ରୋଗୀ ଆଣି ଆସୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ଟ୍ରକ୍‌କୁ ଧକ୍କା ଦେଇ ବାଇକ୍‌କୁ ପିଟିଲା, ୭ ଗୁରୁତର

ସମ୍ବଲପୁର,୨୮।୬(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥ ୫୫ ହାତୀବାରୀ ଛକଠାରେ ଶୁକ୍ରବାର ରୋଗୀ ଆଣି ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଗୁରୁତର ୩ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଆମ୍ବୁଲାନ୍ସଟି ରେଢ଼ାଖୋଲରୁ ସମ୍ବଲପୁର ଜିଲା ଡାକ୍ତରଖାନାକୁ ରୋଗୀ ନେଇ ଆସୁଥିବା ବେଳେ ଉକ୍ତ ସ୍ଥାନରେ ସମ୍ବଲପୁରରୁ କଟକ ଆସୁଥିବା ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ଆମ୍ବୁଲାନ୍ସଟି ନିକଟରେ ଯାଉଥିବା ଏକ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସ କର୍ମଚାରୀ, ରୋଗୀ ଓ ବାଇକ୍‌ରେ ଯାଉଥିବା ଦୁଇଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ ଅଫିସ,୧୯ା୫: ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମାନେ ସିଧାସଳଖ ସ୍ନାନଯାତ୍ରାରେ ସାମିଲ ହେବେ। ଶ୍ରୀଜିଉଙ୍କ ହାତୀ...

ଅବକାରୀ ଚଢାଉ, ୫ ଗିରଫ

ବଇଣ୍ଡା,୬।୯(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଓ ଆଠମଲ୍ଲିକ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢାଉ କରି ୫୨ ଲିଟର ଦେଶୀ ମହୁଲି ମଦ...

ଆଜି ଆଉ ୨୪ ଜଣଙ୍କ ଜୀବନ ନେଇଛି କରୋନା

ଭୁବନେଶ୍ୱର,୧୨ା୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ମୃତ୍ୟୁସଂଖ୍ୟା ବଢିଚାଲିଛି। ଆଜି ଆଉ ୨୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ...

ପାରାଦୀପରେ ଗ୍ୟାସ୍‌ ନିର୍ଗତ ନେଇ ଚର୍ଚ୍ଚା

ପାରାଦୀପ,୯।୭(ସ୍ବ.ପ୍ର.): ପାରାଦୀପ ବନ୍ଦର ସହରରେ ଚାରି ଦିନ ହେଲା ରସାୟନ ଗ୍ୟାସ୍‌ ନିର୍ଗତ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରି କି ବୁଧବାର ଅଠରବାଙ୍କି...

ଗହୀରମଥାରେ ୩୦୦ ଡଲ୍‌ଫିନଙ୍କ ଜଳକ୍ରୀଡ଼ା

ରାଜନଗର,୧୨।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଜଳରାଶିରେ ୩୦୦ ଡଲ୍‌ଫିନ  ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି। ଏକଦା ଡଲ୍‌ଫିନଙ୍କ ଜଳକ୍ରୀଡ଼ା ସ୍ଥାନ ଭାବେ ଓଡ଼ିଶାର...

ରାଜ୍ୟରେ ଆଉ ୫ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ରବିବାର ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୧ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

ଏଥର ଛାତ ଉପରୁ ବି ଦେଖି ପାରିବେନି ଜଗାକୁ

ପୁରୀ ଅଫିସ, ୩।୭: ଏଥର ଛାତ ଉପରୁ ଥାଇ କେହି ରଥଯାତ୍ରା ଦେଖି ପାରିବେ ନାହିଁ। ଶନିବାର ପୁରୀ ଜିଲାପାଳ ସମର୍ଥ ବର୍ମା ଏହି ସୂଚନା...

ଗାଈ ଫସଲ ଖାଇଦେବାରୁ ମହିଳାଙ୍କୁ ହତ୍ୟା କଲେ ମହିଳା

ଓଡ଼ଗାଁ,୧୦।୩: ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଓ ବାହାଡ଼ାଝୋଲା ଫାଣ୍ଡି ଅଧୀନ ବଧୁଲିପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାକୁ...

Advertisement
Archives

Model This Week