ରୋଗୀ କଲ୍ୟାଣ ସମିତି ବୈଠକ:ଡାକ୍ତର ପଦବୀ ଖାଲି ପଡିଥିବା ନେଇ ଅସନ୍ତୋଷ

କଳିଙ୍ଗନଗର,୧୫।୮(ଡି.ଏନ୍‌.ଏ.)- ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିପିଓ ଜୋସ୍ନାମୟୀ ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁକିନ୍ଦା ବିଧାୟକ ପ୍ରିତୀରଞନ ଘଡ଼ାଇ ଯୋଗଦେଇ ଡାକ୍ତର ଖାନାର ଭିତ୍ତିଭୂମିର ବିକାଶ ପାଇଁ ପ୍ରର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦିଆଯିବ ବୋଲି ବିଧାୟକ କହିଥିଲେ। ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥକୁ ଠିକ୍‌ ଭାବେ ଉପଯୋଗ କରିବାକୁ ପରାମର୍ଶ ଦେବା ସହ ଡିଏମ୍‌ଏଫ୍‌ ଫଣ୍ଡ୍‌ରେ ଯୋଗାଇ ଦିଆଯାଇଥିବା ୬ କୋଟି ଟଙ୍କାରେ ଏକ ଶିଶୁ ସୁରକ୍ଷା ୟୁନିଟ୍‌ର କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ବିଧାୟକ କହିଥିଲେ। ଡାକ୍ତର ଖାନାକୁ ପରିଷ୍କାର ପରିଛନ୍ନ ରଖିବା ପାଇଁ ଓ ଏସିୱାର୍ଡ ସମ୍ମୁଖରେ ଏକ ସୁନ୍ଦର ପାର୍କ ନିର୍ମାଣ କରିବା ପାଇଁ ଟାଟା ଷ୍ଟିଲ କାରଖାନାକୁ ଦାୟୀତ୍ୱ ଦିଆଯାଇଛି। ସରକାରଙ୍କ ନିର୍ମଳ ଯୋଜନାରେ ଡାକ୍ତରଖାନା ସଫେଇ କାର୍ଯ୍ୟ ଠିକ୍‌ ଭାବେ ହେଉ ନ ଥିବାରୁ ନିୟୋଜିତ କର୍ମଚାରୀଙ୍କୁ ବିଧାୟକ ତାଗିଦ୍‌ କରିଥିଲେ। ଡାକ୍ତର ଖାନାରେ ଅସ୍ଥିଶଲ୍ୟ, ଶିଶୁ ରୋଗ ଓ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି। ଗୋବର୍ଦ୍ଧନ ପୁର, ଯଖପୁରା, ରାବଣା ଓ ବାରାଖାଇ ଆଦି ସ୍ଥାନରେ ଥିବା ନୂତନ ପିଏଚ୍‌ସିରେ ଡାକ୍ତର ନାହାନ୍ତି। ଏଠାରେ ଆୟୁର୍ବେଦିକ ଡାକ୍ତର କାମ ଚଳାଉଛନ୍ତି। ଦାନଗଦୀ ଡାକ୍ତର ଖାନାରେ ୩ ଜଣ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଜିନ୍ଦଲ କାରଖାନା ପକ୍ଷରୁ ଏକ ଡିଜିଟାଲ ଏକ୍ସରେ ମେଶିନ ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା କାମରେ ଲାଗୁନାହିଁ ା ତୁରନ୍ତ ଏହାକୁ ଚାଲୁ କରିବାପାଇଁ ବିଧାୟକ ଜିନ୍ଦଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବିମଳେସ ଓଝା, ବିଡିଓ ମଣିପ୍ରସାଦ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସୁଧାଂଶୁ ଭଞ୍ଜ, ଏମପିଙ୍କ ବ୍ଲକ ପ୍ରତିନିଧି ଲୋକନାଥ ଧୀର, ଡା. ଚନ୍ଦ୍ରକାନ୍ତି ସାହୁଙ୍କ ସମେତ ଆରକେସ୍‌ କମିଟିର କର୍ମକର୍ତ୍ତା ପ୍ରଫୁଲ୍ଲ କୁମାର ରାୟ, ପବିତ୍ର ମୋହନ ଜେନାମଣି, ବିପ୍ଲବ ବିଜୟ ପଣ୍ଡା, ଜଗନ୍ନାଥ ଧୀର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁକିନ୍ଦାରୁ ଦର୍ପଣିକୁ ଗଲା ମେଗା ନର୍ସରୀ

