ରୋଗୀ କଲ୍ୟାଣ ସମିତି ବୈଠକ:ଡାକ୍ତର ପଦବୀ ଖାଲି ପଡିଥିବା ନେଇ ଅସନ୍ତୋଷ

କଳିଙ୍ଗନଗର,୧୫।୮(ଡି.ଏନ୍‌.ଏ.)- ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିପିଓ ଜୋସ୍ନାମୟୀ ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁକିନ୍ଦା ବିଧାୟକ ପ୍ରିତୀରଞନ ଘଡ଼ାଇ ଯୋଗଦେଇ ଡାକ୍ତର ଖାନାର ଭିତ୍ତିଭୂମିର ବିକାଶ ପାଇଁ ପ୍ରର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦିଆଯିବ ବୋଲି ବିଧାୟକ କହିଥିଲେ। ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥକୁ ଠିକ୍‌ ଭାବେ ଉପଯୋଗ କରିବାକୁ ପରାମର୍ଶ ଦେବା ସହ ଡିଏମ୍‌ଏଫ୍‌ ଫଣ୍ଡ୍‌ରେ ଯୋଗାଇ ଦିଆଯାଇଥିବା ୬ କୋଟି ଟଙ୍କାରେ ଏକ ଶିଶୁ ସୁରକ୍ଷା ୟୁନିଟ୍‌ର କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ବିଧାୟକ କହିଥିଲେ। ଡାକ୍ତର ଖାନାକୁ ପରିଷ୍କାର ପରିଛନ୍ନ ରଖିବା ପାଇଁ ଓ ଏସିୱାର୍ଡ ସମ୍ମୁଖରେ ଏକ ସୁନ୍ଦର ପାର୍କ ନିର୍ମାଣ କରିବା ପାଇଁ ଟାଟା ଷ୍ଟିଲ କାରଖାନାକୁ ଦାୟୀତ୍ୱ ଦିଆଯାଇଛି। ସରକାରଙ୍କ ନିର୍ମଳ ଯୋଜନାରେ ଡାକ୍ତରଖାନା ସଫେଇ କାର୍ଯ୍ୟ ଠିକ୍‌ ଭାବେ ହେଉ ନ ଥିବାରୁ ନିୟୋଜିତ କର୍ମଚାରୀଙ୍କୁ ବିଧାୟକ ତାଗିଦ୍‌ କରିଥିଲେ। ଡାକ୍ତର ଖାନାରେ ଅସ୍ଥିଶଲ୍ୟ, ଶିଶୁ ରୋଗ ଓ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି। ଗୋବର୍ଦ୍ଧନ ପୁର, ଯଖପୁରା, ରାବଣା ଓ ବାରାଖାଇ ଆଦି ସ୍ଥାନରେ ଥିବା ନୂତନ ପିଏଚ୍‌ସିରେ ଡାକ୍ତର ନାହାନ୍ତି। ଏଠାରେ ଆୟୁର୍ବେଦିକ ଡାକ୍ତର କାମ ଚଳାଉଛନ୍ତି। ଦାନଗଦୀ ଡାକ୍ତର ଖାନାରେ ୩ ଜଣ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଜିନ୍ଦଲ କାରଖାନା ପକ୍ଷରୁ ଏକ ଡିଜିଟାଲ ଏକ୍ସରେ ମେଶିନ ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା କାମରେ ଲାଗୁନାହିଁ ା ତୁରନ୍ତ ଏହାକୁ ଚାଲୁ କରିବାପାଇଁ ବିଧାୟକ ଜିନ୍ଦଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବିମଳେସ ଓଝା, ବିଡିଓ ମଣିପ୍ରସାଦ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସୁଧାଂଶୁ ଭଞ୍ଜ, ଏମପିଙ୍କ ବ୍ଲକ ପ୍ରତିନିଧି ଲୋକନାଥ ଧୀର, ଡା. ଚନ୍ଦ୍ରକାନ୍ତି ସାହୁଙ୍କ ସମେତ ଆରକେସ୍‌ କମିଟିର କର୍ମକର୍ତ୍ତା ପ୍ରଫୁଲ୍ଲ କୁମାର ରାୟ, ପବିତ୍ର ମୋହନ ଜେନାମଣି, ବିପ୍ଲବ ବିଜୟ ପଣ୍ଡା, ଜଗନ୍ନାଥ ଧୀର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?