କ କ୍ଷେତ୍ରରେ ଏହା ବିଶେଷ ଫଳପ୍ରଦ ହେବ। ଡାକ୍ତରଖାନା ନିକଟରେ ବା ବେସରକାରୀ ଡାକ୍ତରଖାନା ପରିସର ମଧ୍ୟରେ ଚପଲ ଦୋକାନ ଗଢିଉଠିଲାଣି ତଥାପି ଚପଲର ବ୍ୟବହାର ଓ ତତ୍‌ସଂକ୍ରାନ୍ତୀୟ ସ୍ବଚ୍ଛତା ସେତେଟା ସନ୍ତୋଷଜନକ ନୁହେଁ।
ରୋଗୀଟିଏ ଡାକ୍ତରଖାନାରେ ରହିବା ସମୟରେ ଚପଲ ବ୍ୟବହାର ନ କରିବା ଏକ ଅତି ଦୁର୍ବଳ କ୍ଷେତ୍ର ବୋଲି ମନେହୁଏ, ଯେଉଁଠି କୋଭିଡ୍‌ ଓ ଅନ୍ୟାନ୍ୟ ରୋଗ ସଂକ୍ରମଣର ଭୟ ରହିଛି। ଉପଯୁକ୍ତ ଓ ନିୟମିତ ଚପଲ ବା ଜୋତା ବ୍ୟବହାରକୁ ନିଶ୍ଚିତ କରିବାକୁ ହେବ, ତେବେ ଯାଇ ଡାକ୍ତରଖାନାରେ ରୋଗୀ ସେବାର ପରିପୂର୍ଣ୍ଣତା ଉପଲବ୍ଧି କରିହେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?