ଯାଜପୁର ଅଫିସ,୨୧ା୧୧: ଯାଜପୁର ଜିଲା ସୁକିନ୍ଦା ମେଗା ନର୍ସରୀ ପ୍ରକଳ୍ପ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଛନ୍ଦି ହେବାପରେ ବଡ଼ଚଣା ବ୍ଲକ ଦର୍ପଣି ଫାର୍ମକୁ ସ୍ଥାନାନ୍ତରଣ...

ହିଲ୍‌ଭ୍ୟୁ ହୋଟେଲରେ ମେସ୍କୋ ନିର୍ଦ୍ଦେଶିକା ନଜରବନ୍ଦୀ

କଳିଙ୍ଗନଗର,୪ା୧୨(ଡି.ଏନ୍‌.ଏ)- କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଗ୍ରୁପ୍‌ର ମାଲିକାନାରେ ଥିବା ମୈଥାନ କାରଖାନା କର୍ମଚାରୀ ୧୧ ମାସ ହେବ ଦରମା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ...

ଜନକଲ୍ୟାଣ ଯୋଜନାରେ ଦୁର୍ନୀତି, ହରିଲୁଟ୍‌

ଯାଜପୁର ଅଫିସ/ କୋରେଇ, (ଡି.ଏନ.ଏ.)୯ା୨: ଯାଜପୁର ଜିଲା କୋରେଇ ବ୍ଲକରେ ଏମଜିଏନଆର୍‌ଇଜିଏସ୍‌ ଯୋଜନା, ଆବାସ, ଡ୍ରେନେଜ, ଜଳସେଚନ ଆଦି ଜନହିତକର ଯୋଜନାରେ ଦୁର୍ନୀତି ବରଗଛ ଓହଳ...

ଜଳିଗଲା ୬ ବଖରା : ୨ ଗାଈ, ୭ ଛେଳି ଜୀବନ୍ତ ଦଗ୍ଧ

ସିଂହପୁର,୧୩।୨(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଜରୀ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ପରିବାରର ୬ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ପ୍ରକାଶ...

ପଡ଼ିଆ ପଡ଼ିଛି ଶିଳ୍ପ ଅଧିକୃତ ଜମି

ଯାଜପୁର ଅଫିସ,୧୫।୧୨: ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରାୟ ୩୦ ବର୍ଷ ତଳେ ଯାଜପୁର ଜିଲାରେ ବିପୁଳ ପରିମାଣରେ ଜଙ୍ଗଲ, ସରକାରୀ ଓ ସାଧାରଣ...

ଯାଜପୁର ଜିଲା: ଶୀତଳ ଭଣ୍ଡାରକୁ ଭୁଲି ଯାଉଛନ୍ତି ନେତା, ଜିଲା ପରିଷଦ ବୈଠକରେ କୃଷିକୁ ଗୁରୁତ୍ୱ

ଯାଜପୁର ଅଫିସ,୮।୩: ବିଧାନସଭାର ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୧୧ତାରିଖଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଗତ ୨୬ ତାରିଖରେ ଶେଷ ହୋଇଛି।...

ଦମ୍ପତିଙ୍କ ଉପରେ ଓଲଟିଲା କ୍ରୋମ ବୋଝେଇ ଟିପ୍ପର

କଳିଙ୍ଗନଗର/ଡୁବୁରୀ, ୧୦।୧୨(ଡି.ଏନ.ଏ):ଯାଜପୁର ଜିଲା କଳିଙ୍ଗନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ସୋମବାର ଏକ କ୍ରୋମ ବୋଝେଇ ଟିପ୍ପର ଏକ ବାଇକ୍‌କୁ ଧକ୍କା ଦେଇ ରାସ୍ତାକଡ଼କୁ...

ଆର୍‌ପିଡିଏସିକୁ ଡର

ଯାଜପୁର ଅଫିସ,୫।୬:ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି) ବୈଠକ...

Advertisement
Archives

Model This Week